ଯାତ୍ରୀବାହୀ ଯାନ ରିଟେଲ ବିକ୍ରି ୪% ବଢ଼ିଲା

ନୂଆଦିଲ୍ଲୀ:ନଭେମ୍ବର ମାସରେ ଯାତ୍ରୀବାହି ଯାନର ରିଟେଲ ବିକ୍ରି ୪.୧୭% ବଢିଛି। ଦିଓ୍ବାଲି ଏବଂ ଧନ୍‌ତେରସ୍‌ ଅବସରରେ ଯାନ ପଞ୍ଜୀକରଣରେ ଏଭଳି ଉନ୍ନତି ଆସିଥିବା ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ(ଫାଡା) ପକ୍ଷରୁ ମଙ୍ଗଳବାର ସୂଚନା ମିଳିଛି। ନଭେମ୍ବରରେ ଉକ୍ତ ବର୍ଗରେ ୨.୯୧ ଲକ୍ଷ ୟୁନିଟ ଯାନ ବିକ୍ରି ହୋଇଥିବା ଜଣାପଡିଛି। ଏହା ଗତ ବର୍ଷ ସମାନ ସମୟରେ ୨.୭୯ ଲକ୍ଷ ୟୁନିଟ ରହିଥିଲା। ସେହିଭଳି ଟ୍ରାକ୍ଟର ବିକ୍ରି ୮.୪୭% ବଢ଼ି ୪୯,୩୧୩ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ଅବଧିରେ ୪୫,୪୬୨ ୟୁନିଟ ଥିଲା। ୨ ଚକିଆ ଯାନ ବିକ୍ରି ୨୧.୪୦% ନିମ୍ନରେ ରହିଛି। ୨୦୧୯ ନଭେମ୍ବରରେ ୧୭.୯୮ ୟୁନିଟ ୨ ଚକିଆ ଯାନ ବିକ୍ରି ହୋଇଥିବା ବେଳେ ଏହା ଚଳିତ ବର୍ଷ ନଭେମ୍ବରରେ ୧୪.୧୩ ଲକ୍ଷ ୟୁନିଟ ରହିଛି। ୩ ଚକିଆ ବର୍ଗରେ ଯାନ ବିକ୍ରି ସର୍ବାଧିକ କ୍ଷତିଗ୍ରସ୍ତ ସ୍ତରରେ ରହିଛି।
ଗତ ବର୍ଷ ନଭେମ୍ବରରେ ୬୯,୦୫୬ ୟୁନିଟ ୩ ଚକିଆ ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ୬୪.୯୮% ନିମ୍ନରେ ରହି ୨୪,୧୮୫ ୟୁନିଟ ରହିଛି। ବାଣିଜି୍ୟକ ଯାନ ୩୧.୨୨% ନିମ୍ନରେ ରହିଛି। ଗତ ବର୍ଷ ନଭେମ୍ବରରେ ଏହି ବର୍ଗରେ ୭୨,୮୬୩ ୟୁନିଟ ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ସମାନ ସମୟରେ ୫୦,୧୧୩ ୟୁନିଟକୁ ଖସିଛି। ଡାଟା ମୁତାବକ, କେବଳ ଟ୍ରାକ୍ଟର ଏବଂ ଯାତ୍ରାବାହୀ ଯାନ ବିକ୍ରି ଉନ୍ନତ ସ୍ଥିତିରେ ରହିଛି। ନଭେମ୍ବରରେ ମାସିକ ଭିତ୍ତିରେ ଯାନ ପଞ୍ଜୀକରଣ ୨୯.୩୨% ବଢିଥିବା ବେଳେ ବାର୍ଷିକ ଭିତ୍ତିରେ ୧୯.୯୨% ନିମ୍ନରେ ରହିଛି। ଭିତ୍ତିଭୂମି ଖର୍ଚ୍ଚକୁ ପ୍ରୋତ୍ସାହନ ପ୍ରଦାନ ଏବଂ ସ୍କ୍ରାପେଜ ନୀତିକୁ ସରକାର ଉତ୍ସାହିତ କରନ୍ତୁ ବୋଲି ଫାଡା ପକ୍ଷରୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri