ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, ରାଜ୍ୟର ୬୩୮୭ ଶିକ୍ଷକ ପାଇବେ…

ଭୁବନେଶ୍ୱର,୨ା୮: ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ମିଳିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି। ଅନୁଦାନପ୍ରାପ୍ତ ହାଇସ୍କୁଲ ଏବଂ ବ୍ଲକ୍‌ଗ୍ରାଣ୍ଡ ସ୍କୁଲରେ ଏହି ଶିକ୍ଷକମାନଙ୍କୁ ନିଯୁକ୍ତି ମିଳିବ। ସେହିପରି ସଂସ୍କୃତ ଟୋଲ୍‌ ସ୍କୁଲରେ ଅତିଥି ଶିକ୍ଷକମାନେ ମଧ୍ୟ ନିଯୁକ୍ତି ପାଇବେ। ଏହି ଆଧାରରେ ଅବସରଗ୍ରହଣ କରିଥିବା ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ମିଳିବ।

Share