ଭୁବନେଶ୍ୱର,୨୪ା୧୧: ଲୋକଙ୍କ ସେବକ ହେଇ କାମ କରିବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ କଡ଼ା ତାଗିଦ କରିଛନ୍ତି। ଜିଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ ନେଇ ମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଦୂରଦୂରାନ୍ତରରୁ ଆସୁଥିବା ଲୋକଙ୍କୁ ବସିବାକୁ ଚୌକି ଦିଅ, ପିଇବାକୁ ପାଣି ଦିଅ। ଧୈର୍ଯ୍ୟର ସହ ତାଙ୍କ ଅଭିଯୋଗ ଶୁଣ, ନିର୍ଦ୍ଦିଷ୍ଟ ସମୟରେ କାମ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ କାର୍ଯ୍ୟାନୁଷ୍ଠାନ ହୋଇଛି, ନିୟମରେ ନ ରହିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।