ଗହମ ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ,୧୫।୫: ଭାରତ ସରକାରଙ୍କ ପକ୍ଷରୁ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ସରକାର ଏହି ନିଷ୍ପତ୍ତିକୁ ତତ୍କାଳ କାର୍ଯ୍ୟକାରୀ କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ଦେଶରେ ଘରୋଇ ଦରବୃଦ୍ଧି ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟ ନେଇ ଏଭଳି ପଦକ୍ଷେପ ନିଆଯାଇଛି। ଦେଶରେ ଅନିୟନ୍ତ୍ରିତ ରପ୍ତାନି କାରଣରୁ ଗହମର ସ୍ଥାନୀୟ ଦରରେ ବୃଦ୍ଧି ଘଟିଛି। ତେଣୁ ଗହମର ଅନିୟନ୍ତ୍ରିତ ରପ୍ତାନି ଏବଂ ଜମାଖୋର ଉପରେ ଲଗାମ ଲଗାଇବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାରୀ ସୂଚନାରୁ ଜଣାଯାଇଛି। ଏହି ପ୍ରତିବନ୍ଧକ ସ୍ଥାୟୀ ନୁହେଁ ବୋଲି ମଧ୍ୟ କୁହାଯାଇଛି। ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୨-୨୩ରେ ୧କୋଟି ଟନ୍‌ ଗହମ ରପ୍ତାନି ଲକ୍ଷ୍ୟ ରଖାଯାଇଥିଲା। ତେବେ କେତେକ ପରିସ୍ଥିତି ଉପରେ ନଜର ରଖି ସରକାରଙ୍କ ପକ୍ଷରୁ ରପ୍ତାନି ଅନୁମତି ଦିଆଯିବ ବୋଲି ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ଫରେନ୍‌ ଟ୍ରେଡ୍‌ (ଡିଜିଏଫ୍‌ଟି) ପକ୍ଷରୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। କୌଣସି ଦେଶରେ ଖାଦ୍ୟ ସୁୁରକ୍ଷାର ଆବଶ୍ୟକତା ଅନୁସାରେ ସରକାର ଗହମ ରପ୍ତାନିକୁ ଅନୁମତି ଦେଇପାରିବେ। ତେବେ ଏଥିପାଇଁ ଉକ୍ତ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଅନୁମତି ଆବେଦନ କରିପାରିବେ। ଏହାଛଡ଼ା ଯେଉଁମାନଙ୍କର ଶିପ୍‌ମେଣ୍ଟ ପାଇଁ ଲେଟର୍ସ ଅଫ୍‌ କ୍ରେଡିଟ୍‌ (ଏଲ୍‌ଓସି) ପୂର୍ବରୁ ଜାରି ହୋଇସାରିଛି ସେମାନେ ମଧ୍ୟ ଗହମ ରପ୍ତାନି କରିପାରିବେ ବୋଲି ଡିଜିଏଫ୍‌ଟି ପକ୍ଷରୁ କୁହାଯାଇଛି। ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ କାରଣରୁ ବୈଶ୍ୱିକ କୃଷି ବଜାର ଚାପରେ ଥିବା ସମୟରେ ଭାରତର ଏହି ନିଷ୍ପତ୍ତିକୁ ସାତ ଉଦ୍ୟୋଗୀକୃତ ଦେଶ ସମୁହ (ଜି-୭) ପକ୍ଷରୁ ନିନ୍ଦା କରାଯାଇଛି। ସୂଚନାଯୋଗ୍ୟ ଗତ ଆର୍ଥିକ ବର୍ଷରେ ଅର୍ଥାତ୍‌ ୨୦୨୧-୨୨ରେ ଭାରତରୁ ୨୦୫ କୋଟି ଡଲାର (୧୫.୯ ହଜାର କୋଟି ଟଙ୍କା)ର ୭୦ ଲକ୍ଷ ଟନ୍‌ ଗହମ ରପ୍ତାନି କରାଯାଇଛି। ଗତ ଆର୍ଥିକ ବର୍ଷରେ ରପ୍ତାନି ହୋଇଥିବା ମୋଟ୍‌ ଗହମ ମଧ୍ୟରୁ ୫୦% ବାଂଲାଦେଶକୁ ପଠାଯାଇଛି। ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୯.୬୩ ଲକ୍ଷ ଟନ୍‌ ଗହମ ପଠାଯାଇସାରିଛି। ଗତ ଆର୍ଥିକ ବର୍ଷରେ ଉକ୍ତ ଅବଧି ମଧ୍ୟରେ ୧.୩୦ ଲକ୍ଷ ଟନ୍‌ ଗହମ ରପ୍ତାନି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri