ଯାତ୍ରୀବାହୀ ଯାନ ରିଟେଲ ବିକ୍ରି ୪% ବଢ଼ିଲା

ନୂଆଦିଲ୍ଲୀ:ନଭେମ୍ବର ମାସରେ ଯାତ୍ରୀବାହି ଯାନର ରିଟେଲ ବିକ୍ରି ୪.୧୭% ବଢିଛି। ଦିଓ୍ବାଲି ଏବଂ ଧନ୍‌ତେରସ୍‌ ଅବସରରେ ଯାନ ପଞ୍ଜୀକରଣରେ ଏଭଳି ଉନ୍ନତି ଆସିଥିବା ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ(ଫାଡା) ପକ୍ଷରୁ ମଙ୍ଗଳବାର ସୂଚନା ମିଳିଛି। ନଭେମ୍ବରରେ ଉକ୍ତ ବର୍ଗରେ ୨.୯୧ ଲକ୍ଷ ୟୁନିଟ ଯାନ ବିକ୍ରି ହୋଇଥିବା ଜଣାପଡିଛି। ଏହା ଗତ ବର୍ଷ ସମାନ ସମୟରେ ୨.୭୯ ଲକ୍ଷ ୟୁନିଟ ରହିଥିଲା। ସେହିଭଳି ଟ୍ରାକ୍ଟର ବିକ୍ରି ୮.୪୭% ବଢ଼ି ୪୯,୩୧୩ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ଅବଧିରେ ୪୫,୪୬୨ ୟୁନିଟ ଥିଲା। ୨ ଚକିଆ ଯାନ ବିକ୍ରି ୨୧.୪୦% ନିମ୍ନରେ ରହିଛି। ୨୦୧୯ ନଭେମ୍ବରରେ ୧୭.୯୮ ୟୁନିଟ ୨ ଚକିଆ ଯାନ ବିକ୍ରି ହୋଇଥିବା ବେଳେ ଏହା ଚଳିତ ବର୍ଷ ନଭେମ୍ବରରେ ୧୪.୧୩ ଲକ୍ଷ ୟୁନିଟ ରହିଛି। ୩ ଚକିଆ ବର୍ଗରେ ଯାନ ବିକ୍ରି ସର୍ବାଧିକ କ୍ଷତିଗ୍ରସ୍ତ ସ୍ତରରେ ରହିଛି।
ଗତ ବର୍ଷ ନଭେମ୍ବରରେ ୬୯,୦୫୬ ୟୁନିଟ ୩ ଚକିଆ ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ୬୪.୯୮% ନିମ୍ନରେ ରହି ୨୪,୧୮୫ ୟୁନିଟ ରହିଛି। ବାଣିଜି୍ୟକ ଯାନ ୩୧.୨୨% ନିମ୍ନରେ ରହିଛି। ଗତ ବର୍ଷ ନଭେମ୍ବରରେ ଏହି ବର୍ଗରେ ୭୨,୮୬୩ ୟୁନିଟ ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ସମାନ ସମୟରେ ୫୦,୧୧୩ ୟୁନିଟକୁ ଖସିଛି। ଡାଟା ମୁତାବକ, କେବଳ ଟ୍ରାକ୍ଟର ଏବଂ ଯାତ୍ରାବାହୀ ଯାନ ବିକ୍ରି ଉନ୍ନତ ସ୍ଥିତିରେ ରହିଛି। ନଭେମ୍ବରରେ ମାସିକ ଭିତ୍ତିରେ ଯାନ ପଞ୍ଜୀକରଣ ୨୯.୩୨% ବଢିଥିବା ବେଳେ ବାର୍ଷିକ ଭିତ୍ତିରେ ୧୯.୯୨% ନିମ୍ନରେ ରହିଛି। ଭିତ୍ତିଭୂମି ଖର୍ଚ୍ଚକୁ ପ୍ରୋତ୍ସାହନ ପ୍ରଦାନ ଏବଂ ସ୍କ୍ରାପେଜ ନୀତିକୁ ସରକାର ଉତ୍ସାହିତ କରନ୍ତୁ ବୋଲି ଫାଡା ପକ୍ଷରୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri