ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫.୧%

ନୂଆଦିଲ୍ଲୀ,୧୩।୨: କ୍ରମାଗତ ଭାବେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ପାଉଛି। ଏପରିକି ୨୦୨୪ ଜାନୁଆରୀରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ହୋଇ ୫.୧% ହୋଇଛି। ୨୦୨୩ ଡିସେମ୍ବରରେ ଏହି ହାର ୫.୬୯% ଥିଲା ବୋଲି ସୋମବାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ୨୦୨୪ ଜାନୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୩୦% ହୋଇଥିଲାବେଳେ ୨୦୨୩ ଡିସେମ୍ବରରେ ଏହାର ହାର ୯.୫୩% ଥିଲା। ତେବେ ଦରଦାମରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ, ୨୦୨୩ ଡିସେମ୍ବର ତୁଳନାରେ ୨୦୨୪ ଜାନୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ହାରରେ ମଧ୍ୟ ସାମାନ୍ୟ ହ୍ରାସ ପାଇଛି। ଅପରପକ୍ଷରେ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ମହଙ୍ଗା ସ୍ଥିତିରେ ଯଦିଓ ସାମାନ୍ୟ ହ୍ରାସ ହୋଇଥିଲେ ସୁଦ୍ଧା ପନିପରିବା ଦରବୃଦ୍ଧି ବର୍ତ୍ତମାନ ସମୟରେ ଚିନ୍ତାର କାରଣ ପାଲଟିଛି। ସେହିପରି ଶାଗ ଓ ପନିପରିବା ଆଦିର ଦର ୨୫%ରୁ ଅଧିକ ରହିଛି। ଏପରିକି ଡାଲିର ଦର ପ୍ରାୟ ୨୦% ରହିଛି। ୨୦୨୩ ଡିସେମ୍ବର ତୁଳନାରେ ଚଳିତ ବର୍ଷ ଜାନୁଆରୀରେ ଡାଲିର ମୁଦ୍ରାସ୍ଫୀତି ହାର ସାମାନ୍ୟ ହ୍ରାସ ଘଟିଛି। ୨୦୨୩ ଡିସେମ୍ବରରେ ଏହାର ହାର ୨୦.୭୩% ଥିଲାବେଳେ ୨୦୨୪ ଜାନୁଆରୀରେ ଡାଲିର ମୁଦ୍ରାସ୍ଫୀତି ହାର ୧୯.୫୪%କୁ ଖସି ଆସିଛି। ବିଶେଷ କରି ପନିପରିବାର ମୁଦ୍ରାସ୍ଫୀତି ହାରରେ ମଧ୍ୟ ସାମାନ୍ୟ ହ୍ରାସ ଘଟିଛି। ୨୦୨୩ ଡିସେମ୍ବରରେ ଏହାର ପରିମାଣ ୨୭.୬୪% ଥିଲା। ଡିସେମ୍ବର ତୁଳନାରେ ଜାନୁଆରୀରେ ଏହାର ହାର ସାମାନ୍ୟ ହ୍ରାସ ହୋଇ ୨୭.୦୩%କୁ ଖସି ଆସିଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରେ ଶସ୍ୟ ଏବଂ ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ମଧ୍ୟ ହ୍ରାସ ହୋଇ ୭.୮୩% ରହିଛି, ୨୦୨୩ ଡିସେମ୍ବରରେ ଏହାର ହାର ୯.୯୩% ଥିଲା। ୨୦୨୪ ଜାନୁଆରୀରେ ଫଳର ମୁଦ୍ରାସ୍ଫୀତି ହାର ମଧ୍ୟ ହ୍ରାସ ପାଇ ୮.୬୫% ହୋଇଛି, ୨୦୨୩ ଡିସେମ୍ବରରେ ଏହାର ହାର ୧୧.୧୪% ଥିଲା।
ସୂଚନାଯୋଗ୍ୟ, ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫% କୁ ଖସି ଆସିଛି। ବର୍ତ୍ତମାନ ଏହି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଟଲରାନ୍ସ ବଣ୍ଡ୍‌ ମଧ୍ୟରେ ଅଛି କିନ୍ତୁ ଆରବିଆଇର ଲକ୍ଷ୍ୟ ୪%କୁ ଆଣିବା ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

ଦିଲ୍ଲୀପ ରାୟଙ୍କ ନିର୍ବାଚନୀ ମାମଲା ଚାଲିବ: ହାଇକୋର୍ଟ

ଭୁବନେଶ୍ୱର,୬।୨: ହାଇକୋର୍ଟରେ ରାଉଲକେଲା ବିଧାନସଭା ନିର୍ବାଚନୀ ମାମଲାର ଶୁଣାଣି ହୋଇଛି। ବିଧାୟକ ଶାରଦା ନାୟକଙ୍କ ବିରୋଧରେ ୩ ମାମଲାକୁ  ହାଇକୋର୍ଟ ଖାରଜ କରିଛନ୍ତି । ଅନ୍ୟପକ୍ଷେ, ୩…

କେଉଁଥିରେ ତିଆରି ହୋଇଛି T20 World Cup Trophy ? ଜାଣନ୍ତୁ ଏହାର ଓଜନ ସହ ମୂଲ୍ୟ କେତେ

ନୂଆଦିଲ୍ଲୀ,୬।୨: ୨୦୨୬ T20 World Cup ଫେବୃଆରୀ ୭ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ କୋଡ଼ିଏଟି ଦଳ ଅଂଶଗ୍ରହଣ କରୁଛନ୍ତି। ସମସ୍ତ ଦଳକୁ ଚାରୋଟି ଗ୍ରୁପରେ ବିଭକ୍ତ…

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri