ରାଜସ୍ବ ହ୍ରାସ: ବନ୍ଦ ହେବ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

ଭୁବନେଶ୍ୱର,୨୯।୬(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ କରାଯାଉଛି। ଏଥିଯୋଗୁ ରାଜ୍ୟ ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ସମେତ ରାଜ୍ୟର ଆୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏଭଳି ଏକ ସ୍ଥିତି ଉପୁଜିବା ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମା ସାଙ୍ଗକୁ ନିଜସ୍ବ ଯୋଜନା କାର୍ଯ୍ୟକାରୀ କରିବାରେ ସମସ୍ୟା ସୃଷ୍ଟି ହେବାକୁ ଲାଗିଲାଣି। ସରକାର ନିଜସ୍ବ ସ୍ବତନ୍ତ୍ର ଯୋଜନା ବାବଦକୁ ରଖିଥିବା ଧାର୍ଯ୍ୟ ଅର୍ଥ ମଧ୍ୟ କାଟ କରିବାକୁ ବସିଲେଣି। ଏହାକୁ ନେଇ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଗତବର୍ଷ ପ୍ରଥମ ୩ ମାସରେ ଯେତିକି ରାଜସ୍ବ ଆଦାୟ ହୋଇଥିଲା ଏଥର ସେହି ସମୟ ମଧ୍ୟରେ ତା’ର ଅଧାରୁ କମ୍‌ ରାଜସ୍ବ ମିଳିଛି। କେନ୍ଦ୍ର ସରକାର କେତେ ମାତ୍ରାରେ ଆର୍ଥିକ ସହାୟତା କରୁଛନ୍ତି ତାହା ଦେଖିବାକୁ ପଡିବ। ନଚେତ୍‌ ସରକାର ଋଣ କରି କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଜସ୍ବ ଯୋଜନା କାର୍ଯ୍ୟକାରୀ କରିବେ। କିନ୍ତୁ ବଜେଟ୍‌ରେ ଯେଉଁସବୁ ନିଜସ୍ବ ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ ହେବାକୁ ଥିଲା ତାହା ସବୁ କରିବା ସେତେଟା ସମ୍ଭବପର ନୁହେଁ ବୋଲି ବେହେରା କହିଛନ୍ତି।
ଚଳିତ ଆର୍ଥିବର୍ଷ ୨୦୨୦-୨୧ ପାଇଁ ରାଜ୍ୟ ସରକାର ୧ଲକ୍ଷ ୫୦ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖିଛନ୍ତି। ଏହାର ସିଂହଭାଗ ଅର୍ଥାତ୍‌ ୬୫ହଜାର ୬ଶହ ୫୫କୋଟି ସରକାର ପ୍ରଶାସନିକ ବ୍ୟୟ ପାଇଁ ଧାର୍ଯ୍ୟ କରିଛନ୍ତି। ଏହାସହ ୭୪ହଜାର କୋଟି ଟଙ୍କା ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ଖର୍ଚ୍ଚ ପାଇଁ ବ୍ୟୟ ଅଟକଳ ରଖିଥିଲେ। ଏହାଛଡା ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ମଧ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହି ବ୍ୟୟ ଲାଗି ସରକାର ମୁଖ୍ୟତଃ ରାଜସ୍ବ ପ୍ରାପ୍ତିରୁ ୧ଲକ୍ଷ ୨୪ ହଜାର ୩ଶହ କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ବାବଦକୁ ୨୫ହଜାର ୭ଶହ କୋଟି ଭରଣ ଲାଗି ଆକଳନ କରିଥିଲେ। ଚଳିତବର୍ଷ ଲାଗି ସରକାର ରାଜ୍ୟର ନିଜସ୍ବ ଟିକସ ୩୮ହଜାର ୩୫୦କୋଟି ଟଙ୍କା, ନିଜସ୍ବ ଅଣଟିକସ ରାଜସ୍ବ ୧୭ହଜାର ୬୫୦ କୋଟି ଟଙ୍କା, କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶଭାବେ ୩୬ହଜାର ୩ଶହ କୋଟି ଟଙ୍କା ଏବଂ କେନ୍ଦ୍ରରୁ ମିଳିବାକୁ ଥିବା ଅନୁଦାନ ୩୨ହଜାର କୋଟି ଟଙ୍କା ଅନ୍ତର୍ଭୁକ୍ତ ଥିଲା।
ମାତ୍ର ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ସରକାରଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଅବସ୍ଥାରେ ପହଞ୍ଚିଛି। ରାଜସ୍ବ ଆୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ବଜେଟ୍‌ ପ୍ରସ୍ତୁତ ହୋଇଥାଏ। କରୋନା ପରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ପ୍ରାୟ ୭ହଜାର କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା ବେଳେ ଏବର୍ଷ ଏହି ସମୟ ଭିତରେ ମାତ୍ର ୩ ହଜାର କୋଟି ଆଦାୟ ହୋଇଥିବା ଜଣାପଡିଛି। ଗତବର୍ଷ ସେହିଭଳି ଖଣି କ୍ଷେତ୍ରରୁ ଏହି ଦୁଇ ମାସ ମଧ୍ୟରେ ୨୧ଶହ କୋଟି ଟଙ୍କାର ରାଜସ୍ବ ମିଳିଥିଲା ବେଳେ ଏଥର ଏହାର ଅଧା ମଧ୍ୟ ହୋଇନାହିଁ। ସେହିପରି ଗତବର୍ଷ ଏପ୍ରିଲ- ମେ’ରେ ୨୧ଶହ କୋଟି ଚଙ୍କା ଜିଏସ୍‌ଟି ଆଦାୟ ହେଇଥିଲା ବେଳେ ଏଥର ଏ ବାବଦରେ ମଧ୍ୟ ଅଧା ହୋଇପାରି ନାହିଁ। ଜିଏସ୍‌ଟି, ଭ୍ୟାଟ ଏବଂ ଖଣି କ୍ଷେତ୍ରକୁ ଛାଡି ଅବକାରୀ ଶୁଳ୍କ, ମୋଟର ଯାନ, ପଞ୍ଜୀକରଣ ସହ ଷ୍ଟାମ୍ପ ଡ୍ୟୁଟିରୁ ମଧ୍ୟ ଆୟ କମିବାରେ ଲାଗିଛି। ଏସବୁକୁ ଦେଖିଲେ ମୁଖ୍ୟତଃ ରାଜ୍ୟ ସରକାର ବଜେଟ୍‌ରେ ନିଜସ୍ବ କିଛି ସ୍ବତନ୍ତ୍ର ଯୋଜନା ପାଇଁ ଯେଇଁ ଅର୍ଥ ଖର୍ଚ୍ଚ କରିବେ ବୋଲି ବ୍ୟବସ୍ଥା କରିଥିଲେ ସେଥିରେ ଲକ୍ଷ୍ୟଚ୍ୟୁତି ହେଲା ଭଳି ମନେହେଉଛି।
ଅନ୍ୟପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନିକଟରେ ପୂର୍ତ୍ତ ବିଭାଗ ତରଫରୁ ହୋଇଥିଲା। ସରକାରଙ୍କ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂର୍ତ୍ତ ବିଭାଗ ତରଫରୁ ବନ୍ଦ କରିବା ସକାଶେ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ସେହିପରି ରାଜ୍ୟଗୁଡିକର କେତେଗୁଡିଏ ଡାକ୍ତରଖାନା କୋଠା କାର୍ଯ୍ୟ ମଧ୍ୟ ସରକାର ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହିପରି ରାଜ୍ୟ ସରକାର ନିଜସ୍ବ ଅର୍ଥରେ କରିବାକୁ ଥିବା ବିଭିନ୍ନ କାର୍ଯ୍ୟ ବନ୍ଦ ରଖିବାକୁ ଆଲୋଚନା କରିଛନ୍ତି। କେବଳ କେନ୍ଦ୍ରୀୟ ଅର୍ଥ ସହାୟତାରେ ହେବାକୁ ଥିବା କାର୍ଯ୍ୟ ସରକାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ କରୋନା ପ୍ରଭାବ କେନ୍ଦ୍ର ସରକାରଙ୍କ ଉପରେ ପଡିଥିବାରୁ କେନ୍ଦ୍ରୀୟ ଯୋଜନା ବାବଦକୁ ବ୍ୟାପକ ଅର୍ଥ ରାଜ୍ୟକୁ ଆସିବା ବନ୍ଦ ହୋଇଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ଏହାର ପ୍ରଭାବ ସିଧାସଳଖ ଶ୍ରମିକମାନଙ୍କ ଉପରେ ପଡିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀଗାଁ ଶ୍ରୀ ଶ୍ରୀ ମୁକ୍ତେଶର ମହାରୁଦ୍ରଙ୍କ ପ୍ରତିଷ୍ଠା ମହାସମାରୋହ ଉଦ୍‌ଯାପିତ : ମନ୍ଦିର ପ୍ରବେଶ, ରତ୍ନମୁଦ କାର୍ଯ୍ୟ ସମ୍ପନ୍ନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୩ ।୨(ଅରୁଣ ସାହୁ/ମନୋରଞ୍ଜନ ରଣା ):ନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା…

କୋକସରା-ଚିଲିଗୁଡା ରାସ୍ତାରେ ଟ୍ରକ୍‌ ପିଟିଲା ବାଇକ୍‌କୁ

କୋକସରା,୨୩।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥରେ କୋକସରା-ଚିଲିଗୁଡା ରାସ୍ତାରେ ସାମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ପାଇପ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ…

ହେଟମେୟର, ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ: ଜିମ୍ବାଓ୍ବେ ଆଗରେ ୨୫୫ ରନ୍‌ର ବିଶାଳ ଟାର୍ଗେଟ୍‌

ମୁମ୍ବାଇ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ…

ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ଶୁଭ୍ରାଙ୍କ ପଦ ରଦ୍ଦ ମାମଲାରେ କାଉନସିଲରଙ୍କ ବିଜୟ: ଶ୍ରମିତା

ରାୟଗଡ଼ା,୨୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ହୋଇ ବାଲଟ ବାକ୍ସରେ କଏଦ…

ଆମ୍ବୁଲାନ୍ସ ନେଲା ଆରଏମ୍‌ସି କର୍ମଚାରୀଙ୍କ ଜୀବନ

ବିଷମକଟକ/ଗୁଣପୁର ୨୩।୨(ପ୍ରସନ୍ନ କୁମାର ପଣ୍ଡା/ ସଂକେତ ପାତ୍ର): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁମାର ଢାମୁଣୀ ନିକଟରେ ସୋମବାର ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ଆରଏମ୍‌ସି କର୍ମଚାରୀଙ୍କ…

ନର୍ଦ୍ଦମା ପାଲଟିଛି ଓଡ୍ରି ସାପ୍ତାହିକ ବଜାର: ପିଣ୍ଡି ଥାଇ ବି କାଦୁଅରେ ବ୍ୟବସାୟ

ଥୁଆମୂଳରାମପୁର, ୨୩।୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡ୍ରି ଗ୍ରାମପଞ୍ଚାୟତ ସଦର ମହକୁମାରେ ପ୍ରତି ଶୁକ୍ରବାର ବସୁଥିବା ସାପ୍ତାହିକ ବଜାର ଏବେ…

ଜଙ୍ଗଲ ସୁରକ୍ଷା ହିଁ ଜୀବନ ରକ୍ଷା: ବନାଗ୍ନି ରୋକିବା ପାଇଁ ବନ ବିଭାଗ ଓ ଅଗ୍ନିଶମ ବାହିନୀର ମିଳିତ ଅଭିଯାନ

ଥୁଆମୂଳ ରାମପୁର,୨୩।୨ (ଦୁର୍ଗା କୀର୍ତ୍ତି): ଜଙ୍ଗଲ ହେଉଛି ପ୍ରକୃତିର ଅମୂଲ୍ୟ ବରଦାନ ଏବଂ ଏହାର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ବିଶେଷକରି ଶୁଷ୍କ ଋତୁରେ ବନାଗ୍ନି…

ଟ୍ରେନ୍‌ ଧକ୍କାରେ ସଂସ୍କୃତ ଶିକ୍ଷକଙ୍କ ମୃତ୍ୟୁ, ବଢ଼ିଲା ଆତ୍ମହତ୍ୟା ସନ୍ଦେହ

ରାୟଗଡ଼ା,୨୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସଦର ବ୍ଲକ୍‌ ଜେମାଦେଈପେଣ୍ଠସ୍ଥିତ କଳିଙ୍ଗା ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ପଞ୍ଚାନନ ଚୌଧୁରୀ(୫୫)ଙ୍କ ସୋମବାର ଏକ ମାଲବାହୀ ଟ୍ରେନ୍‌ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri