ଅଷ୍ଟମ ବେତନ କମିଶନରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଣଦେଖା

ଭଞ୍ଜନଗର,୧୬।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ଗୃହ ଠାରେ ସୋମବାର ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବ୍ଲକର ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ବୈଠକ ହୋଇଥିଲା । ଏଥିରେ ସଭାପତି ବିଭୁତି ଭୂଷଣ ଜେନା ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ଯୋଗଦେଇ ପେନସନ ଉପରେ କେନ୍ଦ୍ର ସରକାର ନେବାକୁ ଯାଉଥିବା ବିଷୟରେ ରହିଥିବା ଅସୁବିଧା ଓ ସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ। ଭବିଷ୍ୟତରେ ଏହାର ପ୍ରଭାରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେନସନରେ କୌଣସି ପ୍ରକାର ସୁବିଧା ରହୁନଥିବା ଦର୍ଶାଇଥିଲେ l ଏହାକୁ ନେଇ ପରବର୍ତ୍ତୀ ଦିନରେ ଏକ ବଡଧରଣର ସମାବେଶ ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଜଣାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ ସୱାଗତ ଭାଷଣ ସହ ଏହାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ଲାଗୁ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୨୦୨୭ ପହିଲାରୁ ତାହାକୁ ଲାଗୁ ହେବା ସମ୍ଭାବନା ରହିଛି। କିନ୍ତୁ ଅଷ୍ଟମ ବେତନ କମିଶନରେ ଅବସରପ୍ରାପ୍ତ ବେତନଭୋଗୀ ସରକାରୀ କର୍ମଚାରୀଙ୍କୁ ଯେତିକି ସୁବିଧା ମିଳିବା କଥା ମିଳୁ ନ ଥିବା ଆଶଙ୍କା କରାଯାଉଛି। ତେଣୁ ଏହାକୁ ନେଇ ବର୍ତ୍ତମାନ ଠାରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଲାନି। ତେଣୁ ସମସ୍ତଙ୍କୁ ସମାନ ସୁବିଧା ଦେବା ସହ ଚିକିତ୍ସା ଭତ୍ତା ଦେବାପାଇଁ ବୈଠକରେ ଦାବି ହୋଇଛି। ନଚେତ୍‌ ଆଗାମୀ ଦିନରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ଦାବୀ ପୂରଣ ପାଇଁ ଯୋରଦାର ଆନ୍ଦୋଳନ ହେବ ବୋଲି ବକ୍ତାମାନେ କହିଥିଲେ। ଆଲୋଚନାରେ ଅନୁପମ ବାନାର୍ଜୀ, ସୁରେଶ ସାଇଁ,କବିରାଜ ପୋଲେଇ, ଜଗବନ୍ଧୁ ଜେନା, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଜୟଦେବ ତାରିଣୀ, ଅମର ବିଳାସ ବେହେରା, ଅନିଲ କୁମାର ପଣ୍ଡା, ପର୍ଶୁରାମ ସ୍ବାଇଁ, ରିତାରାଣୀ ମହାପାତ୍ର, ବିପିନ ବିହାରୀ ପାଢ଼ୀ, ଶ୍ୟାମ ସୁନ୍ଦର ରଣସିଂହ, ଅଭିମନ୍ୟୁ ପଣ୍ଡା, ଗୋପାଳ ଚନ୍ଦ୍ର ସୱାଇଁ, ବନମାଳୀ ଲେଙ୍କା ପ୍ରମୁଖ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ସନ୍ତୋଷ ଜେନା ସଂଯୋଜନା କରିଥିବାବେଳେ ସୁବାସ ଚନ୍ଦ୍ର ତାରିଣୀ ଧନ୍ୟବାଦ ପ୍ରଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri