ମୌଳିକ ସୁବିଧାରୁ ବଞ୍ଚିତ କୁଶୁର୍ଲା କଲୋନୀ ପଡାବାସୀ: ମାଟିଘରେ ବିତୁଛି ଜୀବନ

କର୍ଲାମୁଣ୍ଡା,୧୪।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ କୁଶୁର୍ଲା କଲୋନୀ ପଡାରେ ଲୋକେ ବସବାସ କରିବାର ଦୀର୍ଘ ୪୦ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାୟୀ ପଟ୍ଟା ମିଳୁ ନ ଥିବାରୁ ପଡ଼ାବାସୀ ଏବେ ଚିନ୍ତାରେ ଅଛନ୍ତି। ସ୍ଥାୟୀ ପଟ୍ଟା ପାଇବା ଆଶାରେ ବ୍ଲକ ପ୍ରଶାସନଠୁ ଜିଲା ପ୍ରଶାସନଠାରେ ଅଭିଯୋଗ କରିଥିଲେ ହେଁ,ଏମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁ ନ ଥିବା ଜଣାପଡିଛି। ଆଗାମୀ ଦିନରେ କର୍ଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ସଜବାଜ ହେଉଥିବା ପଡାବାସୀ ପ୍ରକାଶ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଏହି ପଡାବାସୀ ବହୁ ବର୍ଷ ପୂର୍ବରୁ କୁଶୁର୍ଲା ବସ୍ତିରେ ରହୁଥିଲେ। ତେବେ ୧୯୮୭ ମସିହାରେ ତତ୍କାଳୀନ ରାଜ୍ୟ ସରକାର କୁଶୁର୍ଲା ର ଘଣ୍ଟୁବାହାଲି ଭାଗଠାରେ ଉଗ୍ରେ ସନ ନାଗ, ଶରତ ନାଗ, ଗଣେଶ୍ୱର ନାଗ, ସନ୍ତୋଷ ସୁନା,ଓକିଲ ପରାଭୁଏ ,ସୱଗତ ଜୟ ସିଙ୍ଗ ପରାଭୁ,ସୱଗତ ବନ ମାଳି ନାଗ, ସ୍ବର୍ଗତ କଳାବୁଟୁ ନାଗ,ସ୍ବର୍ଗତ ଦୂତିଆ ନାଗ, ବିଟୁ ନାଗ, ତ୍ରିନାଥ ବାଗ,ସ୍ବର୍ଗତ ପରମା ପରାଭୁଏ,ରଘୁବୀର ସୁନା,ଓକିଲ ନାଗ, ପ୍ରତାପ ପରାଭୁଏ,ଲାଲୁ ହରିଜନ,ଉଇଲମ ଶିଖା, ପାର୍ବତୀ ମାଝୀ, ସ୍ବର୍ଗତ ଉତ୍ସବ ମାଝୀ, ସ୍ବର୍ଗତ ଗଜପତି ମାଝୀ ପ୍ରମୁଖ ୨୦ଟି ପରିବାରଙ୍କୁ ଥଇଥାନ କରିବା ପାଇଁକୁ ସ୍ବତନ୍ତ୍ର କଲୋନି ପଡା ସ୍ଥାପନ ଗୃହ ଯୋଗାଇଥିଲେ ଓ ମାତ୍ର ୪ ଜଣ ସ୍ବର୍ଗତ ଚେରୁ ନାଗ, ସ୍ବର୍ଗତ ଦୂତିଆ ନାଗ, ସ୍ବର୍ଗତ କଲାବୁଟୁ ନାଗ ଓ ବିଟୁ ନାଗଙ୍କୁ ୧୯୯୨ -୯୩ ରେ ଜମି ପଟ୍ଟା ପ୍ରଦାନ କରିଥିଲେ। ଅବଶିଷ୍ଟ ୧୬ ପରିବାର ପଟ୍ଟା ପାଇ ପାରୁ ନଥିବା ରୋହିତ ନାଗ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ଏହି ୨୦ଟି ପରିବାର ରହିବା ପରେ ବର୍ତ୍ତମାନ ସୁଦ୍ଧା ଏହି କଲୋନୀରେ ଆଦିବାସୀ, ହରିଜନ, ଓବିସି ବର୍ଗର ପ୍ରାୟ ୪୦ ଟି ପରିବାର ୧୫୦ ଜଣ ମହିଳା ପୁରୁଷ ବସବାସ କରୁଛନ୍ତି।

ଦୀର୍ଘ ବର୍ଷ ପୂର୍ବରୁ କଲୋନୀ ଘର ତିଆରି ହୋଇଥିବାରୁ ଏବେ ଘର ଗୁଡ଼ିକ ଭଗ୍ନ ଅବସ୍ଥାରେ ପଡିରହିଛି। ଏହି ପଡାର ବେଦ ମତି ମାଝୀ, ବିଜୟ କୁମାର,ସରିତା ଲୁହାର, ଓକିଲ ନାଗ, ଜଗଦୀଶ ପରାଭୁଏ,ସୁନୀଲ ବିଭାର,ସନ୍ତୋଷ ସୁନା,ରଘୁବୀର ସୁନା,ରୁକ୍ମଣୀ ପରାଭୁଏ,କବିତା ନାଏକ,କୈକେୟୀ ହରିଜନ, ଗୋରୀ ଦୀପ,ରୋହିତ ନାଗ, ଟୁନୁ ନାଗ, ସୁରେନ୍ଦ୍ର ନାଗ, ଜିତେନ ନାଗ, ସମିତ୍ର ସୁନା, ସତ୍ୟ ସୁନାନୀ, ଭାଗୀରଥି ସୁନା ପ୍ରମୁଖ ମାଟି ଘରେ ବହୁ କଷ୍ଟରେ ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି।

ଏନେଇ ତହସିଲଦାର ଅରୁଣ ବର୍ଗେଙ୍କୁ ପଚାରିବାରୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ନିୟମ ଅନୁସାରେ ଯାହା ବ୍ୟବସ୍ଥା ଥିବ, ତାହା ଆମେ କରିବୁ ବୋଲି କହିଥିଲେ। ବାସ ଗୃହ ସମ୍ବନ୍ଧରେ କର୍ଲାମୁଣ୍ଡା ବିଡ଼ିଓ ଦେବେନ୍ଦ୍ର ସାମଲଙ୍କ ସହ ଆଲୋଚନା କରିବାରୁ ନୂତନ ହିତାଧିକାରୀ ଚୟନ ପ୍ରକ୍ରିୟା ଚାଲିଛି, ଯଦି ଯୋଗ୍ୟ ଥିବେ ନିଶ୍ଚିତ ଘର ପାଇବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗ୍ରାମୀଣ ଆବାସ ଯୋଜନାରେ ଗୃହ ପାଇବାକୁ ଯୋଗ୍ୟ ହୋଇଥିଲେ ହେଁ କଲୋନୀ ପଡାବାସୀଙ୍କ ନିଜ ନିଜର ନାମରେ ଘର ଡିହ ନ ଥିବା କାରଣରୁ ଘର ତିଆରି କରିବା ସମ୍ଭବପର ହୋଇପାରୁ ନାହିଁ। ଏଣୁ ଜିଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ କଲୋନୀ ପଡାବାସୀ ଅନୁରୋଧ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri