୬.୯୩% ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୪।୮: ଖୁଚୁରା ମୁଦ୍ରାସ୍ଫୀତି ଭିତ୍ତିକ ଖାଉଟି ମୂଲ୍ୟସୂଚୀ (ସିପିଆଇ) ଜୁଲାଇ ମାସରେ ୬.୯୩% ସ୍ତରକୁ ବଢ଼ିଛି। ଏହା ଜୁନ୍‌ ମାସରେ ୬.୨୩% ସ୍ତରରେ ରହିଥିଲା। ଖାଦ୍ୟ ସାମଗ୍ରୀ ଦର ବଢିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ଏହି ସମୟରେ ଖାଦ୍ୟ ବର୍ଗରେ ମୁଦ୍ରାସ୍ଫୀତି ୯.୬୨% ରହିଛି। ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୬.୦୯% ରହିବ ବୋଲି ସରକାର କହିଥିଲେ। ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ୬.୨୩%କୁ ବଢାଯାଇଥିଲା। ଯୋଗାଣରେ ବାଧା ଉପୁଜିବାରୁ ଜୁଲାଇ ପରଠାରୁ ଖାଦ୍ୟ ସାମଗ୍ରୀ ଦର ବଢିଚାଲିଛି। କରୋନା ଯୋଗୁ ଏଭଳି ଅସୁବିଧା ଦେଖାଯାଇଛି। ଜୁଲାଇର ଖୁଚୁରା ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କର ଆକଳନଠାରୁ ଊର୍ଦ୍ଧ୍ୱରେ ରହିଛି। ଫେବୃୟାରୀ ପରଠାରୁ ରିଜର୍ଭ ବ୍ୟାଙ୍କର ଏହାର ରେପୋ ରେଟ୍‌ରେ ୧୧୫ ବେସିସ୍‌ ଏପଣ୍ଟ ହ୍ରାସ କରିଛି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ଧ୍ୟାନ ରଖିଛି। ଲକ୍‌ଡାଉନ ଯୋଗୁ ଡାଟା ମିଳିବାରେ ସମସ୍ୟା ହେବାରୁ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଏପ୍ରିଲ ଏବଂ ମେ ମାସର ମୁଦ୍ରାସ୍ଫୀତି ଡାଟାକୁ ପ୍ରକାଶ କରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ ସୁଦ୍ଧା ଭାରତ ପଞ୍ଚମ ବଡ଼ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: ଚଳିତ ବର୍ଷ ବିଶ୍ୱର ପ୍ରମୁଖ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ୬ତମ ସ୍ଥାନକୁ ଖସିଯାଇଛି। ୨୦୨୫ ବେଳକୁ ପୁଣି ଥରେ ବ୍ରିଟେନକୁ ଟପି ଭାରତ...

ତେଲରେ ନିଆଁ

ଭୁବନେଶ୍ୱର, ୨୫।୧ (ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର କମିବା ଦେଖାଯାଉନାହିଁ। ଚଳିତ ସପ୍ତାହରେ ଇନ୍ଧନ ଦର ୪ଥର ବଢିଲାଣି। ସେହିଭଳି ଜାନୁୟାରୀରେ ତେଲ ଦର...

ପ୍ରଥମ ଦିନରେ ୬ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୨।୧୨:ଚଳିତ ବର୍ଷର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୨ ବୁଧବାର ଠାରୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏପରିକି ୨୦୨୨ ନଭେମ୍ବର ୩୦ରୁ ଡିସେମ୍ବର...

ଏଫସିଆର୍‌ଏ ନିୟମରେ ପରିବର୍ତ୍ତନ, ସମ୍ପର୍କୀୟ ବିଦେଶରୁ ପଠାଇ ପାରିବେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା…

ନୂଆଦିଲ୍ଲୀ, ୨।୭ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଦେଶୀ ଅଂଶଦାନ ନିୟମାବଳୀ ଅଧିନିୟମ (ଏଫସିଆର୍‌ଏ) ସହ ଜଡିତ କେତେକ ନିୟମରେ ସଂଶୋଧନ କରିଛନ୍ତି। ଏହା ଦ୍ୱାରା...

ଓଏମ୍‌ସିରେ ନିରାପତ୍ତା ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର,୩ା୮: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ‘ସେଫ୍ଟି କନ୍‌କ୍ଲେଭ-୨୨’ ଶୀର୍ଷକ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ସିବିଓଆଇର ୧୧୨ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୩।୧୨:ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ସିବିଓଆଇ) ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ବ୍ୟାଙ୍କର ୧୧୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର...

‘ଆସନ୍ତା ବର୍ଷରେ ଅର୍ଥନୀତି ୬-୭%କୁ ବୃଦ୍ଧି ପାଇବ’

ନୂଆଦିଲ୍ଲୀ,୨୧।୧୧: ସାରା ବିଶ୍ୱ ବର୍ତ୍ତମାନ ପରିସ୍ଥିତିରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛିି। ଏପରିକି ବିଶ୍ୱ ବିମୁଦ୍ରାକରଣ ଆଡକୁ ଗତି କରୁଥିବା ବେଳେ ଭାରତରେ ତା’ର...

୩୦ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବୋନସ

ନୂଆଦିଲ୍ଲୀ: କରୋନା ପ୍ରଭାବିତ ଦେଶର ଅର୍ଥ ବ୍ୟବସ୍ଥାରେ ବଜାର ଚାହିଦା ଫେରାଇ ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହା ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ...

Advertisement
Archives

Model This Week