ବଲାଙ୍ଗୀର,୮ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଇନ୍ଦିରା ନଗର ନିବାସୀ କିଶୋର କୁମାର ରାଉତ (୬୨ )ଙ୍କ ହୃଦ୍ଘାତରେ ବୁଧବାର ପରଲୋକ ହୋଇଛି। ସମ୍ବଲପୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଛି। ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲକୁ ପରିବାର ଲୋକେ ନେଇଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେ ଜଣେ ମିଷ୍ଟାଭାଷୀ ଓ ମେଳାପୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ସେ ସୁବର୍ଣ୍ଣପୁର ଡିଷ୍ଟିକ ପୋଲିସ ଅଫିସରେ କିରାଣିଭାବରେ କାମ କରି ୨୦୨୪ରେ ଅବସର ଗ୍ରହଣ କରିଥିଲେ। ମୃତ୍ୟୁ ବେଳେ ଭାଇ ଶ୍ରୀକାନ୍ତ ରାଉତ ଓ ପରିବାର ଲୋକେ ଉପସ୍ଥିତ ଥିଲେ। କିଶୋରଙ୍କ ମୃତ୍ୟୁ ଖବର ଶୁଣିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ପଡ଼ାବାସୀ ତାଙ୍କ ଇନ୍ଦିରାନଗର ନିକଟସ୍ଥ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।