Reverse Mortgage Scheme: ଅବସର ପରେ ମିଳିବ ଟଙ୍କା…

ନୂଆଦିଲ୍ଲୀ,୨୦।୨ : ସମସ୍ତେ ବୃଦ୍ଧାବସ୍ଥା ପାଇଁ ଟଙ୍କା ସଞ୍ଚୟ କରିବାକୁ ଚାହାନ୍ତି କିନ୍ତୁ ଅଧିକ ମୁଦ୍ରାସ୍ଫୀତି ଯୋଗୁ ଏହା କରିବା କଷ୍ଟକର ହୋଇଥାଏ। ପିଲାମାନଙ୍କର ଶିକ୍ଷା ଏବଂ ଘରର ଖର୍ଚ୍ଚ ଏତେ ହୋଇଯାଏ ଯେ ସଞ୍ଚୟ ପାଇଁ କୌଣସି ଟଙ୍କା ରୁହେ ନାହିଁ । ଅବସରପ୍ରାପ୍ତ ଲୋକଙ୍କ ପାଇଁ ଏସବିଆଇ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ବର୍ତ୍ତମାନ ବୃଦ୍ଧାବସ୍ଥାରେ, ଲୋକେ ଘରେ ବସି ଟଙ୍କା ପାଇବେ ଏବଂ କୌଣସି ଟିକସ ଦେବାକୁ ମଧ୍ୟ ପଡିବ ନାହିଁ।

ବର୍ତ୍ତମାନ  ବ୍ୟାଙ୍କ ଯେଉଁମାନେ ଅବସର ପାଇଁ ଟଙ୍କା ସଞ୍ଚୟ କରିପାରିନାହାନ୍ତି ସେଭଳି ବୃଦ୍ଧଙ୍କୁ ଟଙ୍କା ଦେବେ। ଏହି ଯୋଜନା ଅଧୀନରେ ବୃଦ୍ଧ ଲୋକ ନିର୍ଦ୍ଦିଷ୍ଟ ବୟସ ପରେ ଘରେ ବସି ଟଙ୍କା ପାଇବେ ଯାହା ଦ୍ୱ ାରା ସେମାନେ ସେମାନଙ୍କରଦୈନନ୍ଦିନ ଖର୍ଚ୍ଚ ପୂରଣ କରିପାରିବେ ଏବଂ ଚିକିତ୍ସା ମଧ୍ୟ କରିପାରିବେ। ସବୁଠାରୁ ଭଲ କଥା ହେଉଛି ଏହି ଟଙ୍କାକୁ ପୁନର୍ବାର ଫେରାଯିବ ନାହିଁ କିମ୍ବା ଏହା ଉପରେ କୌଣସି ଟ୍ୟାକ୍ସ ଆଦାୟ କରାଯିବ ନାହିଁ ।

ଏସବିଆଇର ଏହି ଯୋଜନା ବୃଦ୍ଧମାନଙ୍କ ପାଇଁ କରାଯାଇଛି ଯେଉଁଥିରେ ସେମାନଙ୍କୁ ସେମାନଙ୍କ ଆବାସିକ ସମ୍ପତ୍ତି ବଦଳରେ ଟଙ୍କା ଦିଆଯାଉଛି। ଅବଶ୍ୟ, ଏହି ଯୋଜନାର ସମଗ୍ର ଅବଧି ମଧ୍ୟରେ, ସମ୍ପତ୍ତିର ସମ୍ପୂର୍ଣ୍ଣ ମାଲିକାନା ବୃଦ୍ଧଙ୍କ ପାଖରେ ରହିବ। ସେମାନଙ୍କୁ ଘରୁ ବିତାଡିତ କରାଯିବ ନାହିଁ । ଏହା ଉପରେ କୌଣସି ଇଏମଆଇ ଦେବାର ଆବଶ୍ୟକତା ରହିବ ନାହିଁ ।

ରିଭର୍ସ ମୋର୍ଟଗେଜ ସ୍କିମ(ଓଲଟା ବନ୍ଧକ ଯୋଜନା) ଋଣ ପାଇବାକୁ, ସମ୍ପତ୍ତି ଆବେଦନକାରୀଙ୍କ ନାମରେ ରହିବା ଉଚିତ ଏବଂ ଏହା ଉପରେ କୌଣସି ଋଣ ହୋଇଥିବା ଉଚିତ ନୁହେଁ। ଋଣ ନେବା ପାଇଁ ବ୍ୟବହୃତ ହେଉଥିବା ସମ୍ପତ୍ତି ୨୦ ବର୍ଷରୁ ଅଧିକ ହେବା ଉଚିତ ନୁହେଁ। ବୃଦ୍ଧମାନେ ଅତି କମରେ ୧ ବର୍ଷ ଧରି ସମ୍ପତ୍ତିରେ ରହୁଥିବା ଜରୁରୀ। ଯଦି ସେହି ସମ୍ପତ୍ତି ଉପରେ ଏକ ଘର ଋଣ ପୂର୍ବରୁ ଚାଲୁଛି ତେବେ ଏନଓସି ଦେବା ଆବଶ୍ୟକ। ଋଣ କେବଳ ସମ୍ପତ୍ତି ଆଧାରରେ ସ୍ଥିର ହେବ। ଆୟକରର ଧାରା ୧୦ (୪୩) ଅନୁଯାୟୀ, ବନ୍ଧକ ଋଣ ପରିମାଣ ସମ୍ପୂର୍ଣ୍ଣ ଟିକସମୁକ୍ତ ।
ଏହି ଋଣ କେବଳ ସର୍ବାଧିକ ୧୫ ବର୍ଷ ପାଇଁ। ଏସବିଆଇର ଏହି ଯୋଜନା ୬୨ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ତାଙ୍କ ସ୍ତ୍ରୀଙ୍କ ବୟସ ଅତିକମରେ ୫୫ ହେବା ଆବଶ୍ୟକ। ଅବସରପ୍ରାପ୍ତ ବ୍ୟକ୍ତିମାନେ ଏହି ଯୋଜନା ଅନ୍ତର୍ଗତ ଟଙ୍କାକୁ ପ୍ରତିମାସରେ ଦରମା ଭାବରେ ବ୍ୟବହାର କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri