ଖିମ୍‌ଜୀକୁ ରିଟେଲ ଜୁଏଲେରି ଏମ୍‌ଡି ଆଣ୍ଡ ସିଇଓ ଆୱାର୍ଡ

ଭୁବନେଶ୍ୱର, ୮।୧(ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ‘ରିଜିଓନାଲ ରିଟେଲ ଚେନ୍‌ ଅଫ୍‌ ଦି ଇୟର (ଇଷ୍ଟ) ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ଭାରତର ପୂର୍ବାଞ୍ଚଳରୁ ଜୁଏଲେରି ଶିଳ୍ପରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଖିମ୍‌ଜୀ ଜୁଏଲର୍ସକୁ ରିଟେଲ ଜୁଏଲେରି ଏମ୍‌ଡି ତଥା ସିଇଓ ଆଓ୍ବାର୍ଡସରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ରିଟେଲ ଜୁଏଲେରି ଗ୍ରୁପ୍‌ ଦ୍ୱାରା
ମୁମ୍ବାଇଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହରେ ଯୋଗଦେଇ ଖିମ୍‌ଜୀ ଜୁଏଲର୍ସର ଡାଇରେକ୍ଟର ମିତେଶ ଖିମ୍‌ଜୀ ବଲିଉଡ୍‌ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା ଏବଂ ମିସ୍‌ ଇଣ୍ଡିଆ ଇଣ୍ଟରନ୍ୟାଶନାଲ-୨୦୨୧ର ବିଜେତା ତଥା ଅଭିନେତ୍ରୀ ଜୋୟା ଆଫ୍ରୋଜ୍‌ଙ୍କ ଠାରୁ ଉପରୋକ୍ତ ସମ୍ମାନ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ୍‌ ଜୁଏଲେରି ବ୍ରାଣ୍ଡ୍‌ ସମୂହର ଏମ୍‌ଡି ଏବଂ ସିଇଓମାନେ ସାମିଲ ହୋଇଥିଲେ।
ଅପରପକ୍ଷରେ ଉକ୍ତ କାର୍ଯ୍ୟକ୍ରମର ଅଫିସିଆଲ ନଲେଜ ପାର୍ଟନର ଏବଂ ଅଡିଟର ଭାବେ ପରାମର୍ଶଦାତା ସଂସ୍ଥା ଡିଲଏଟ ରହିଥିବା ବେଳେ ଏହା ଖିମ୍‌ଜୀ ଜୁଏଲର୍ସ ପାଇଁ ବୃହତ୍ତର ସାଧନ ସମ୍ପନ୍ନତାକୁ ଆଗେଇନେବା ଏବଂ ପୂର୍ବ ଭାରତରେ ଉକ୍ତ ବ୍ରାଣ୍ଡ୍‌ର ବ୍ୟବସାୟିକ ସଫଳତାର ନିମନ୍ତେ ଧ୍ୱଜାଧାରୀ ଭାବେ ନିଜର ସ୍ଥିତି ଜାରି ରଖିବାକୁ ଅଧିକ ସ୍ବୀକୃତି ବୋଧ, ବିଜୟୀ ଭାବନା ଏବଂ ଦାୟିତ୍ୱବୋଧ ଆଣିଦେଇଛି।
ଏ ସମ୍ପର୍କରେ ମିତେଶ ଖିମ୍‌ଜୀ କହିଛନ୍ତି, ଜୁଏଲେରି ଶିଳ୍ପର ଏଭଳି ଏକ ଭବ୍ୟ ସମାବେଶରେ ସ୍ବୀକୃତି ଲାଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ସମକକ୍ଷମାନଙ୍କ ମଧ୍ୟରେ ସ୍ବୀକୃତି ଲାଭ କରିବା ଆମର ମୂଲ୍ୟବୋଧ, କଠିନ ପରିଶ୍ରମ, କର୍ତ୍ତବ୍ୟପରାୟଣତା,ଉପତ୍ାଦବର୍ଗ ଏବଂ ଗ୍ରାହକ ହିତୈଷୀ ନୀତିଗୁଡିକ ପ୍ରତି ଆମର ପ୍ରତିବଦ୍ଧତାର ନିଦର୍ଶନ ହୋଇଛି। ବିଶେଷକରି ଏହି ମୂଲ୍ୟବୋଧ ଏବଂ କାର୍ଯ୍ୟଗୁଡିକ ବଜାରରେ ଅନ୍ୟ ସମସ୍ତଙ୍କଠାରୁ ଆମକୁ ପୃଥକ୍‌ କରୁଛି ଏବଂ ଏହି ସମୁଦାୟ ଶ୍ରେୟ ୧୧୦୦ରୁ ଅଧିକ ଲୋକଙ୍କର ଏକ ଟିମ୍‌କୁ ଯାଉଛି। ସେହିଭଳି ଏହି ବ୍ରାଣ୍ଡ୍‌ ଚଳିତ ବର୍ଷରେ ଅଧିକ ସଫଳତା ହାସଲ ଏବଂ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନକୁ ସମ୍ପ୍ରସାରଣ କରିବାକୁ ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସୂଚନାଯୋଗ୍ୟ, ସମ୍ପ୍ରତି ଓଡ଼ିଶାରେ ଖିମଜୀ ଜୁଏଲର୍ସର ୯ଟି ଷ୍ଟୋର ରହିଥିବାବେଳେ ଏହା ରାଜ୍ୟରେ ସର୍ବବୃହତ୍‌ ରିଟେଲ ଜୁଏଲେରି ଚେନ୍‌ ଭାବେ ଉଭାହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri