୫ ବର୍ଷ ହେଲା ବସ୍‌ ଅପେକ୍ଷାରେ ନଗଡ଼ାବାସୀ

ଯାଜପୁର,୭ା୯(ହର୍ଷବର୍ଦ୍ଧନ ବେହେରା)ଶିଶୁ ଅପପୁଷ୍ଟି ପାଇଁ ଚର୍ଚ୍ଚିତ ଯାଜପୁର ଜିଲା ନଗଡ଼ାକୁ ବସ୍‌ ସେବା ପ୍ରତିଶ୍ରୁତି ଫସରଫାଟିଛି। ୨୦୧୭ ଅଗଷ୍ଟ ୧୧ରେ ନଗଡ଼ାବାସୀଙ୍କ ସମେତ ଆଖପାଖ ଜନସାଧାରଣଙ୍କ ପାଇଁ ବସ୍‌ ଚଳାଚଳ ଆରମ୍ଭ ହୋଇଥିଲା। ଦାନଗଦିଠାରେ ବିଧାୟକ ତଥା ବର୍ତ୍ତମାନର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ଉପସ୍ଥିତିରେ ମା’ ନାମକ ଏକ ବେସରକାରୀ ବସ୍‌କୁ ଭବ୍ୟ ସମାରୋହରେ ଉଦ୍‌ଘାଟନ କରାଯାଇଥିଲା। ମାସେ ପର୍ଯ୍ୟନ୍ତ ବସ୍‌ଟି ସୁରୁଖୁରୁରେ ଚାଲିଥିଲା। ଏହି କ୍ରମରେ ଜୁଆଙ୍ଗ ଆଦିବାସୀମାନେ ବସ୍‌ ଯୋଗେ ଯାତାୟାତରେ କିଛିକାଂଶରେ ଅଭ୍ୟସ୍ତ ହୋଇପଡ଼ିଥିଲେ। ହେଲେ ଯାନ୍ତ୍ରିକ ତ୍ରୁଟି କାରଣରୁ ବସ୍‌ଟି ଆଉ ନଗଡ଼ାକୁ ଗଡ଼ି ନ ଥିଲା। ଏହାକୁ ୫ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ହେଲେ ବସ୍‌ଟି କୁଆଡ଼େ ଉଭେଇଯାଇଛି। ନଗଡ଼ାକୁ ଯୋଗାଯୋଗ ସଂଯୋଗ କରିବାକୁ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚକରି ପାହାଡ଼ ଚିରି ଯେଉଁ ରାସ୍ତା ନିର୍ମାଣ ହୋଇଥିଲା ଏବେ ତାହା କେତେଜଣ ସରକାରୀ ବାବୁଙ୍କ ଗାଡ଼ିଗୁଡ଼ିକ ପାଇଁ କେବଳ ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା ହେଉଛି।
୨୦୧୬ ଜୁଲାଇରେ ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ରାସ୍ତା ନିର୍ମାଣ ପାଇଁ ପ୍ରାଧାନ୍ୟ ଦିଆଯାଇଥିଲା। ଗମନାଗମନ ବିନା ବିକାଶ ଅସମ୍ଭବ ବୋଲି ସେତେବେଳେ ମତପ୍ରକାଶ ପାଇଥିଲା। ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଶୋକଝରଠାରୁ ଲୋୟର ନଗଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଲା। ୨୦୧୭-୧୮ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ୧୩ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିର୍ଦ୍ଧାରଣ ହୋଇଥିଲା। ତେବେ ଏହି ମୋଟା ଅଙ୍କର ଆବଣ୍ଟିତ ଅନୁଦାନକୁ ଦେଖି ବିଭାଗୀୟ ଅଧିକାରୀମାନେ ଉତ୍ସାହର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। କେବଳ ମୋରମ ଓ ମେଟାଲରେ ରାସ୍ତା ନିର୍ମାଣକରି ଛାଡ଼ି ଦିଆଯାଇଥିଲା। ନଗଡ଼ାକୁ ଯିବା ସମୟରେ ରାସ୍ତାର ବାମ ପାର୍ଶ୍ୱରେ ଏକ ଡ୍ରେନ୍‌ ଖୋଳାଯାଇଥିଲା। ପାହାଡ଼ର ବର୍ଷାଜଳ ଏହି ଡ୍ରେନ୍‌ରେ ନିଷ୍କାସନ ହୋଇ ତଳକୁ ଗଡ଼ିଯିବାକୁ ଯୋଜନା ହୋଇଥିଲା। ହେଲେ ଡ୍ରେନ୍‌ରେ କଂକ୍ରିଟ୍‌କରଣ ହୋଇ ନ ଥିଲା କି ରାସ୍ତାକୁ ପିଚୁ କରାଯାଇ ନ ଥିଲା। ଫଳରେ ପରବର୍ତ୍ତୀ ସମୟରେ ଉକ୍ତ ଡ୍ରେନ୍‌ ପୋତିହେବା ଯୋଗୁ ବର୍ଷାପାଣିରେ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସହ କଟିଂଗୁଡ଼ିକ ସୃଷ୍ଟି ହୋଇଥିଲା।
ଖଣିଜ ସମ୍ପଦରେ ଭରପୂର ଜିଲାର ରତ୍ନଗର୍ଭା ଭାବେ ବିବେଚିତ ସୁକିନ୍ଦା ବ୍ଲକ ଅଞ୍ଚଳରେ ଏଭଳି ଭାବେ ଚାଲିବା ପାଇଁ ରାସ୍ତା ନ ଥିଲା। ତଳ ନଗଡ଼ା, ମଝି ନଗଡ଼ା ଓ ଉପର ନଗଡ଼ାକୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ତଥା ପାନୀୟ ଜଳ ଭଳି ମୌଳିକ ସୁବିଧା ସାତସପନ ହୋଇଥିଲା। ଏବେ ବି ତୁମୁଣି ଏବଂ ଗୁହିଆଶାଳକୁ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ସେଠାକାର ଗ୍ରାମବାସୀ ପାହାଡ଼ ଜଙ୍ଗଲ ଭିତରେ ପାଦଚଲା ରାସ୍ତାରେ ଯିବା ଆସିବା କରୁଛନ୍ତି। ଏବେ ବି ସେଠାରେ ସ୍ବାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧା ଠିକ୍‌ ଭାବେ ପହଞ୍ଚତ୍ପାରିନାହିଁ। ଅନୁରୂପ ଭାବେ ନଗଡ଼ା ଓ ସେଠାରେ ବସବାସ କରୁଥିବା ଜୁଆଙ୍ଗ ଆଦିବାସୀ ଲୋକଙ୍କ ଅବସ୍ଥାକୁ ଯିଏ ପୂର୍ବରୁ ଦେଖିଛି ସେ ହିଁ ବିଶ୍ୱାସ କରିପାରିବ ସେତେବେଳର ସ୍ଥିତି। କେବଳ ଗମନାଗମନ ସୁବିଧା ନ ଥିବାରୁ ସରକାରଙ୍କ କୌଣସି ଯୋଜନା ନଗଡ଼ାରେ ପହଞ୍ଚତ୍ପାରି ନ ଥିଲା। ନଗଡ଼ା ଆଦିବାସୀଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ସପନ ପରି ଲାଗୁଥିଲା। ସାମାଜିକ ଦାୟିତ୍ୱବୋଧକୁ ଖଣି କମ୍ପାନୀଗୁଡ଼ିକ ଭୁଲିଯାଇଥିଲେ। ନଗଡ଼ା ଶିଶୁ ମୃତ୍ୟୁ ଘଟଣା ପରେ ୨୦୧୬ ଜୁଲାଇ ଶେଷ ସପ୍ତାହ ବେଳକୁ ରାସ୍ତା ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନକୁ ଏହି ଦାୟିତ୍ୱ ସରକାର ଦେଇଥିଲେ। ୪ ମାସ ମଧ୍ୟରେ ନଗଡ଼ାକୁ ଯେପରି ଗାଡ଼ି ଚଳାଚଳ ହୋଇପାରିବ ସେଥିପାଇଁ ସରକାର ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ପ୍ରଥମେ ବିଭାଗୀୟ କାର୍ଯ୍ୟ ଅନୁସାରେ ୮.୧୦୦ କି.ମି. ରାସ୍ତା ପାଇଁ ୧୨.୮୧ କୋଟି ଟଙ୍କା ଜିଲା ଖଣିଜ ପାଣ୍ଠିରୁ ମଞ୍ଜୁର ହୋଇଥିଲା। ଏବେ ସେହି ନଗଡ଼ାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପିଚୁରାସ୍ତା ନିର୍ମାଣ ହେଉଛି। ଯେଉଁ ନଗଡ଼ାକୁ ଚାଲି ଚାଲି ଯିବା କଷ୍ଟକର ହେଉଥିଲା, ସେଠାକୁ ପହଞ୍ଚତ୍ବାକୁ ୩ରୁ ୪ ଘଣ୍ଟା ସମୟ ଲାଗୁଥିଲା। ରାସ୍ତା ନିର୍ମାଣ ହେବା ପରେ ସେଠାକୁ ମାତ୍ର ଅଧଘଣ୍ଟା ସମୟ ଲାଗୁଛି। ବିଳମ୍ବରେ ହେଲେ ବି ଏହି ସଫଳତା ବାସ୍ତବରେ ଜିଲା ପ୍ରଶାସନ ପାଇଁ ପ୍ରଶଂସନୀୟ ବୋଲି କୁହାଯାଇଥିଲା। ପରେ ବସ୍‌ ସେବା ମଧ୍ୟ କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ସେହି ବସ୍‌ ସେବା ଏବେ ନଗଡ଼ାବାସୀଙ୍କୁ ସ୍ବପ୍ନ ଭଳି ଲାଗୁଛି ବୋଲି ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋରଙ୍କୁ ପଚାରିବାରୁ ନଗଡାକୁ ଏବେ ପିଚୁ ରାସ୍ତା କାମ ଚାଲିଛି। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଲକ୍ଷ୍ମୀ ଯୋଜନାରେ ବସ୍‌ ସେବା ଯୋଗାଇ ଦେବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ପରଭେଶ ବର୍ମାଙ୍କ ବଡ଼ ଘୋଷଣା: ପାଣି ଟାଙ୍କି ସଫା କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀରେ ଜଳ ସଙ୍କଟ ସମସ୍ୟାରେ ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଜଳ ମନ୍ତ୍ରୀ ପ୍ରବେଶ ବର୍ମା ଶୁକ୍ରବାର ଘୋଷଣା କରି…

ମୁନିସିପେଣ୍ଠ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଆନ୍ଧ୍ରର ୩୦ ବିଡ଼ିଓ

ଛତ୍ରପୁର,୨୭।୩(ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆନ୍ଧ୍ରପ୍ରଦେଶ ରାଜ୍ୟରୁ ୩୦ ଜଣିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରିଦର୍ଶନ କରିଛନ୍ତି। ଉପସ୍ଥିତ ଥିବା ଅତିଥିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri