ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୭ ଜଣଙ୍କ ଇସ୍ତଫା

ମାଲକାନଗିରି,୨ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଉପାଧ୍ୟକ୍ଷଙ୍କ ସହ ଆଉ ୬ ଜଣ ବିଜେଡିର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି। ଶନିବାର ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି।

ସେମାନେ କହିଛନ୍ତି ଯେ, କୋରୁକୋଣ୍ଡା ବ୍ଲକ ଉପାଧ୍ୟକ୍ଷ ମାନସିକ ପଡିଆମୀଙ୍କ ସହ ସମିତିସଭ୍ୟା ରିନା ମାଡକାମୀ, ଇର୍ମା ମାଡି, ପଦିଆ ସୋଡି, ମଦାନୀ ପାମିଆ,ପର୍ଶୁରାମ ଖେମୁଣ୍ଡୁ, ଲଇଛନ ଶିଶା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଚିଠିରେ ଉଲ୍ଲେଖ ରହିଛି ଯେ, ବିଜୁ ପଟ୍ଟନାୟକଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣୀତ ହୋଇ ସମସ୍ତେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। କିନ୍ତୁ ଆଜକୁ ପ୍ରାୟ ଅଢେଇ ବର୍ଷ ହେବ କୋରୁକୋଣ୍ଡା ବ୍ଲକ ସଭାପତି ସତ୍ୟ ପାଣିଗ୍ରାହୀ ଓ କୋରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି ସରକାରଙ୍କ ସମସ୍ତ ନୀତି ନିୟମକୁ ଅଣଦେଖା କରିବା ସହ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରି ଆସୁଛନ୍ତି।

ଏ ସମ୍ବନ୍ଧରେ ଆମେ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଓ ପୂର୍ବତନ ଏମ୍‌ପିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଆମ୍ଭମାନଙ୍କୁ ଏହି ୨ ଜଣ ଅଣଦେଖା କରିବା ସହ କୋରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଆମ୍ଭମାନଙ୍କ କୌଣସି କଥାକୁ ଭ୍ରୁକ୍ଷେପ ନ କରି ନିଜ ଇଚ୍ଛା ମୁତାବକ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ କରି ଆସୁଛନ୍ତି। ଏ ସମ୍ବନ୍ଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିବା ସହ ବିଜୁ ଜନତା ଦଳର ଜଣେ ସଦସ୍ୟଙ୍କୁ ହିଁ ବ୍ଲକ ଅଧ୍ୟକ୍ଷ ଭାବେ ଚୟନ କରିବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ ତାହା ମଧ୍ୟ ବିଫଳ ହେଲା। କାରଣ ଏ ସମ୍ବନ୍ଧରେ ଆମ୍ଭେ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ବ୍ଲକ ସଭାପତି ପାଣିଗ୍ରାହୀ ଓ ଜିତୁ ବୁରୁଡି ଦୁଇଜଣ ମିଶି ଆମ୍ଭମାନଙ୍କୁ କଂଗ୍ରେସର ସଦସ୍ୟ ବୋଲି ଅପପ୍ରଚାର କରିବା ସହ ସମସ୍ତ ଗଣମାଧ୍ୟମରେ ଏହା ପ୍ରକାଶିତ କରାଇଥିଲେ। ଫଳରେ ଆମ୍ଭେ ଅତିଷ୍ଠ ହୋଇ ଦଳ ଛାଡ଼ିବାକୁ ବାଧ୍ୟ ହେଉଛୁ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ଦେଶ ଛାଡିଛନ୍ତି ୭ ଲକ୍ଷରୁ ଅଧିକ ପାକିସ୍ତାନୀ, ରିପୋର୍ଟରେ ବଡ଼ ଦାବି

ଇସଲାମାବାଦ,୧।୨: ୨୦୨୫ ମସିହାରେ ୭,୬୦,୦୦୦ ରୁ ଅଧିକ ପାକିସ୍ତାନୀ ନିଯୁକ୍ତି ଖୋଜିବାକୁ ଦେଶ ଛାଡିଥିଲେ। ଏହି ସଂଖ୍ୟା ଦେଶରେ ବଢୁଥିବା ଆର୍ଥିକ ଚାପ ଏବଂ ନିଯୁକ୍ତି ସୁଯୋଗର…

ବିବାହିତଙ୍କୁ Budget 2026 ରୁ ମିଳିବ ଖୁସିଖବର! ଆଉ ଦେବାକୁ ପଡିବନି…

ନୂଆଦିଲ୍ଲୀ,୧।୨: ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂସ୍ଥାନ (ICAI) ବିବାହିତ ଦମ୍ପତିଙ୍କ ପାଇଁ ଇଚ୍ଛାଧୀନ ଯୁଗ୍ମ ଟିକସ ପ୍ରସ୍ତାବ ଦେଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଏହା…

 ବିରି ମାଡ଼ଦେଖି କୋଳଥ ଚେପା : ଗୋରୁ ମାଫିଆଙ୍କୁ ଗୋଡ଼ାଇଲା ବେଳେ, ସ୍କୁଟିରୁ ପଡ଼ିଲେ ଗଞ୍ଜେଇ ବେପାରୀ  

ଭଞ୍ଜନଗର,୧।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଡହ ଅଞ୍ଚଳରେ କିଛି ଗୋରୁ ମାଫିଆ ଗୋରୁ ଧରି ଯାଉଥିଲେ। ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କୁ ଗୋଡାଇ ଧରିଥିଲେ। ପରେ…

ବଜେଟ ଭାଷଣ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୨: ବଜେଟ ୨୦୨୬ ପାଇଁ ଦୀର୍ଘ ପ୍ରତୀକ୍ଷା ଆଜି ଶେଷ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ବଜେଟ (ବଜେଟ ୨୦୨୬-୨୭ ଲାଇଭ ଅପଡେଟ୍ସ)…

Budget 2026 Gold Silver Rate: ବଜେଟ ପୂର୍ବରୁ ସୁନା-ରୂପାକୁ ନେଇ ବଡ଼ ଖବର, କିଣିବାକୁ ଚାହୁଁଥିଲେ…

ନୂଆଦିଲ୍ଲୀ,୧।୨: ବଜେଟ ଉପସ୍ଥାପନ ପୂର୍ୱରୁ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଫେବୃଆରୀ 1, 2026 ରେ, ଦିଲ୍ଲୀରେ 24 କ୍ୟାରେଟ ସୁନା ପ୍ରତି…

ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ: ଜଣାପଡୁନି କାରଣ ଚିନ୍ତାରେ…

ଭୁବନେଶ୍ୱର,୧।୨: ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

Budget 2026: ବଜେଟ୍‌ରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା! ବଢିବ ଚାକିରି…

ନୂଆଦିଲ୍ଲୀ,୧।୨: ୨୦୨୬ ମସିହାର କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, ସାରା ଦେଶର ଅର୍ଥନୀତିଜ୍ଞମାନେ ସରକାରଙ୍କ ସମ୍ଭାବ୍ୟ ପ୍ରାଥମିକତା ଉପରେ ସେମାନଙ୍କର ମତାମତ ପ୍ରଦାନ କରୁଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ…

New Rules 1 February 2026: ବଜେଟ ପୂର୍ବରୁ ସିଗାରେଟଠାରୁ LPG ପର୍ଯ୍ୟନ୍ତ ବଢିଲା ଏସବୁର ଦର

ନୂଆଦିଲ୍ଲୀ,୧।୨: ପ୍ରତି ମାସରେ, ପ୍ରତ୍ୟେକ ମାସର ପ୍ରଥମ ତାରିଖରେ କିଛି ପରିବର୍ତ୍ତନ ଘଟେ, ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଥାଏ। ରବିବାର ଅର୍ଥାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri