ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ ଦୀର୍ଘଦିନ ଧରି ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା। ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା।

ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ତାଙ୍କ ଏକମାତ୍ର ପୁତ୍ର ପପୁନ ମୁଖାଗ୍ନି ଦେଇଥିଲେ। ତାଙ୍କ  ପୈତୃକ ଗ୍ରାମ ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଡ଼ଭାର ଗ୍ରାମରେ । ସେ ଖେମୁଣ୍ଡି କଲେଜ ପ୍ରତିଷ୍ଠା ପରଠାରୁ ୧୯୮୩ ମସିହାରୁ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରି ଗତ ୨୦୨୦ ମେ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ। ସେ ଜଣେ ସମାୟାନୁବର୍ତ୍ତି କର୍ତ୍ତବ୍ୟନିଷ୍ଠ ମେଳାପୀ ଛାତ୍ରବତ୍ସଳ ପ୍ରାଧ୍ୟାପକ ଭାବେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ପରଲୋକ ରେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା, ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ଚିକିଟି ବିଧାୟକ ମନୋରଞ୍ଜନ ସାମନ୍ତରା, ଖେମୁଣ୍ଡି କଲେଜ ଅଧ୍ୟକ୍ଷ ଡ଼.ଅସିତ କୁମାର ଷଡଙ୍ଗୀ, ଆଇନଜୀବି ସଦାନନ୍ଦ ପରମଗୁରୁ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

 

Dharitri – Odisha’s No.1 Odia Daily

Share