Posted inଜାତୀୟ

‘ସନାତନ ଧର୍ମକୁ ସମ୍ମାନ ଦିଏ’: ଉଦୟନିଧିଙ୍କ ମନ୍ତବ୍ୟ ଉପରେ ମମତାଙ୍କ ଟିପ୍ପଣି

ନୂଆଦିଲ୍ଲୀ,୫ା୯: ସନାତନ ଧର୍ମ ଉପରେ ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ବିବାଦୀୟ ମନ୍ତବ୍ୟକୁ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାପସନ୍ଦ କରିଛନ୍ତି। ସେ ତାମିଲନାଡୁ ଓ ଦକ୍ଷିଣ ଭାରତର ଜନସାଧାରଣଙ୍କୁ ସମ୍ମାନ ଦିଅନ୍ତି। ପ୍ରତ୍ୟେକ ଧର୍ମର ଅଲଗା ଭାବାବେଗ ରହିଥିବାରୁ ସେମାନେ ସମସ୍ତଙ୍କୁ ସମ୍ମାନ ଦେବା ଆବଶ୍ୟକ। ବିବିଧତା ମଧ୍ୟରେ ଏକତା ଏବଂ ଭାରତର ଧର୍ମନିରପେକ୍ଷତା କଥା ଉଲ୍ଲେଖ କରି ମମତା କହିଛନ୍ତି, ସେ ସନାତନ ଧର୍ମକୁ ସମ୍ମାନ ଦିଅନ୍ତି ଓ ବେଦରୁ ଜ୍ଞାନ ଆହରଣ କରିଛନ୍ତି। ତାଙ୍କ ସରକାର ରାଜ୍ୟର ପୁରୋହିତମାନଙ୍କୁ ପେନ୍‌ସନ ଦେଉଛନ୍ତି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧିଙ୍କ ‘ସନାତନ ଧର୍ମ’ ସମ୍ପର୍କିତ ମନ୍ତବ୍ୟକୁ ତୃଣମୂଳ କଂଗ୍ରେସ (ଟିଏମ୍‌ସସି) ସୋମବାର ନିନ୍ଦା କରିଛି। ଏଭଳି ମନ୍ତବ୍ୟ ସହ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର କୌଣସି ସମ୍ପର୍କ ନାହିଁ ବୋଲି ମମତା ବାନାର୍ଜୀଙ୍କ ଦଳ କହିଛି। ସଦ୍ଭାବ ଆମ ସଂସ୍କୃତି। ସବୁ ଧର୍ମ ପ୍ରତି ଆମର ସମ୍ମାନ ରହିଛି। କେହି କୌଣସି ଧର୍ମକୁ ଅପମାନିତ କରି ମନ୍ତବ୍ୟ ଦେଲେ ଆମେ ତାହାର ନିନ୍ଦା କରିବା ଆବଶ୍ୟକ ବୋଲି ଟିଏମ୍‌ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି।
ସୂଚନାଯୋଗ୍ୟ, ତାମିଲନାଡୁର କ୍ରୀଡ଼ା ଓ ଯୁବକଲ୍ୟାଣ ମନ୍ତ୍ରୀ ଉଦୟନିଧି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସମାନତା ଓ ସାମାଜିକ ନ୍ୟାୟର ବିରୋଧୀ ସନାତନ ଧର୍ମର ବିଲୋପ ହେବା ଆବଶ୍ୟକ ବୋଲି କହିଥିଲେ। ସେ ସନାତନ ଧର୍ମକୁ କରୋନା ଭୂତାଣୁ, ମ୍ୟାଲେରିଆ ଓ ଡେଙ୍ଗୁ ଜ୍ୱର ସହ ତୁଳନା କରି ଏହାକୁ ନଷ୍ଟ କରିଦିଆଯିବା ଉଚିତ ବୋଲି କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଡିଏମ୍‌କେ ନେତା କ୍ଷମା ମାଗନ୍ତୁ ବୋଲି ଭାଜପା ଦାବି କରିଛି। ଏହି ପ୍ରସଙ୍ଗରେ ଭାଜପା ବିରୋଧୀ ମେଣ୍ଟ ଇଣ୍ଡିଆ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଅନ୍ୟପକ୍ଷରେ ଉଦୟନିଧିଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସରେ ମତଭେଦ ଦେଖାଯାଇଛି। ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳ କହିଛନ୍ତି, ସବୁ ଧର୍ମକୁ ସମ୍ମାନ ଦିଆଯିବା ଆବଶ୍ୟକ। କଂଗ୍ରେସ ସମସ୍ତଙ୍କ ଧର୍ମୀୟ ବିଶ୍ୱାସକୁ ସମ୍ମାନ କରେ। ସର୍ବଧର୍ମ ସମଭାବ କଂଗ୍ରେସର ଆଦର୍ଶ ବୋଲି ବେଣୁଗୋପାଳ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା କମଳନାଥ କହିଛନ୍ତି, ଏହା ଉଦୟନିଧିଙ୍କ ବ୍ୟକ୍ତିଗତ ମତ। ତାଙ୍କ ସହ କମଳନାଥ ଏକମତ ନ ଥିବା କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ତଥା କର୍ନାଟକ ମନ୍ତ୍ରୀ ପ୍ରିୟଙ୍କ ଖାର୍ଗେ କହିଛନ୍ତି, ସମାନ ଅଧିକାର ଦେଉ ନ ଥିବା ଯେକୌଣସି ଧର୍ମ ରୋଗଠାରୁ ଭଲ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri