କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର ଗତି ସହିତ ତୁଳନା କରି ଲଘୁ ମନ୍ତବ୍ୟ ଦେବା ଏକ ଜଣାଶୁଣା କଥା। ଯେପରି ବିଳମ୍ବରେ ପ୍ରାପ୍ତ ଚିଠି, ମନି ଅର୍ଡର ବା ଯୋଜନାର ସୁଫଳ। ଏଭଳି ତୁଳନାର ଉତ୍ପତ୍ତି କେବେ ହୋଇଥିଲା ଜଣା ଥାଉ କି ନ ଥାଉ କିପରି ହୋଇଥିଲା ତା’ର ପୃଷ୍ଟଭୂମି ଅନ୍ତତଃ ପକ୍ଷେ ସମସ୍ତେ ଜାଣନ୍ତି ଏବଂ ତାହା ହେଲା ଲୋକପ୍ରିୟ ‘ଠେକୁଆ କଇଁଛ କଥା’ ଯାହାର ଉଦାହରଣ କଥା କଥାକେ ଦେବା ଏକ ସାଧାରଣ ଅନୁଭୂତି ହୋଇ ରହିଯାଇଛି। ପାଠ ପଢ଼ାରେ, ଖେଳ କସରତରେ କିମ୍ବା କୌଣସି ପ୍ରତିଯୋଗିତାରେ ହେଳା କରୁଥିବା ଶିଶୁଟିକୁ ତା’ର ମାତାପିତା, ଗୁରୁଜନ ଓ ଶିକ୍ଷକ ସମସ୍ତେ ଏହି କାହାଣୀଟି ଶୁଣେଇ ଥାନ୍ତି କିମ୍ବା ପଢ଼େଇ ଥାନ୍ତି। ଉଭୟଙ୍କର ଗତିଶକ୍ତି ଉପରେ ଗୁରୁତ୍ୱ ଆରୋପ କରିଥାନ୍ତି। କାହିଁ କ୍ଷିପ୍ର ଗତିଶୀଳ ଠେକୁଆ କାହିଁ ମନ୍ଥର ଗତିରେ ଚାଲୁଥିବା କଇଁଛ। ଅଥଚ ଉଭୟ ପରସ୍ପର ମଧ୍ୟରେ ଦୌଡ଼ ପ୍ରତିଯୋଗିତା କରିବା ପାଇଁ ସ୍ଥିର କଲେ। କଇଁଛଟି ନିଜର ଅପାରଗତା ଜାଣି ବି ତା’ର ଗଭୀର ଆତ୍ମବିଶ୍ୱାସ ଓ ପରିଶ୍ରମ ଉପରେ ଭରସା ରଖି ସେଥିରେ ଭାଗ ନେବାକୁ ରାଜି ହେଲା। ଠେକୁଆର ଅଳସୁଆମି ଓ କଇଁଛଟିର ଧୈର୍ଯ୍ୟ ହେତୁ ଶେଷରେ କଇଁଛଟି ଜିତିଲା ଏବଂ କଥା ରହିଗଲା ‘କଚ୍ଛପ ଗତି’ ଯାହା ମନ୍ଥର ହୋଇପାରେ କିନ୍ତୁ ଲକ୍ଷ୍ୟ ସ୍ଥଳରେ ଅବଶ୍ୟ ପହଞ୍ଚାଏ। ଏହି ଗଳ୍ପଟି ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦିଆ ଯାଏ ଯେ ହେଳା କଲେ ଭେଳା ବୁଡ଼େ, ଧୀର ପାଣି ପଥର କାଟେ ବା ଆଦୌ ନ ପହଞ୍ଚିବା ଅପେକ୍ଷା ବିଳମ୍ବରେ ପହଞ୍ଚିବା ଶ୍ରେୟସ୍କର। ଏଭଳି ବଚନିକାର ଉଦ୍ଦେଶ୍ୟ ଯାହା ହେଉନା କାହିଁକି ଏଥିରେ ନିହିତ ବାର୍ତ୍ତା ହେଲା ସାଧନାରେ ନିଷ୍ଠା ଥିଲେ ସିଦ୍ଧି ଲାଭ ନିଶ୍ଚିତ।
କଚ୍ଛପର ଗତି କେବଳ ଏହି କାହାଣୀଟିରେ ସୀମିତ ନୁହେଁ। ଅଲିଭ୍‌ ପତ୍ର ଭଳି ସବୁଜ ରଙ୍ଗର ଆବରଣ (ଖୋଳ) ଯୋଗୁ ଅଲିଭ ରିଡ୍‌ଲେ ନାମରେ ପରିଚିତ ଏକ ଜଣାଶୁଣା ପ୍ରଜାତିର କଇଁଛ ସେମାନଙ୍କର ଗତିଶୀଳତା ପାଇଁ ବେଶ୍‌ ଚର୍ଚ୍ଚିତ। ସମୁଦ୍ର ଗର୍ଭରେ ହଜାର ହଜାର ମାଇଲ ଯାତ୍ରା କରି ଏମାନେ ନିର୍ଭୁଲ ଭାବରେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ଅଣ୍ଡା ଦିଅନ୍ତି। କଚ୍ଛପର ଗତିପଥ କେବଳ ଜଳ ଭାଗରେ ସୀମିତ ନୁହେଁ। ଏକ ଉଭୟଚର ପ୍ରାଣୀ ଭାବରେ ଏମାନେ ସ୍ଥଳଭାଗରେ ବି ସ୍ବଚ୍ଛନ୍ଦରେ ଯାତାୟାତ କରନ୍ତି ତଥା ଶାକାହାରୀ ଓ ମାଂସାହାରୀ ଭାବରେ ଉଭୟ ପ୍ରକାରର ଖାଦ୍ୟ ଖାଆନ୍ତି। ସ୍ଥଳଭାଗରେ କଚ୍ଛପର ଗତି ଉପରେ ଅନେକ କାହାଣୀ ରହିଛି ଯେଉଁଥିରୁ ମନ୍ଥରକ ନାମକ କଚ୍ଛପର ଗତିବିଧି ସମ୍ପର୍କରେ ବିଖ୍ୟାତ ସଂସ୍କୃତ କଥା ହିତୋପଦେଶ ଅନ୍ୟତମ।
ଇଏ ତ ହେଲା କଇଁଛର ବାହ୍ୟ ଗତି। ତା’ର ଆଭ୍ୟନ୍ତରୀଣ ଗତି ମଧ୍ୟ ତତ୍ତୁଲ୍ୟ ଶିକ୍ଷାପ୍ରଦ। କଇଁଛର ସାରା ଦେହ ଏପରି କଠିନ ଆବରଣ ଭିତରେ ସୁରକ୍ଷିତ ଯେ ତାହା ତାକୁ ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଢାଲ ଭଳି କାର୍ଯ୍ୟ କରେ। କିନ୍ତୁ ତା’ର ପାଦ ଓ ମୁଖ ଅପେକ୍ଷାକୃତ କୋମଳ ଉପାଦାନରେ ଗଠିତ ହୋଇଥିବାରୁ ତାହା ତା’ର ଏକ ଦୁର୍ବଳତା। ହେଲେ ତା’ ଉପରେ ଆକ୍ରମଣର ସୁରାକ ପାଇଲେ ତାକୁ ସେ ଶରୀରର ଟାଣ ଖୋଳପା ଭିତରକୁ ପୂରେଇ ଦେଇ ଆତ୍ମରକ୍ଷା କରେ ଏବଂ ଭୟର ଆଶଙ୍କା ଟଳିଗଲେ ସେ ସବୁକୁ ପୁଣି ବାହାରକୁ କାଢି କାମରେ ଲଗାଏ। କଇଁଛର ଏପରି କୌଶଳ ମନୁଷ୍ୟ ପାଇଁ ଉପଲବ୍ଧ ଦୁଇଟି ଆତ୍ମରକ୍ଷା ଉପାୟ ଯଥା ବେତସ ବୃତ୍ତି ଓ ଭୁଜଙ୍ଗ ବୃତ୍ତି ସହିତ ତୁଳନୀୟ। ଝଡ଼ ବତାସରେ ନଇଁ ପଡ଼ି ଓ ତା’ ପରେ ମୁଣ୍ଡ ଟେକି ବେତ ବୃକ୍ଷ ତିଷ୍ଠି ରହେ ଅଥଚ ଶତ୍ରୁ ସମ୍ମୁଖରେ ଫଣାକୁ ଟେକି ରଖି ସର୍ପଟିଏ ପ୍ରାଣ ହାରେ। କଇଁଛଟି ବେତ ଗଚ୍ଛ ପରି ନିଜର ଅଙ୍ଗ ଚାଳନା କରି ବିପଦରୁ ନିଜକୁ ରକ୍ଷା କରେ। କଚ୍ଛପର ଏଭଳି ବିଚିତ୍ର ଗତିର ସାମଞ୍ଜସ୍ୟ ସଂସାରର ଗତି ସହିତ ରହିଛି। ”ସମ୍ୟକ୍‌ ସରତି ଇତି ସଂସାର“ ଅର୍ଥାତ୍‌ ଧୀରେ ଧୀରେ ଗତି କରୁଥିବାରୁ ନାମ ସଂସାର। କଚ୍ଛପ ଗତିର ସବୁଠାରୁ ସ୍ବତନ୍ତ୍ର ବିଶେଷତ୍ୱ ହେଉଛି ଏହା ଧୀରେ ଚାଲେ କିନ୍ତୁ ପଛେଇ ଚାଲେନା ଅର୍ଥାତ୍‌ ଅନ୍ୟ ପ୍ରାଣୀଙ୍କ ଭଳି ଏହାର ପଶ୍ଚାତ ଗତି ନାହିଁ। ଅତଏବ କଇଁଛଟିଏ ଏହି ଶିକ୍ଷା ଦିଏ ଯେ ଲକ୍ଷ୍ୟ ପଥରେ ଅଗ୍ରସର ହେବାବେଳେ ପଛଘୁଞ୍ଚା ଦେବା ଉଚିତ ନୁହେଁ।
ପ୍ରକୃତିର ଜୈବ ବିବିଧତା ରକ୍ଷା ପାଇଁ କଇଁଛର ଯଥେଷ୍ଟ ଅବଦାନ ରହିଛି। ବିଭିନ୍ନ ବିଷାକ୍ତ ଗଛଲତା ଓ କୀଟ ପତଙ୍ଗଙ୍କୁ ଖାଇଦେଇ ଏହା ପ୍ରାକୃତିକ ଭାରସାମ୍ୟ ରକ୍ଷାକରେ। ମାତ୍ର ପରିତାପର ବିଷୟ ମାଂସାହାରୀ ମନୁଷ୍ୟ ଖାଦ୍ୟ ଲୋଭରେ ଏହାକୁ ମାରି ଖାଇ ଚାଲିଛି ଯାହା ଫଳରେ ଏହାର ସଂଖ୍ୟା କମି କମି ଯାଉଛି। ଏକ ପଣ୍ୟଦ୍ରବ୍ୟ ଭାବେ ହଜାର ହଜାର ସଂଖ୍ୟାରେ କଇଁଛ ରପ୍ତାନି ଆମଦାନୀ କରାଯାଉଛି। ପରିସ୍ଥିତି ଏପରି ଉଦ୍‌ବେଗଜନକ ହେଲାଣି ଯେ ଶେଷରେ ମିଳିତ ଜାତିସଂଘ ଏଥିରେ ହସ୍ତକ୍ଷେପ କରି ଏହାକୁ ଏକ ସଙ୍କଟାପନ୍ନ ଜୀବ (ଏଣ୍ଡେଞ୍ଜର୍ଡ ସ୍ପେସି) ଭାବରେ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌) ଜେନେଭାର ପ୍ରଥମ ପରିଶିଷ୍ଟରେ (କ୍ଷୟମାଣ ଜୀବ) ୫ା୧୦ା୧୯୪୮ରୁ ତାଲିକାଭୁକ୍ତ କରିଛି। ସେହିପରି ଲଣ୍ଡନ ସ୍ଥିତ ସିଆଇଟିଇଏସ୍‌ ସଂଗଠନ ସମସ୍ତ ସଙ୍କଟାପନ୍ନ ଜୀବଙ୍କର ବିକାକିଣାକୁ ଅନ୍ତର୍ଜାତୀୟ ସ୍ତରରେ ନିଷିଦ୍ଧ କରିଛି। ଭାରତରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୯୧ରେ ମଧ୍ୟ ଏହା ପ୍ରଥମ ପରିଚ୍ଛେଦରେ(ସଙ୍କଟାପନ୍ନ ଜୀବ ତାଲିକା) ସ୍ଥାନ ପାଇଛି। ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କର ଚରାଭୂଇଁ ତଥା ଅଣ୍ଡାଦାନ ସ୍ଥଳୀ ଭାବେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଭିତର କନିକାର ଗହୀରମଥା ଅଞ୍ଚଳ କେବଳ ଏହି ଜାତୀୟ କଇଁଛଙ୍କ ପାଇଁ ସାରା ବିଶ୍ୱରେ ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଲାଭ କରିଛି। ତେଣୁ ପ୍ରତିବର୍ଷ ସେମାନଙ୍କର ଅଣ୍ଡା ଦେବା ଋତୁରେ ନିର୍ଦ୍ଦିଷ୍ଟ ଅବଧି ପାଇଁ ସମ୍ପୃକ୍ତ ଅଞ୍ଚଳ ଦର୍ଶକଙ୍କ ପାଇଁ ବନ୍ଦ ରହେ। ମହାବିଷ୍ଣୁଙ୍କର ଦ୍ୱିତୀୟ ଅବତାର କଇଁଛ ଭଳି ଏକ ନିରୀହ ଉପକାରୀ ଜୀବକୁ ସୁରକ୍ଷା ପ୍ରଦାନ ନ କଲେ କ୍ରମେ ଏହା ଲୋପ ପାଇଯିବ ଏବଂ ତା’ର କୁପରିଣାମ ଆମ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ।

ଅଲେଖ ଚନ୍ଦ୍ର ମିଶ୍ର
ମୋ:୯୪୩୮୬୭୩୮୯୮

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ‘ହୋର୍ମୁଜ ଦ୍ୱାର’ ଖୋଲିଲା ଇରାନ, ନିଭାଇଲା ବନ୍ଧୁତା, LPG ସଙ୍କଟରୁ ମିଳିବ ମୁକ୍ତି !

ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍‌ରେ ଫସି ରହିଥିବା ଭାରତର ଦୁଇଟି…

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

ପେଟାପାଙ୍ଗା ଗ୍ରାମ ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣ: ୨ ମୃତ

ରାଇକିଆ/ଜି.ଉଦୟଗିରି,୧୩/୦୩(ପ୍ରଦୀପ ବେହେରା/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ଡ. ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ…

IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ…

ଚାଷୀଙ୍କ ପାଇଁ ବଡ଼ ଖୁସିଖବର, ପିଏମ୍‌ କିଷାନର ୨୨ତମ କିସ୍ତି ଜାରି, ଆପଣଙ୍କ ଆକାଉଣ୍ଟକୁ ଆସି ନ ଥିଲେ…

ନୂଆଦିଲ୍ଲୀ,୧୩।୩:  କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ହୋର୍ମୁଜ ଷ୍ଟ୍ରେଟ୍‌’ରେ ଭାରତର ଦବଦବା! ଇରାନ ରାଷ୍ଟ୍ରଦୂତ ଦେଲେ ବଡ଼ ସଂକେତ, କିଛି ସମୟରେ ବଡ଼ ଘୋଷଣା…  

ନୂଆଦିଲ୍ଲୀ,୧୩।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପାରସ୍ୟ ଉପସାଗରରେ ଜାରି…

ଆରଆଇଙ୍କୁ ମାଡ ଘଟଣାରେ: ଜଣେ ଗିରଫ

ନନ୍ଦପୁର,୧୩।୨(ତୁଷାର କାନ୍ତ ମହାନ୍ତି): ଜାତିଗତ ପ୍ରମାଣପତ୍ର ପାଇଁ ନନ୍ଦପୁର ତହସିଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ମଧୁସୁଦନ ଖେମୁଣ୍ଡୁଙ୍କୁ ଅଶାଳୀନ ବ୍ୟବହାର ଓ ମାଡ ମାରିବା ଘଟଣାରେ ଜଣେ…

ଲାଞ୍ଚନେଇ ବନ୍ଧାହେଲେ ବଡ଼ଗାଁ ଥାନା ଏଏସ୍‌ଆଇ

ସୁନ୍ଦରଗଡ,୧୩।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ବଡ଼ଗାଁ ଥାନା ପୋଲିସ, ଏଏସ୍‌ଆଇ ଅରୂପା ନନ୍ଦ ଦାସ ଗୁରୁବାର ସନ୍ଧ୍ୟାରେ ଜଣେ ଢାବା ମାଲିକଙ୍କଠାରୁ ୨୫,୦୦୦ଟଙ୍କା ଲାଞ୍ଚ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri