ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୨%

ଭୁବନେଶ୍ୱର,୧୩।୧୦ (ଅଭୟ ଦାଶ):ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ହୋଇ ୫.୦୨%ରେ ରହିଛି, ଯାହା ୨୦୨୩ ଅଗଷ୍ଟରେ ୬.୮୩% ରେ ଥିଲା। ଏହା ପୂର୍ବରୁ ୨୦୨୩ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୫ ମାସର ସର୍ବୋଚ୍ଚସ୍ତର ୭.୪୪%କୁ ଛୁଇଁଥିଲା ବୋଲି ଗୁରୁବାର ନ୍ୟାଶନାଲ ଷ୍ଟାଟିଷ୍ଟିକାଲ ଅଫିସ୍‌ (ଏନ୍‌ଏସ୍‌ଓ) ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ବିଶେଷକରି ଖାଦ୍ୟ ସାମଗ୍ରୀ ମୂଲ୍ୟ ହ୍ରାସ ଯୋଗୁ ୨୦୨୩ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଦେଖାଯାଇଛି ବୋଲି ବଜାର ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି। ତେବେ ୨୦୨୩ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ଙ୍କ ଟଲରାନ୍ସ ବ୍ୟାଣ୍ଡ୍‌ର ଅପର ଲେଭଲ ୬% ରୁ ବର୍ତ୍ତମାନ ତଳକୁ ଆସିଛି।
ଅପରପକ୍ଷରେ ପରିସଂଖ୍ୟାନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ୨୦୨୩ ସେପ୍ଟେମ୍ବରରେ ଦେଶର ଖାଦ୍ୟ ମୁଦ୍ରାସ୍ଫୀତିରେ ମଧ୍ୟ ବଡ଼ ହ୍ରାସ ଦେଖାଯାଇଛି। ଫଳରେ ଏହି ସମୟରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ହ୍ରାସ ହୋଇ ୬.୫୬%କୁ ଖସିଛି, ଯାହା ୨୦୨୩ ଅଗଷ୍ଟରେ ୯.୯୪%ରେ ପହଞ୍ଚତ୍ଥିଲା। ତେବେ ଦେଶର ଗ୍ରାମାଞ୍ଚଳରେ ମୂଲ୍ୟ ବୃଦ୍ଧି ବର୍ତ୍ତମାନ ସମୟରେ ଏକ ଚିନ୍ତାର ବିଷୟ ହୋଇଥିବାବେଳେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୩୩% ଗ୍ରାମାଞ୍ଚଳରେ ରହିଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୬.୬୫%ରେ ରହିଛି। ସେହିଭଳି ୨୦୨୩ ସେପ୍ଟେମ୍ବରରେ ପନିପରିବା ମୁଦ୍ରାସ୍ଫୀତି ହ୍ରାସ ହୋଇ ୩.୩୯% ରହିଥିବାବେଳେ ଅଗଷ୍ଟରେ ୨୬.୧୪%ରେ ପହଞ୍ଚିଥିଲା। ଏପରିକି ୨୦୨୩ ସେପ୍ଟେମ୍ବରରେ ଡାଲି ମୁଦ୍ରାସ୍ଫୀତି ହାର ବଢ଼ି ୧୬.୩୮%ରେ ପହଞ୍ଚତ୍ଛି, ଯାହା ୨୦୨୩ ଅଗଷ୍ଟରେ ୧୩.୦୪%ରେ ସୀମିତ ଥିଲା। ସେହିପରି ମସଲା ମୁଦ୍ରାସ୍ଫୀତି ୨୩.୬% ରେ ରହିଥିଲାବେଳେ ୨୦୨୩ ଅଗଷ୍ଟରେ ମସଲା ମୁଦ୍ରାସ୍ଫୀତି ହାର ୨୩.୧୯% ଥିଲା। ଅପରପକ୍ଷରେ ଦୁଗ୍ଧ ଜାତୀୟ ଉତ୍ପାଦର ମୁଦ୍ରାସ୍ଫୀତି ହାର ୬.୮୯%କୁ ଖସିଛି, ଯାହା ଅଗଷ୍ଟରେ ୭.୭୩% ଥିଲା। ବିଶେଷକରି ସେପ୍ଟେମ୍ବରରେ ଖାଦ୍ୟଶସ୍ୟ ଓ ତତ୍‌ସମ୍ପର୍କିତ ଉତ୍ପାଦର ମୁଦ୍ରାସ୍ଫୀତି ୧୦.୯୫%କୁ ଖସିଥିଲା ବେଳେ ୨୦୨୩ ଅଗଷ୍ଟରେ ଏହାର ହାର ୧୧.୮୫%କୁ ପହଞ୍ଚିଥିଲା। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ସେପ୍ଟେମ୍ବରରେ ଶିଳ୍ପ ଅଭିବୃଦ୍ଧି ୧୦.୩% କୁ ବୃଦ୍ଧି ଘଟିଥିଲାବେଳେ ଅଗଷ୍ଟ ଏବଂ ଜୁଲାଇରେ କମ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?