ଅଭିଜ୍ଞଙ୍କୁ ଦାୟିତ୍ୱ

Dillip Cherian

ସମ୍ପ୍ରତି ଷୋଡ଼ଶ ଫାଇନାନ୍ସ କମିଶନ ବା ଅର୍ଥ ଆୟୋଗ ଗଠନ ସମ୍ପର୍କରେ ଘୋଷଣା ମୋଦି ସରକାରଙ୍କ ରଣନୀତିକ ନିଯୁକ୍ତିର ଏକ ଉକତ୍ୃଷ୍ଟ ବିଚାରଧାରାକୁ ସ୍ପଷ୍ଟ କରିଛି। ଫାଇନାନ୍ସ କମିଶନ ଅଧ୍ୟକ୍ଷ ଭାବେ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆଙ୍କ ନିଯୁକ୍ତି ଯୋଗୁ ୪ଜଣ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରିବା ବି ସମ୍ଭବ ହୋଇଛି। କୌତୂହଳର ବିଷୟ, ନୂତନ ଆୟୋଗରେ ଅର୍ଥ ମନ୍ତ୍ରଣାଳୟର ୨ଜଣ ପୂର୍ବତନ ଅଧିକାରୀ ସଦସ୍ୟ ରହିଛନ୍ତି। ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଅଜୟ ନାରାୟଣ ଝା ଆୟୋଗ ପାଇଁ ଅନେକ ଅଭିଜ୍ଞତା ଆଣିଛନ୍ତି। ଏହା ପୂର୍ବରୁ ବ୍ୟୟ ସଚିବ ଭାବେ ତାଙ୍କର ପ୍ରମୁଖ ଦାୟିତ୍ୱ ଏବଂ ପଞ୍ଚଦଶ ଅର୍ଥ ଆୟୋଗରେ ଜଡ଼ିତ ହେବା ତାଙ୍କ ଦକ୍ଷତା ବୃଦ୍ଧି କରିଛି। ବ୍ୟୟ ବିଭାଗର ପୂର୍ବତନ ସ୍ବତନ୍ତ୍ର ସଚିବ ଆନି ଜର୍ଜ ମାଥ୍ୟୁ ବି ଏହି ପ୍ୟାନେଲରେ ଯୋଗଦେଇଛନ୍ତି । ଆର୍ଥିକ ସମ୍ବନ୍ଧୀୟ ବିସ୍ତୃତ ଆଭିମୁଖ୍ୟରେ ସେମାନଙ୍କର ସାମଗ୍ରିକ ଅଭିଜ୍ଞତା ଦାୟିତ୍ୱର ଏକ ନୂତନ ଓ ସୂକ୍ଷ୍ମ ବିଚାରକୁ ସୂଚିତ କରୁଛି। ଏହା ବ୍ୟତୀତ ସଦସ୍ୟ ଭାବେ ଆର୍ଥ ଗ୍ଲୋବାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ନିରଞ୍ଜନ ରାଜାଧ୍ୟକ୍ଷ ରହିଛନ୍ତି। ଆୟୋଗର ବିଚାର ବିମର୍ଶରେ ସେ ଘରୋଇ କ୍ଷେତ୍ରର ଦୃଷ୍ଟିକୋଣକୁ ଉପସ୍ଥାପନ କରିବା ସହ ଆର୍ଥିକ ଯୋଜନାରେ ବିବିଧ ଆଭିମୁଖ୍ୟକୁ ଗୁରୁତ୍ୱ ଦେବେ। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗ୍ରୁପ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଉପଦେଷ୍ଟା ଡ. ସୌମ୍ୟକାନ୍ତି ଘୋଷଙ୍କ ନିଯୁକ୍ତି ବେସରକାରୀ ଏବଂ ସରକାରୀ କ୍ଷେତ୍ରର ନିଆରା ମିଶ୍ରଣର ଅନ୍ତର୍ଦୃଷ୍ଟିକୁ ସାମ୍ନାକୁ ଆଣିଛି। ତେବେ ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ବ ବଣ୍ଟନ ଏକ ବିବାଦୀୟ ପ୍ରସଙ୍ଗ ହୋଇଥିବାବେଳେ ଏଭଳି ସ୍ଥିତିରେ ବିଶେଷକରି ଏହି ପ୍ରତିଷ୍ଠିତ ଗୋଷ୍ଠୀଙ୍କ ସୁପାରିସ ଉପରେ ଅନେକ କିଛି ନିର୍ଭର କରୁଛି ।
ଟ୍ରାଇର ମୁଖ୍ୟ
ରେଲ୍‌ଓ୍ବେ ବୋର୍ଡର ପୂର୍ବତନ ପ୍ରଭାବଶାଳୀ ବ୍ୟକ୍ତି ଅନୀଲ କୁମାର ଲାହୋଟି ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ)ର ମୁଖ୍ୟ ହୋଇଛନ୍ତି। ତାଙ୍କ କ୍ୟାରିୟର ଅତ୍ୟନ୍ତ ଭଲ ଏବଂ ଜଣେ ଅଭିଜ୍ଞ ରେଳ ଅଧିକାରୀ ରୂପେ ପରିଚିତ ଲାହୋଟିଙ୍କ ନିଯୁକ୍ତି ବିଭିନ୍ନ କ୍ଷେତ୍ରର ବହୁମୁଖୀ ପ୍ରତିଭା ଏବଂ ପରିବର୍ତ୍ତନଶୀଳତାକୁ ପ୍ରଦର୍ଶନକରେ। ରେଲଓ୍ବେ ନେତୃତ୍ୱରୁ ଲାହୋଟିଙ୍କର ଟେଲିକମ୍‌ ନିୟାମକ ସଂସ୍ଥାକୁ ପରିବର୍ତ୍ତନ ହେବା ଅସ୍ବାଭାବିକ ମନେହୁଏ। କିନ୍ତୁ ଲାହୋଟି ଜଣେ ସାଧାରଣ ରେଲୱେ ଅଧିକାରୀ ନୁହନ୍ତି। ରେଲଓ୍ବେ ବୋର୍ଡର ପୂର୍ବତନ ଚେୟାରମ୍ୟାନ ତଥା ସିଇଓ ଭାବରେ ଜଟିଳ ଭିତ୍ତିଭୂମି ପ୍ରକଳ୍ପ ପରିଚାଳନାରେ ସେ ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ନୂଆଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ ଏବଂ ସ୍ଲିକ୍‌ ଅଜମେରୀ ଗେଟ୍‌ ସାଇଡ୍‌ ଷ୍ଟେଶନ ବିଲ୍‌ଡିଂ ପରି ପ୍ରକଳ୍ପର ଯୋଜନା ଏବଂ ତାହାକୁ କାର୍ଯ୍ୟକାରୀ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଲାହୋଟି ବିଶ୍ୱସ୍ତରୀୟ ନୂଆଦିଲ୍ଲୀ ରେଳ ଷ୍ଟେଶନର ପୁନର୍ନିର୍ମାଣ ଯୋଜନା ସହିତ ଘନିଷ୍ଠ ଭାବରେ ଜଡିତ ଥିଲେ । ପ୍ରୋଜେକ୍ଟ ପରିଚାଳନା ଏବଂ ରଣନୀତିକ ଯୋଜନାରେ ଲାହୋଟିଙ୍କର ବିସ୍ତୃତ ଅଭିଜ୍ଞତା ତାଙ୍କୁ ଏକ ନିଆରା କୁଶଳୀ ଅଧିକାରୀ ଭାବେ ପରିଚିତି ଦେଇଛି। ବର୍ତ୍ତମାନ ତାଙ୍କ ଦୃଷ୍ଟି ରହିଛି ଟେଲିକମ୍‌ ଦୁନିଆ ଉପରେ । ତାଙ୍କର ନିଯୁକ୍ତି କେବଳ ସେକ୍ଟରଗୁଡ଼ିକର ଗଠନମୂଳକ ପରିବର୍ତ୍ତନକୁ ସୂଚିତ କରୁନାହିଁ, ବରଂ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକର ଉତ୍‌ଥାନରେ ତାଙ୍କ ନେତୃତ୍ୱର ମହତ୍ତ୍ୱକୁ ମଧ୍ୟ ଆଲୋକିତ କରେ। ତାଙ୍କ ନିଯୁକ୍ତି ମଧ୍ୟ ବିଭିନ୍ନ କ୍ଷେତ୍ରକୁ ନୂତନତ୍ୱ ଏବଂ ଅଭିବୃଦ୍ଧି ଦିଗରେ ପରିଚାଳନା କରିବାରେ ଜଣେ ସୁଦୃଢ଼ ତଥା ଦୂରଦୃଷ୍ଟିସମ୍ପନ୍ନ ନେତାଙ୍କ ଗୁରୁତ୍ୱକୁ ପ୍ରତିପାଦିତ କରିଛି।
ପରିବର୍ତ୍ତନଶୀଳ ମୁହୂର୍ତ୍ତ
ଉତ୍ତରାଖଣ୍ଡ ୧୯୮୮ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ରାଧା ରାତୁରୀଙ୍କୁ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ପାଇଛି। ତାଙ୍କ ବ୍ୟାଚ୍‌ମେଟ୍‌ ସୁଖବୀର ସିଂ ସାନ୍ଧୁଙ୍କର ସେ ଉତ୍ତରାଧିକାରୀ ହୋଇଛନ୍ତି । ସର୍ବୋଚ୍ଚ ପ୍ରଶାସନିକ ପଦବୀରେ ରାତୁରୀଙ୍କର ନିଯୁକ୍ତି କେବଳ ତାଙ୍କ ସଫଳତାକୁ ସୂଚିତ କରେ ନାହିଁ ବରଂ ରାଜ୍ୟ ଶାସନରେ ସମାବେଶିତା ଦିଗରେ ଏକ ବ୍ୟାପକ ପରିବର୍ତ୍ତନର ସଙ୍କେତ ଦିଏ। ଏହା ନିଶ୍ଚିତ ଯେ, ୧୯୭୦ ମସିହାରେ ମହିଳାମାନେ ଆଇଏଏସ୍‌ରେ ଯୋଗଦେଉଥିବା ଲୋକଙ୍କ ମଧ୍ୟରୁ ୯ ପ୍ରତିଶତ ଥିଲେ। ଏବେ କାର୍ଯ୍ୟରତ ଆଇଏଏସ୍‌ ଅଧିକାରୀଙ୍କ ସଂଖ୍ୟାର ୨୧ ପ୍ରତିଶତ ହେଉଛନ୍ତି ମହିଳା। ଅନେକ ରାଜ୍ୟ ମହିଳାଙ୍କୁ ସମୟ ସମୟରେ ଆଇଏଏସ୍‌ର ମୁଖ୍ୟ ପଦବୀରେ ବସାଇବା ଦେଖାଯାଇଛି। ୨୦୨୨ରେ ରାଜସ୍ଥାନର ଉଷା ଶର୍ମା ବି ମୁଖ୍ୟ ଶାସନ ସଚିବ ହୋଇଥିଲେ। କିନ୍ତୁ ଏମାନଙ୍କ ସଂଖ୍ୟା ଏତେ କମ୍‌ ଯେ ଏଭଳି ନିଯୁକ୍ତି ଯେତେବେଳେ ଘଟେ ସେତେବେଳେ ଏକ ଗୁଞ୍ଜରଣ ସୃଷ୍ଟି ହୁଏ। ଉତ୍ତରାଖଣ୍ଡର ସର୍ବୋଚ୍ଚ ପ୍ରଶାସନିକ ପଦବୀରେ ଅବସ୍ଥାପିତ ହେବା ପୂର୍ବରୁ ରାତୁରୀ ପ୍ରଥମେ ଅବିଭକ୍ତ ଉତ୍ତରପ୍ରଦେଶରେ ଏବଂ ପରେ ଉତ୍ତରାଖଣ୍ଡରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। କୌତୂହଳର ବିଷୟ, ତାଙ୍କ ସ୍ବାମୀ ଅନିଲ ରାତୁରୀ ଜଣେ ଆଇପିଏସ୍‌ ଅଧିକାରୀ ଓ ୨୦୨୦ରେ ଉତ୍ତରାଖଣ୍ଡର ପୋଲିସ ମହାନିର୍ଦ୍ଦେଶକ ପଦରୁ ଅବସର ନେଇଥିଲେ । ୨୦୦୦ ରେ ଗଠିତ ହୋଇଥିବା ଉତ୍ତରାଖଣ୍ଡ ରାଜ୍ୟ ବର୍ତ୍ତମାନ ଏହାର ପ୍ରଶାସନିକ ସ୍ତରରେ ସବୁ ବାଧାକୁ ଅତିକ୍ରମକରି ଆଗେଇବା ସହ ଏକ ପରିବର୍ତ୍ତନଶୀଳ ମୁହୂର୍ତ୍ତର ପ୍ରତ୍ୟକ୍ଷଦର୍ଶୀ ପାଲଟିଛି। ଏହି ସମୟରେ ଭାରତ ଏହାର ପ୍ରଥମ ମହିଳା କ୍ୟାବିନେଟ୍‌ ସଚିବଙ୍କ ଅପେକ୍ଷାରେ ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?