ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୭%

ନୂଆଦିଲ୍ଲୀ,୧୫।୧୧:ଗତ କିଛି ମାସ ହେବ ଦରଦାମ ବୃଦ୍ଧି ଓ ମାନ୍ଦାବସ୍ଥା ଉଭୟ ସରକାର ଓ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏପରିକି ସରକାରଙ୍କ ସମସ୍ତ ପଦକ୍ଷେପ ଦରବୃଦ୍ଧିକୁ ନିୟନ୍ତ୍ରଣ କରିପାରିନାହିଁ। ବିଶେଷ କରି ଦେଶରେ ଖୁଚୁରା ମୁଦ୍ରାସ୍ପୀତି ଅକ୍ଟୋବରରେ ସାମାନ୍ୟ ହ୍ରାସ ପାଇ ୬.୭୭%ରେ ପହଞ୍ଚତ୍ଛି। ସୋମବାର କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (ସିପିଆଇ) ତଥ୍ୟ ଜାରି ଅନୁଯାୟୀ ଖାଦ୍ୟ ଉତ୍ପାଦ ଦାମ୍‌ କମ୍‌ ହେବା ଦ୍ବାରା ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୭%କୁ କମିଥିବା ଜଣାପଡିଛି। ସେହିଭଳି ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ପାଇଥିବାରୁ ଚଳିତ ବର୍ଷ ଅକ୍ଟୋବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ଗତ ୩ ମାସ ମଧ୍ୟରେ ସାମାନ୍ୟ ହ୍ରାସ ଘଟି ୬.୭୭%ରେ ରହିଛି। ସେହିପରି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ସୋମବାର ପ୍ରକାଶିତ ତଥ୍ୟରେ ଦର୍ଶାଯାଇଛି ଯେ ଖାଦ୍ୟ ମୁଦ୍ରାସ୍ଫୀତି ସେପ୍ଟେମ୍ବରରେ ୮.୬% ରୁ ୭.୦୧% କୁ ହ୍ରାସ ପାଇଥିବାବେଳେ ଇନ୍ଧନ ମୁଦ୍ରାସ୍ଫୀତି ୯.୯୩%କୁ ବୃଦ୍ଧି ପାଇଛି। ହେଲେ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୭% ତଳକୁ ଆସିବ ବୋଲି ନିକଟରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଆଶାବ୍ୟକ୍ତ କରିଥିଲେ। ରିଟେଲ ମୁଦ୍ରାସ୍ଫୀତି କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି କମିଟିର ସହନଶୀଳତା ବ୍ୟାଣ୍ଡ ବାହାରେ-୬% କ୍ରମାଗତ ତିନି ତ୍ରୈମାସିକରୁ ଅଧିକ ରହିଛି, ଯାହା ପ୍ୟାନେଲର ଆଇନଗତ ଭାବରେ ଧାର୍ଯ୍ୟ ମୁଦ୍ରାସ୍ଫୀତି ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି। ୩ ନଭେମ୍ବରରେ ଏମପିସି ଏକ ସ୍ବତନ୍ତ୍ର ବୈଠକ କରି ମୁଦ୍ରାସ୍ଫୀତି ଲକ୍ଷ୍ୟରେ ବିଫଳତା ସମ୍ପର୍କରେ ସରକାରଙ୍କ ନିକଟକୁ ପଠାଯିବାକୁ ଥିବା ଏକ ରିପୋର୍ଟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅପରପକ୍ଷରେ ଶିଳ୍ପ ବିଭାଗ ଦ୍ୱାରା ପୃଥକ ଭାବେ ପ୍ରକାଶିତ ତଥ୍ୟରେ ଦର୍ଶାଯାଇଛି ଯେ ପାଇକାରୀ ମୁଦ୍ରାସ୍ଫୀତି ୧୯ମାସର ସର୍ବନିମ୍ନସ୍ତରରେ ରହିଛି। ଚଳିତ ବର୍ଷ ଅକ୍ଟୋବରରେ ଏହା ୮.୩୯%ରେ ପହଞ୍ଚତ୍ଛି। ଖୁଚୁରା ମୁଦ୍ରାସ୍ଫୀତି ହ୍ରାସକୁ ସମର୍ଥନ କରି ଉତ୍ପାଦକମାନଙ୍କ ଦ୍ୱାରା ଇନପୁଟ୍‌ ମୂଲ୍ୟ ଚାପର ପାସ୍‌-ଇନ୍‌ ମନ୍ଥର ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଖୁଚୁରା ମୁଦ୍ରାସ୍ପୀତି ଦର ୨୦୨୨ ଅକ୍ଟୋବରରେ ଗତ ୩ ମାସ ମଧ୍ୟରେ ସବୁଠୁ କମ୍‌ ସ୍ତରରେ ପହଞ୍ଚତ୍ଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି ୭.୪୧% ରହିଥିଲା। ଆରବିଆଇ ମୁଦ୍ରାସ୍ଫୀତି ଦରକୁ ୨ରୁ ୬% ମଧ୍ୟରେ ରଖିବାକୁ ଲକ୍ଷ୍ୟ ରହିଛି। ଚଳିତ ବର୍ଷ ଜାନୁୟାରୀଠାରୁ ହିଁ ଖୁଚୁରା ମୁଦ୍ରାସ୍ଫୀତି ଦର ୬% ରୁ ସନ୍ତୋଷଜନକ ସୀମା ଉପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri