Posted inଜାତୀୟ

ଅବସର ନେଲେ ସେନା ଉପମୁଖ୍ୟ ସି.ପି. ମହାନ୍ତି

ନୂଆଦିଲ୍ଲୀ,୧।୨: ଭାରତର ସେନା ଉପମୁଖ୍ୟ ଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ସୋମବାର ଅବସର ଗ୍ରହଣ କରିଛନ୍ତି। ସେ ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ ଶହୀଦ ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଓଡ଼ିଶାର ଜଗତ୍‌ସିଂହପୁର ଜିଲାରେ ଜନ୍ମିତ ସି.ପି. ମହାନ୍ତି ଗତବର୍ଷ ଫେବୃୟାରୀ ୧ରେ ଦେଶର ଭାଇସ୍‌ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ଭାବେ ନିଯୁକ୍ତ ହୋଇଥିଲେ। ଗତବର୍ଷ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରିଥିଲେ। ଏହା ବ୍ୟତୀତ ସେ ଅତି ବିଶିଷ୍ଟ ସେବା ମେଡାଲ, ସେନା ମେଡାଲ ଏବଂ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ ହୋଇଛନ୍ତି। ସେନା ଉପମୁଖ୍ୟ ଭାବେ କେତେକ ଗୁରୁତ୍ୱପୂର୍ଣ୍ଣ ସାମରିକ ଉପକରଣ କ୍ରୟ ନିଷ୍ପତ୍ତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଡେରାଡୁନ୍‌ସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ, ନ୍ୟାଶନାଲ ଡିଫେନ୍ସ ଏକାଡେମୀ, ଇଣ୍ଡିଆନ ମିଲିଟାରୀ ଏକାଡେମୀରୁ ଶିକ୍ଷାଗ୍ରହଣ କରିଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ ମହାନ୍ତି ୧୯୮୨ ଜୁନ୍‌ ୧୨ରେ ରାଜପୁତ୍‌ ରେଜିମେଣ୍ଟରେ କମିଶନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ପ୍ରକାର କଥା କହୁଛନ୍ତି ଟ୍ରମ୍ପ, ଗୋଟିଏ ପଟେ ଆକ୍ରମଣର ଚେତାବନୀ, ଅନ୍ୟପଟେ ଚୁକ୍ତି କଥା ବି ଉଠାଇଛନ୍ତି

ଓ୍ବାଶିଂଟନ,୬।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ସମୟ ସୀମାକୁ – ହରମୁଜ ପ୍ରଣାଳୀକୁ ପୁନଃ ଖୋଲିବା ସମ୍ପର୍କରେ – ଆହୁରି ୨୪…

ଆମେରିକା-ଇରାନ ମଧ୍ୟରେ ହେବ ୪୫ ଦିନ ଯୁଦ୍ଧ ବିରତି! ଟ୍ରମ୍ପଙ୍କ ଧମକ ପରେ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ଓ୍ବାଶିଂଟନ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ପାଇଁ ଏକ ସମୟସୀମା ଧାର୍ଯ୍ୟ କରି ଇରାନକୁ ଏକ ଅଲଟିମେଟମ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତେହରାନ…

ପ୍ରଥମେ ଜୟଶଙ୍କରଙ୍କ ସହ କଥା ହୋଇ ପୁଣି ରୁଷିଆକୁ ଫୋନ ଲଗାଇଲା ଇରାନ, ବିଶ୍ୱକୁ ଦେଲା କେଉଁ ବିପଦର ଚେତାବନୀ? ଟ୍ରମ୍ପଙ୍କ ଧମକ ପରେ…

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ସହିତ ବିବାଦ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କ ସହ ଟେଲିଫୋନ…

ଆଦର୍ଶ ବଜାରରୁ ବି ଉଠିପାରିଲାନି ଧାନ: କାଳବୈଶାଖୀ ମାଡ଼ି ଆସୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ଆଉ ପ୍ରାୟ ମାସକ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ମାତ୍ର ବିଡ଼ମ୍ବନାର ବିଷୟ ଏପର୍ଯ୍ୟନ୍ତ ବରଗଡ଼ ଜିଲାରେ ରହିଥିବା ବିଭିନ୍ନ ଧାନକ୍ରୟ କେନ୍ଦ୍ର(ମଣ୍ଡି)ରୁ…

ବିଧାୟକ-କାଉନସିଲର ବିବାଦ: ଶପଥ ପାଇଁ ସଭାମଞ୍ଚକୁ ଟଣାହେଲେ ମହାପ୍ରଭୁ, ଆଉ ତା’ ପରେ…

ଚିକିଟି,୬ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷ ଗୃହରେ ଶନିବାର ଭତ୍ତା ବଣ୍ଟନ ନେଇ ବିଧାୟକ ଏବଂ ଏନ୍‌ଏସି ଅଧ୍ୟକ୍ଷl…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ଟ୍ରମ୍ପଙ୍କ ଧମକ ପରେ ହର୍ମୁଜ ଖୋଲିବାକୁ ନେଇ ସର୍ତ୍ତ ରଖିଲା ଇରାନ, ବଢିବ ଭାରତର ଟେନସନ!

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକ ସମୟସୀମା ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ ମଙ୍ଗଳବାର ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri