ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ ଜମି ଜବର ଦଖଲ ନେଇ RIଙ୍କ ଉପରେ ଉଦ୍ବେଗ ପ୍ରକାଶ କରିଛନ୍ତି।
ସେହିପରି ବେଆଇନ ଜମି ଜବରଦଖଲ RIଙ୍କ ଅଜାଣତରେ ହୁଏନି। ଜମି ଜବରଦଖଲ ରୋକିବା ଗୁରୁ ଦାୟିତ୍ୱ ତହସିଲଦାରଙ୍କ ଅପେକ୍ଷା RIଙ୍କର ଅଧିକ ବୋଲି ସେ କହିଛନ୍ତି। ଆପଣଙ୍କ କଲମ ହିଁ ଆପଣଙ୍କ ପରିଚୟ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। ଅବ୍ୟବହୃତ ସରକାରୀ କ୍ୱାର୍ଟର୍ସ ରାଜ୍ୟରେ ବିକାଶରେ ବ୍ୟବହାର ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।
Dharitri – Odisha’s No.1 Odia Daily