ମୌଳିକ ସୁବିଧାରୁ ବଞ୍ଚିତ କୁଶୁର୍ଲା କଲୋନୀ ପଡାବାସୀ: ମାଟିଘରେ ବିତୁଛି ଜୀବନ

କର୍ଲାମୁଣ୍ଡା,୧୪।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ କୁଶୁର୍ଲା କଲୋନୀ ପଡାରେ ଲୋକେ ବସବାସ କରିବାର ଦୀର୍ଘ ୪୦ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାୟୀ ପଟ୍ଟା ମିଳୁ ନ ଥିବାରୁ ପଡ଼ାବାସୀ ଏବେ ଚିନ୍ତାରେ ଅଛନ୍ତି। ସ୍ଥାୟୀ ପଟ୍ଟା ପାଇବା ଆଶାରେ ବ୍ଲକ ପ୍ରଶାସନଠୁ ଜିଲା ପ୍ରଶାସନଠାରେ ଅଭିଯୋଗ କରିଥିଲେ ହେଁ,ଏମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁ ନ ଥିବା ଜଣାପଡିଛି। ଆଗାମୀ ଦିନରେ କର୍ଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ସଜବାଜ ହେଉଥିବା ପଡାବାସୀ ପ୍ରକାଶ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଏହି ପଡାବାସୀ ବହୁ ବର୍ଷ ପୂର୍ବରୁ କୁଶୁର୍ଲା ବସ୍ତିରେ ରହୁଥିଲେ। ତେବେ ୧୯୮୭ ମସିହାରେ ତତ୍କାଳୀନ ରାଜ୍ୟ ସରକାର କୁଶୁର୍ଲା ର ଘଣ୍ଟୁବାହାଲି ଭାଗଠାରେ ଉଗ୍ରେ ସନ ନାଗ, ଶରତ ନାଗ, ଗଣେଶ୍ୱର ନାଗ, ସନ୍ତୋଷ ସୁନା,ଓକିଲ ପରାଭୁଏ ,ସୱଗତ ଜୟ ସିଙ୍ଗ ପରାଭୁ,ସୱଗତ ବନ ମାଳି ନାଗ, ସ୍ବର୍ଗତ କଳାବୁଟୁ ନାଗ,ସ୍ବର୍ଗତ ଦୂତିଆ ନାଗ, ବିଟୁ ନାଗ, ତ୍ରିନାଥ ବାଗ,ସ୍ବର୍ଗତ ପରମା ପରାଭୁଏ,ରଘୁବୀର ସୁନା,ଓକିଲ ନାଗ, ପ୍ରତାପ ପରାଭୁଏ,ଲାଲୁ ହରିଜନ,ଉଇଲମ ଶିଖା, ପାର୍ବତୀ ମାଝୀ, ସ୍ବର୍ଗତ ଉତ୍ସବ ମାଝୀ, ସ୍ବର୍ଗତ ଗଜପତି ମାଝୀ ପ୍ରମୁଖ ୨୦ଟି ପରିବାରଙ୍କୁ ଥଇଥାନ କରିବା ପାଇଁକୁ ସ୍ବତନ୍ତ୍ର କଲୋନି ପଡା ସ୍ଥାପନ ଗୃହ ଯୋଗାଇଥିଲେ ଓ ମାତ୍ର ୪ ଜଣ ସ୍ବର୍ଗତ ଚେରୁ ନାଗ, ସ୍ବର୍ଗତ ଦୂତିଆ ନାଗ, ସ୍ବର୍ଗତ କଲାବୁଟୁ ନାଗ ଓ ବିଟୁ ନାଗଙ୍କୁ ୧୯୯୨ -୯୩ ରେ ଜମି ପଟ୍ଟା ପ୍ରଦାନ କରିଥିଲେ। ଅବଶିଷ୍ଟ ୧୬ ପରିବାର ପଟ୍ଟା ପାଇ ପାରୁ ନଥିବା ରୋହିତ ନାଗ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ଏହି ୨୦ଟି ପରିବାର ରହିବା ପରେ ବର୍ତ୍ତମାନ ସୁଦ୍ଧା ଏହି କଲୋନୀରେ ଆଦିବାସୀ, ହରିଜନ, ଓବିସି ବର୍ଗର ପ୍ରାୟ ୪୦ ଟି ପରିବାର ୧୫୦ ଜଣ ମହିଳା ପୁରୁଷ ବସବାସ କରୁଛନ୍ତି।

ଦୀର୍ଘ ବର୍ଷ ପୂର୍ବରୁ କଲୋନୀ ଘର ତିଆରି ହୋଇଥିବାରୁ ଏବେ ଘର ଗୁଡ଼ିକ ଭଗ୍ନ ଅବସ୍ଥାରେ ପଡିରହିଛି। ଏହି ପଡାର ବେଦ ମତି ମାଝୀ, ବିଜୟ କୁମାର,ସରିତା ଲୁହାର, ଓକିଲ ନାଗ, ଜଗଦୀଶ ପରାଭୁଏ,ସୁନୀଲ ବିଭାର,ସନ୍ତୋଷ ସୁନା,ରଘୁବୀର ସୁନା,ରୁକ୍ମଣୀ ପରାଭୁଏ,କବିତା ନାଏକ,କୈକେୟୀ ହରିଜନ, ଗୋରୀ ଦୀପ,ରୋହିତ ନାଗ, ଟୁନୁ ନାଗ, ସୁରେନ୍ଦ୍ର ନାଗ, ଜିତେନ ନାଗ, ସମିତ୍ର ସୁନା, ସତ୍ୟ ସୁନାନୀ, ଭାଗୀରଥି ସୁନା ପ୍ରମୁଖ ମାଟି ଘରେ ବହୁ କଷ୍ଟରେ ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି।

ଏନେଇ ତହସିଲଦାର ଅରୁଣ ବର୍ଗେଙ୍କୁ ପଚାରିବାରୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ନିୟମ ଅନୁସାରେ ଯାହା ବ୍ୟବସ୍ଥା ଥିବ, ତାହା ଆମେ କରିବୁ ବୋଲି କହିଥିଲେ। ବାସ ଗୃହ ସମ୍ବନ୍ଧରେ କର୍ଲାମୁଣ୍ଡା ବିଡ଼ିଓ ଦେବେନ୍ଦ୍ର ସାମଲଙ୍କ ସହ ଆଲୋଚନା କରିବାରୁ ନୂତନ ହିତାଧିକାରୀ ଚୟନ ପ୍ରକ୍ରିୟା ଚାଲିଛି, ଯଦି ଯୋଗ୍ୟ ଥିବେ ନିଶ୍ଚିତ ଘର ପାଇବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗ୍ରାମୀଣ ଆବାସ ଯୋଜନାରେ ଗୃହ ପାଇବାକୁ ଯୋଗ୍ୟ ହୋଇଥିଲେ ହେଁ କଲୋନୀ ପଡାବାସୀଙ୍କ ନିଜ ନିଜର ନାମରେ ଘର ଡିହ ନ ଥିବା କାରଣରୁ ଘର ତିଆରି କରିବା ସମ୍ଭବପର ହୋଇପାରୁ ନାହିଁ। ଏଣୁ ଜିଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ କଲୋନୀ ପଡାବାସୀ ଅନୁରୋଧ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri