ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ ବନ୍ଧା ହେବେ । ଏପରି ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
କୋଟିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । କୋଟିଆକୁ ଆନ୍ଧ୍ରର ଅବାଧ ପ୍ରବେଶ ହେଉଥିବା ବେଳେ ଆଜି ଏପରି ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ଆନ୍ଧ୍ରର ଲୋକ କୋଟିଆକୁ ବୁଲିବାକୁ ଆସି ପାରିବେ । କିନ୍ତୁ କୋଟିଆବାସୀଙ୍କୁ ପ୍ରଲୋଭିତ କଲେ କି ଲିଫ୍ଲେଟ ବାଣ୍ଟିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଓଡ଼ିଶା କୋଟିଆର ମାଆ, ଆନ୍ଧ୍ର ହେଉଛି ମାଉସୀ । ମାଆ ବଞ୍ଚିଥିବା ପର୍ଯ୍ୟନ୍ତ ମାଉସୀର ଆବଶ୍ୟକ ନାହିଁ । ଆମ ସରକାର ପାଇଁ ଭୁବନେଶ୍ବର ଯେତିକି ଗୁରୁତ୍ୱପୂର୍ଣ୍ଣ କୋଟିଆ ସେତିକି ଗୁରିତ୍ବପୂର୍ଣ୍ଣ । ବିକଶିତ କୋଟିଆ ନିର୍ମାଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।


