ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୩%

ଭୁବନେଶ୍ୱର,୧୪।୫ (ଅନୁରାଧା ମହାରଣା): କ୍ରମାଗତ ଭାବେ ଘରୋଇ ବଜାରରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଉଛି। ଏପରିକି ୨୦୨୪ ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୩%ରେ ରହିଛି। ସେହିଭଳି ୨୦୨୪ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୫% ରହିଥିବାବେଳେ ଏପ୍ରିଲରେ ଏହା ୪.୮୩%କୁ ହ୍ରାସ ପାଇଛି। ଅପରପକ୍ଷରେ ଖାଦ୍ୟ ମୁଦ୍ରାସ୍ଫୀତି ଚଳିତ ବର୍ଷ ଏପ୍ରିଲରେ ୮.୭୦%କୁ ବୃଦ୍ଧି ପାଇଛି, ଯାହାକି ୨୦୨୪ ମାର୍ଚ୍ଚରେ ୮.୫୨% ରହିଥିଲା ବୋଲି ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପରିସଂଖ୍ୟାନ ମନ୍ତ୍ରଣାଳୟ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମାସ ଏପ୍ରିଲ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାର ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ଅନୁସାରେ ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୩%କୁ ଖସି ଆସିଛି। ତେବେ ପନିପରିବା ଏବଂ ଡାଲି ପରି ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଖାଦ୍ୟ ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି। ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୭୦%ରେ ପହଞ୍ଚିଛି, ଯାହାକି ମାର୍ଚ୍ଚ ୨୦୨୪ ରେ ୮.୫୨% ଥିଲା। ଏପ୍ରିଲରେ ଖାଦ୍ୟ ମୁଦ୍ରାସ୍ଫୀତିର ବୃଦ୍ଧି ମୁଖ୍ୟତଃ ପନିପରିବା ଏବଂ ଡାଲିରେ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁ ହୋଇଥାଏ। ପନିପରିବାର ମୁଦ୍ରାସ୍ଫୀତି ମାର୍ଚ୍ଚରେ ୨୬.୩୮% ଥିବାବେଳେ ଏପ୍ରିଲରେ ୨୭.୮୦% ରହିଛି। ଡାଲିର ମୁଦ୍ରାସ୍ଫୀତି ହାର ଏପ୍ରିଲରେ ୧୬.୮୪% ହୋଇଛି। ମାର୍ଚ୍ଚରେ ଏହା ୧୮.୯୯%ରହିଥିବାବେଳେ ଫେବୃଆରୀରେ ୧୮.୯୦ ପ୍ରତିଶତ ରହିଥିଲା। ସେହିପରି ଶସ୍ୟ ଏବଂ ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୮.୬୩% ହୋଇଛି, ଯାହା ମାର୍ଚ୍ଚରେ ୭.୯୦% ଥିଲା। ମସଲାର ମୁଦ୍ରାସ୍ଫୀତି ହାର ୭.୭୫% ହୋଇଛି। ମାର୍ଚ୍ଚରେ ୧୧.୪୩% ଥିଲା। ଫଳର ମୁଦ୍ରାସ୍ଫୀତି ହାର ୫.୯୪% ହୋଇଛି ଯାହା ମାର୍ଚ୍ଚରେ ୨.୬୭% ଥିଲା। ଚିନିର ମୁଦ୍ରାସ୍ଫୀତି ହାର ୬.୭୩% ଏବଂ ଅଣ୍ଡାର ମୁଦ୍ରାସ୍ଫୀତି ହାର ୯.୫୯%ରହିଛି।
ଖୁଚୁରା ମୁଦ୍ରାସ୍ଫୀତି ହାର ଭାରତୀୟ ରିଜର୍ଭ ବ୍ୟାଙ୍କର ଟଲେରାନ୍ସ ବ୍ୟାଣ୍ଡର ୬%ରୁ କମ ଅଟେ। ଏହା କ୍ରମାଗତ ଦ୍ୱିତୀୟ ମାସ ଯେତେବେଳେ ଖୁଚୁରା ମୁଦ୍ରାସ୍ଫୀତି ୫%ରୁ କମ ରହିଛି। ତେବେ ଖୁଚୁରା ମୁଦ୍ରାସ୍ଫୀତି ହାରକୁ ୪%କୁ ହ୍ରାସ କରିବାକୁ ଆରବିଆଇର ଲକ୍ଷ୍ୟ ରଖିଛି। ବିଶେଷତଃ ଡାଲି ଏବଂ ପାଣିପାଗରେ କ୍ରମାଗତ ପରିବର୍ତ୍ତନ ହେତୁ ପନିପରିବା ଏବଂ ପନିପରିବା ମହଙ୍ଗା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜେଲ୍‌ ଯିବେ ରାଜପାଲ ଯାଦବ, କୋର୍ଟ କହିଲେ ତାଙ୍କୁ ଅନେକ ସୁଯୋଗ ଦେବା ପରେ ବି…

ମୁମ୍ବାଇ,୧୦ା୭: ବଲିଉଡ୍‌ ଅଭିନେତା ରାଜପାଲ ଯାଦବ ତାଙ୍କ ଚେକ୍‌ ବାଉନ୍ସ ମାମଲା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୭ଟି…

ରୋଷେଇ ଘରୁ ବାହାରିଲା ୮ ଫୁଟ୍‌ ଅହିରାଜ, ଉଦ୍ଧାର ବେଳେ ପାଟିରୁ ବାହାରିଲା ଢମଣା ସାପ, ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଜୟନଗର ଗ୍ରାମର ସିମାଞ୍ଚଳ ସ୍ବାଇଁଙ୍କ ଘରୁ ଏକ ୮ ଫୁଟ୍‌ ଲମ୍ବର କିଙ୍ଗକୋବ୍ରା…

ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କହିଲେ ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୧୦ା୭: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ପ୍ରଭାତୀ କହିଛନ୍ତି, ସୁଭଦ୍ରା ପାଇଁ…

ମୋ ବିଶ୍ୱାସ ଭାଙ୍ଗିଦେଇଥିଲା ପୋଲିସ: ଜାଣନ୍ତୁ କାହିଁକି ଏମିତି କହିଲେ ବିଜୟ

ନୂଆଦିଲ୍ଲୀ,୧୦।୭: ୨୦୨୫ରେ କରୁରରେ ଘଟିଥିବା ଦୁଃଖଦ ଦଳାଚକଟା ଉପରେ ଗଭୀର ଦୁଃଖ ପ୍ରକାଶ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟକୁ ଗଭୀର…

ଗାଁ ପୋଖରୀରେ ଗାଧୋଉଥିବାବେଳେ ଗଭୀର ପାଣିରେ ବୁଡ଼ିଗଲେ ପିଣ୍ଟୁ, ହସ୍ପିଟାଲରେ ଡାକ୍ତର କଲେ ମୃତ ଘୋଷଣା

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମ ପୋଖରୀରୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ…

‘ମୋତେ ଚୁପ୍ କରିବାକୁ ହେଲେ ମାରିବାକୁ ପଡିବ’, ଭାଜପାକୁ ଚ୍ୟାଲେଞ୍ଜ ଦେଲେ ଦିଦି

କୋଲକାତା,୧୦।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ…

‘କେନ୍ଦୁଝର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କଲେ ଆନ୍ଦୋଳନ ହେବ’

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ୱ ରକ୍ଷା ନ ହେଲେ ଆନ୍ଦୋଳନ ହେବ। ଆମ ଆଦ୍‌ମୀ ପାର୍ଟି, କେନ୍ଦୁଝରର ସ୍ପଷ୍ଟ ମତ ହେଉଛି ଯେ,…

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri