ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୭%

ନୂଆଦିଲ୍ଲୀ,୧୫।୧୧:ଗତ କିଛି ମାସ ହେବ ଦରଦାମ ବୃଦ୍ଧି ଓ ମାନ୍ଦାବସ୍ଥା ଉଭୟ ସରକାର ଓ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏପରିକି ସରକାରଙ୍କ ସମସ୍ତ ପଦକ୍ଷେପ ଦରବୃଦ୍ଧିକୁ ନିୟନ୍ତ୍ରଣ କରିପାରିନାହିଁ। ବିଶେଷ କରି ଦେଶରେ ଖୁଚୁରା ମୁଦ୍ରାସ୍ପୀତି ଅକ୍ଟୋବରରେ ସାମାନ୍ୟ ହ୍ରାସ ପାଇ ୬.୭୭%ରେ ପହଞ୍ଚତ୍ଛି। ସୋମବାର କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (ସିପିଆଇ) ତଥ୍ୟ ଜାରି ଅନୁଯାୟୀ ଖାଦ୍ୟ ଉତ୍ପାଦ ଦାମ୍‌ କମ୍‌ ହେବା ଦ୍ବାରା ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୭%କୁ କମିଥିବା ଜଣାପଡିଛି। ସେହିଭଳି ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ପାଇଥିବାରୁ ଚଳିତ ବର୍ଷ ଅକ୍ଟୋବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ଗତ ୩ ମାସ ମଧ୍ୟରେ ସାମାନ୍ୟ ହ୍ରାସ ଘଟି ୬.୭୭%ରେ ରହିଛି। ସେହିପରି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ସୋମବାର ପ୍ରକାଶିତ ତଥ୍ୟରେ ଦର୍ଶାଯାଇଛି ଯେ ଖାଦ୍ୟ ମୁଦ୍ରାସ୍ଫୀତି ସେପ୍ଟେମ୍ବରରେ ୮.୬% ରୁ ୭.୦୧% କୁ ହ୍ରାସ ପାଇଥିବାବେଳେ ଇନ୍ଧନ ମୁଦ୍ରାସ୍ଫୀତି ୯.୯୩%କୁ ବୃଦ୍ଧି ପାଇଛି। ହେଲେ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୭% ତଳକୁ ଆସିବ ବୋଲି ନିକଟରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଆଶାବ୍ୟକ୍ତ କରିଥିଲେ। ରିଟେଲ ମୁଦ୍ରାସ୍ଫୀତି କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି କମିଟିର ସହନଶୀଳତା ବ୍ୟାଣ୍ଡ ବାହାରେ-୬% କ୍ରମାଗତ ତିନି ତ୍ରୈମାସିକରୁ ଅଧିକ ରହିଛି, ଯାହା ପ୍ୟାନେଲର ଆଇନଗତ ଭାବରେ ଧାର୍ଯ୍ୟ ମୁଦ୍ରାସ୍ଫୀତି ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି। ୩ ନଭେମ୍ବରରେ ଏମପିସି ଏକ ସ୍ବତନ୍ତ୍ର ବୈଠକ କରି ମୁଦ୍ରାସ୍ଫୀତି ଲକ୍ଷ୍ୟରେ ବିଫଳତା ସମ୍ପର୍କରେ ସରକାରଙ୍କ ନିକଟକୁ ପଠାଯିବାକୁ ଥିବା ଏକ ରିପୋର୍ଟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅପରପକ୍ଷରେ ଶିଳ୍ପ ବିଭାଗ ଦ୍ୱାରା ପୃଥକ ଭାବେ ପ୍ରକାଶିତ ତଥ୍ୟରେ ଦର୍ଶାଯାଇଛି ଯେ ପାଇକାରୀ ମୁଦ୍ରାସ୍ଫୀତି ୧୯ମାସର ସର୍ବନିମ୍ନସ୍ତରରେ ରହିଛି। ଚଳିତ ବର୍ଷ ଅକ୍ଟୋବରରେ ଏହା ୮.୩୯%ରେ ପହଞ୍ଚତ୍ଛି। ଖୁଚୁରା ମୁଦ୍ରାସ୍ଫୀତି ହ୍ରାସକୁ ସମର୍ଥନ କରି ଉତ୍ପାଦକମାନଙ୍କ ଦ୍ୱାରା ଇନପୁଟ୍‌ ମୂଲ୍ୟ ଚାପର ପାସ୍‌-ଇନ୍‌ ମନ୍ଥର ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଖୁଚୁରା ମୁଦ୍ରାସ୍ପୀତି ଦର ୨୦୨୨ ଅକ୍ଟୋବରରେ ଗତ ୩ ମାସ ମଧ୍ୟରେ ସବୁଠୁ କମ୍‌ ସ୍ତରରେ ପହଞ୍ଚତ୍ଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି ୭.୪୧% ରହିଥିଲା। ଆରବିଆଇ ମୁଦ୍ରାସ୍ଫୀତି ଦରକୁ ୨ରୁ ୬% ମଧ୍ୟରେ ରଖିବାକୁ ଲକ୍ଷ୍ୟ ରହିଛି। ଚଳିତ ବର୍ଷ ଜାନୁୟାରୀଠାରୁ ହିଁ ଖୁଚୁରା ମୁଦ୍ରାସ୍ଫୀତି ଦର ୬% ରୁ ସନ୍ତୋଷଜନକ ସୀମା ଉପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ୱଣ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ବୋନସକୁ ନେଇ ଆସିଲା ଖରାପ ଖବର

ନୂଆଦିଲ୍ଲୀ,୨୬।୯: ପାର୍ୱଣ ଋତୁ ପୂର୍ୱରୁ କର୍ମଚାରୀମାନେ ବୋନସକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ସରକାରୀ ଏବଂ ଘରୋଇ ସଂସ୍ଥା ବୋନସ ଘୋଷଣା ମଧ୍ୟ କରୁଛନ୍ତି। ଏହି ସମୟରେ…

ପହିଲାରୁ ବଦଳିବ LPG Gasର ୫ ବଡ଼ ନିୟମ! ବୁକିଂ କରିବା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୯: ଅକ୍ଟୋବର ୧ ତାରିଖରୁ ଏଲପିଜି ସିଲିଣ୍ଡର ସହିତ ଜଡିତ ଅନେକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ଗ୍ୟାସ ବୁକିଂ ଓ ରିଫିଲିଂକୁ ପ୍ରଭାବିତ…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ SBI କଲା ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍ଲୀ,୨୬।୯: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକ ଏବଂ ଆଗାମୀ ଦିନରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କାର ଅଭାବ ହେବା ଚିନ୍ତାରେ ବ୍ୟସ୍ତ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?