ଗହମ ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ,୧୫।୫: ଭାରତ ସରକାରଙ୍କ ପକ୍ଷରୁ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ସରକାର ଏହି ନିଷ୍ପତ୍ତିକୁ ତତ୍କାଳ କାର୍ଯ୍ୟକାରୀ କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ଦେଶରେ ଘରୋଇ ଦରବୃଦ୍ଧି ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟ ନେଇ ଏଭଳି ପଦକ୍ଷେପ ନିଆଯାଇଛି। ଦେଶରେ ଅନିୟନ୍ତ୍ରିତ ରପ୍ତାନି କାରଣରୁ ଗହମର ସ୍ଥାନୀୟ ଦରରେ ବୃଦ୍ଧି ଘଟିଛି। ତେଣୁ ଗହମର ଅନିୟନ୍ତ୍ରିତ ରପ୍ତାନି ଏବଂ ଜମାଖୋର ଉପରେ ଲଗାମ ଲଗାଇବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାରୀ ସୂଚନାରୁ ଜଣାଯାଇଛି। ଏହି ପ୍ରତିବନ୍ଧକ ସ୍ଥାୟୀ ନୁହେଁ ବୋଲି ମଧ୍ୟ କୁହାଯାଇଛି। ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୨-୨୩ରେ ୧କୋଟି ଟନ୍‌ ଗହମ ରପ୍ତାନି ଲକ୍ଷ୍ୟ ରଖାଯାଇଥିଲା। ତେବେ କେତେକ ପରିସ୍ଥିତି ଉପରେ ନଜର ରଖି ସରକାରଙ୍କ ପକ୍ଷରୁ ରପ୍ତାନି ଅନୁମତି ଦିଆଯିବ ବୋଲି ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ଫରେନ୍‌ ଟ୍ରେଡ୍‌ (ଡିଜିଏଫ୍‌ଟି) ପକ୍ଷରୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। କୌଣସି ଦେଶରେ ଖାଦ୍ୟ ସୁୁରକ୍ଷାର ଆବଶ୍ୟକତା ଅନୁସାରେ ସରକାର ଗହମ ରପ୍ତାନିକୁ ଅନୁମତି ଦେଇପାରିବେ। ତେବେ ଏଥିପାଇଁ ଉକ୍ତ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଅନୁମତି ଆବେଦନ କରିପାରିବେ। ଏହାଛଡ଼ା ଯେଉଁମାନଙ୍କର ଶିପ୍‌ମେଣ୍ଟ ପାଇଁ ଲେଟର୍ସ ଅଫ୍‌ କ୍ରେଡିଟ୍‌ (ଏଲ୍‌ଓସି) ପୂର୍ବରୁ ଜାରି ହୋଇସାରିଛି ସେମାନେ ମଧ୍ୟ ଗହମ ରପ୍ତାନି କରିପାରିବେ ବୋଲି ଡିଜିଏଫ୍‌ଟି ପକ୍ଷରୁ କୁହାଯାଇଛି। ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ କାରଣରୁ ବୈଶ୍ୱିକ କୃଷି ବଜାର ଚାପରେ ଥିବା ସମୟରେ ଭାରତର ଏହି ନିଷ୍ପତ୍ତିକୁ ସାତ ଉଦ୍ୟୋଗୀକୃତ ଦେଶ ସମୁହ (ଜି-୭) ପକ୍ଷରୁ ନିନ୍ଦା କରାଯାଇଛି। ସୂଚନାଯୋଗ୍ୟ ଗତ ଆର୍ଥିକ ବର୍ଷରେ ଅର୍ଥାତ୍‌ ୨୦୨୧-୨୨ରେ ଭାରତରୁ ୨୦୫ କୋଟି ଡଲାର (୧୫.୯ ହଜାର କୋଟି ଟଙ୍କା)ର ୭୦ ଲକ୍ଷ ଟନ୍‌ ଗହମ ରପ୍ତାନି କରାଯାଇଛି। ଗତ ଆର୍ଥିକ ବର୍ଷରେ ରପ୍ତାନି ହୋଇଥିବା ମୋଟ୍‌ ଗହମ ମଧ୍ୟରୁ ୫୦% ବାଂଲାଦେଶକୁ ପଠାଯାଇଛି। ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୯.୬୩ ଲକ୍ଷ ଟନ୍‌ ଗହମ ପଠାଯାଇସାରିଛି। ଗତ ଆର୍ଥିକ ବର୍ଷରେ ଉକ୍ତ ଅବଧି ମଧ୍ୟରେ ୧.୩୦ ଲକ୍ଷ ଟନ୍‌ ଗହମ ରପ୍ତାନି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?