ଖୁଚୁରା ମୁଦ୍ରାସ୍ଫୀତି ୭%ରୁ ଊର୍ଦ୍ଧ୍ୱ ରହିପାରେ

ବାଙ୍ଗାଲୋର: ଲଗାତର ଦ୍ୱିତୀୟ ମାସ ଲାଗି ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୭%ରୁ ଊର୍ଦ୍ଧ୍ୱ ରହିପାରେ। ପିଆଜ ସହ ଅନ୍ୟ ପନିପରିବା ଦର ଉଚ୍ଚରେ ରହିବା ଯୋଗୁ ଏଭଳି ସ୍ଥିତି ଉଜୁଯିବା ନେଇ ରଏଟର୍ସ ପକ୍ଷରୁ ଆକଳନ କରାଯାଇଛି। ଏହା ହେଲେ ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ କରିବା ନେଇ ଆଶା କ୍ଷୀଣ ରହିବ। ମୁଦ୍ରାସ୍ଫୀତି ଚାପ ଯୋଗୁ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ନ ଖସାଇପାରେ। କରୋନା ମହାମାରୀ ଯୋଗୁ ବଜାର ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ମହାରାଷ୍ଟ୍ର,କର୍ନାଟକ ଏବଂ ଆନ୍ଧ୍ର ପ୍ରଦେଶରେ ବର୍ଷା ଯୋଗୁ ପିଆଜ ଉତ୍ପାଦନ ପ୍ରଭାବିତ ହୋଇଛି। ଏହା ସହ ପନିପରିବା ଦର ଉପରେ ମଧ୍ୟ ବର୍ଷାର ପ୍ରଭାବ ଲାଗି ରହିଛି। ଏସିଆର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥାରେ ଚାହିଦା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ଏପ୍ରିଲ-ଜୁନ୍‌ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୨୩.୯%କୁ ହ୍ରାସ ପାଇଛି। କରୋନା ଯୋଗୁ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଲୋକଙ୍କର ବେତନ ମଧ୍ୟ କାଟ ହୋଇଛି। ସଂକ୍ରମଣରେ ଭାରତ ଦ୍ୱିତୀୟ ଦେଶ ହୋଇଥିବା ବେଳେ କରୋନା ମହାମାରୀ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରିନାହିଁ। ସେପ୍ଟେମ୍ବରରେ ଶିଳ୍ପ ଉତ୍ପାଦନ ୨% ଖସିବା ନେଇ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ଯାଏ ହେବନି ଇନ୍‌ସଲଭେନ୍ସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଇନ୍‌ସଭଲଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି କାର୍ଯ୍ୟାନୁଷ୍ଠାନକୁ ଆଗାମୀ ୩ ମାସ ବାତିଲ ରଖିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ଯୋଗୁ ଏହି ପ୍ରକ୍ରିୟା ନ...

ଆଇବିସିରୁ ଫେରିଛି ୭୦ ହଜାର କୋଟି

ନୂଆଦିଲ୍ଲୀ,୧୫-୫:ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଜରିଆରେ ଫଶିଯାଇଥିବା ଋଣ ଅସୁଲ ସୁବିଧାଜନକ ହୋଇଛି। ୨୦୧୮-୧୯ରେ ୭୦ ହଜାର କୋଟି ଟଙ୍କା ଅନାଦାୟ ଋଣ(ଏନ୍‌ପିଏ) ଫେରି ଆସିଛି।...

ପୁଞ୍ଜି ବଜାରର ପ୍ରତିକ୍ରିୟା ଆଶ୍ଚର୍ଯ୍ୟ କରିଛି: ରାଜୀବ କୁମାର

ମୁମ୍ବାଇ,୩-୨: ବଜେଟକୁ ପୁଞ୍ଜି ବଜାରର ପ୍ରତିକ୍ରିୟା ନେଇ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବଜେଟ...

୯, ୬୫୯ କୋଟି ଉଠାଇ ନେଲେ ବିଦେଶୀ ନିବେଶକ

ନୂଆଦିଲ୍ଲୀ: ଫରେନ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ମାନେ ଏପ୍ରିଲରେ ପୁଞ୍ଜି ବଜାରରୁ ୯,୬୫୯ କୋଟି ଟଙ୍କା ଉଠାଇ ନେଇଛନ୍ତି। କରୋନାର ଦ୍ୱିତୀୟ ଲହର ପ୍ରଭାବରେ ନିବେଶକ ଆଶଙ୍କାରେ...

ସୋମବାରଠାରୁ ୭ମ ଅର୍ଥନୈତିକ ଜନଗଣନା ଆରମ୍ଭ

ନୂଆଦିଲ୍ଲୀ,୨୮-୭: କେନ୍ଦ୍ର ସରକାର ସୋମବାରଠାରୁ ସାରାଦେଶରେ ୭ମ ଅର୍ଥନୈତିକ ଜନଗଣନା ଆରମ୍ଭ କରିବେ। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରୁ ଏହି ଜନଗଣନା କାର୍ଯ୍ୟ ଆରମ୍ଭ ହେବ। ଦେଶରେ...

ଗାଡି ବିକ୍ରି ହ୍ରାସ ଧାରା ଜାରି

ନୂଆଦିଲ୍ଲୀ, ୩-୧୨: ନଭେମ୍ବର ମାସରେ ଘରୋଇ ବଜାରରେ କମ୍ପାନୀଙ୍କ ଯାନ ବିକ୍ରି ହ୍ରାସ ଧାରା ଜାରି ରଖିଛି। ଏହି ସମୟରେ ଟୟୋଟା କିର୍ଲୋସ୍କାର ମୋଟର୍ସ ବିକ୍ରି...

ପୁଣି ୧୦ ପଇସା ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୩୧।୮: ଚଳିତ ମାସ ପେଟ୍ରୋଲ ଦର ବୃଦ୍ଧିରେ ବିରତି ଲାଗି ପାରୁନାହିଁ। ଭୁବନେଶ୍ୱରରେ ରବିବାର ପେଟ୍ରୋଲ ଲିଟର ପିଛା ୧୦ ପଇସା ବଢି ୮୨.୫୯ ଟଙ୍କା...

ଚାଇନା ନିବେଶକଙ୍କ ଉପରେ ନଜର

ନୂଆଦିଲ୍ଲୀ,୨୩।୫: ଗତ କିଛିଦିନ ଚାଇନାରୁ ଆସୁଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ରୋକିବା ଉପରେ ସରକାର ନିୟମରେ ପରିବର୍ତ୍ତନ କରିଥିଲେ। ବର୍ତ୍ତମାନ ଚାଇନା ଏବଂ...

Advertisement


Archives

Model This Week

Why Dharitri