ଭଞ୍ଜନଗର,୧୬।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ଗୃହ ଠାରେ ସୋମବାର ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବ୍ଲକର ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ବୈଠକ ହୋଇଥିଲା । ଏଥିରେ ସଭାପତି ବିଭୁତି ଭୂଷଣ ଜେନା ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ଯୋଗଦେଇ ପେନସନ ଉପରେ କେନ୍ଦ୍ର ସରକାର ନେବାକୁ ଯାଉଥିବା ବିଷୟରେ ରହିଥିବା ଅସୁବିଧା ଓ ସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ। ଭବିଷ୍ୟତରେ ଏହାର ପ୍ରଭାରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେନସନରେ କୌଣସି ପ୍ରକାର ସୁବିଧା ରହୁନଥିବା ଦର୍ଶାଇଥିଲେ l ଏହାକୁ ନେଇ ପରବର୍ତ୍ତୀ ଦିନରେ ଏକ ବଡଧରଣର ସମାବେଶ ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଜଣାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ ସୱାଗତ ଭାଷଣ ସହ ଏହାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ଲାଗୁ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୨୦୨୭ ପହିଲାରୁ ତାହାକୁ ଲାଗୁ ହେବା ସମ୍ଭାବନା ରହିଛି। କିନ୍ତୁ ଅଷ୍ଟମ ବେତନ କମିଶନରେ ଅବସରପ୍ରାପ୍ତ ବେତନଭୋଗୀ ସରକାରୀ କର୍ମଚାରୀଙ୍କୁ ଯେତିକି ସୁବିଧା ମିଳିବା କଥା ମିଳୁ ନ ଥିବା ଆଶଙ୍କା କରାଯାଉଛି। ତେଣୁ ଏହାକୁ ନେଇ ବର୍ତ୍ତମାନ ଠାରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଲାନି। ତେଣୁ ସମସ୍ତଙ୍କୁ ସମାନ ସୁବିଧା ଦେବା ସହ ଚିକିତ୍ସା ଭତ୍ତା ଦେବାପାଇଁ ବୈଠକରେ ଦାବି ହୋଇଛି। ନଚେତ୍ ଆଗାମୀ ଦିନରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ଦାବୀ ପୂରଣ ପାଇଁ ଯୋରଦାର ଆନ୍ଦୋଳନ ହେବ ବୋଲି ବକ୍ତାମାନେ କହିଥିଲେ। ଆଲୋଚନାରେ ଅନୁପମ ବାନାର୍ଜୀ, ସୁରେଶ ସାଇଁ,କବିରାଜ ପୋଲେଇ, ଜଗବନ୍ଧୁ ଜେନା, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଜୟଦେବ ତାରିଣୀ, ଅମର ବିଳାସ ବେହେରା, ଅନିଲ କୁମାର ପଣ୍ଡା, ପର୍ଶୁରାମ ସ୍ବାଇଁ, ରିତାରାଣୀ ମହାପାତ୍ର, ବିପିନ ବିହାରୀ ପାଢ଼ୀ, ଶ୍ୟାମ ସୁନ୍ଦର ରଣସିଂହ, ଅଭିମନ୍ୟୁ ପଣ୍ଡା, ଗୋପାଳ ଚନ୍ଦ୍ର ସୱାଇଁ, ବନମାଳୀ ଲେଙ୍କା ପ୍ରମୁଖ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ସନ୍ତୋଷ ଜେନା ସଂଯୋଜନା କରିଥିବାବେଳେ ସୁବାସ ଚନ୍ଦ୍ର ତାରିଣୀ ଧନ୍ୟବାଦ ପ୍ରଦାନ କରିଥିଲେ ।


