ଅଭିଶପ୍ତ ଜୀବନ ବିତାଉଛନ୍ତି ୪ ଗାଁର ଅଧିବାସୀ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଚୂଲାଭାଟ ପଞ୍ଚାୟତ ପଣ୍ଡରିପାଣି ଗାଁର ୪ ପଡ଼ା ଗାଁର ଅଧିବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି। ସୂଚନା ଅନୁଯାୟୀ ଗୋନ୍ଦଳାବାହାରା, ଭାଲୁପାଣି, ବାଉଁଶଡୋଙ୍ଗରି ଓ ଚନ୍ଦାପଡା ଆଦି ପଡ଼ା ଗାଁରେ ଆଦିବାସୀ ସମ୍ପ୍ରଦାୟର ୨ଶହରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ନିକଟରେ ଆମ୍ବଝରନ ନାଳ ବହିଯାଇଥିବାରୁ ବର୍ଷା ଋତୁ ଆସିଲେ ଗ୍ରାମବାସୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ନାଳରେ ପୋଲ ନ ଥିବାରୁ ଗାଁ ଲୋକେ ବର୍ଷା ଦିନରେ ଜଳବନ୍ଦୀ ହୋଇ ରହିଥାନ୍ତି ା ଭଲ ରାସ୍ତାଟିଏ ନ ଥିବାରୁ ଗାଁକୁ କୌଣସି ଗାଡି କିମ୍ବା ଆମ୍ବୁଲାନ୍ସ ଯାଇପାରେ ନାହିଁ। ଫଳରେ କୌଣସି ଲୋକ ରୋଗରେ ପଡିଲେ କିମ୍ବା ଗର୍ଭବତୀଙ୍କୁ ଖଟିଆରେ ବୋହି ନେବାକୁ ପଡେ। ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ କୋମଳମତି ଶିଶୁମାନେ ପୁଷ୍ଟିକର ଖାଦ୍ୟ ଓ ପ୍ରାକ୍‌ ଶିକ୍ଷାରୁ ବଞ୍ଚତ୍ତ ଅଛନ୍ତି ା ପ୍ରାୟ ୫କି.ମି. ଦୂର ଗଙ୍ଗାଦିଗଡ ଗାଁରେ ଅଙ୍ଗନୱାଡି କେନ୍ଦ୍ର ରହିଥିଲେ ମଧ୍ୟ ଜଙ୍ଗଲିଆ ରାସ୍ତାରେ ଶିଶୁ ଯିବା ଅସମ୍ଭବ ହୋଇପଡୁଛି। ଏହି ୪ ଗାଁ ପାଇଁ ଗୋନ୍ଦଳାବାହାରାଠାରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଛି ା ସେଥିରେ ଦୁଇ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି ା ଖରା ଓ ଶୀତ ଦିନରେ ପିଲା ଖୁସିରେ ସ୍କୁଲ ଯାଇ ଅଧ୍ୟୟନ କରି ଘରକୁ ଫେରନ୍ତି ା ବର୍ଷା ଦିନ ହେଲେ ନାଳ ପାରି ହୋଇ ସ୍କୁଲ ଯିବା କଷ୍ଟକର ହେଉଥିବାରୁ ପାଠ ପଢା ବନ୍ଦ ହୋଇଯାଉଛି ା ଜଳ ଯୋଗାଣ ବିଭାଗ ପକ୍ଷରୁ ଗାଁରେ ପାଇପ ଲାଇନ ବିଛାଯାଇ ଘରକୁ ସଂଯୋଗ ହୋଇଛି ା ହେଲେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ ହୋଇ ନାହିଁ କିମ୍ବା ପାଣି ଯାଉ ନାହିଁ। ଲେଶକେ ନଈ, ନାଳ, ମୁଡା, ଖୋଲା କୂଅ ପାଣି ବ୍ୟବହାର କରି ନାନା ରୋଗରେ ପୀଡିତ ହେଉଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ଗାଁଗୁଡିକୁ ଯାଇ ସମସ୍ୟା ବୁଝିଛି। ଉକ୍ତ ଗାଁ ଜଙ୍ଗଲ ବିଭାଗ ଅଞ୍ଚଳରେ ରହିଛି ା ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ ସହ ନାଳ ଉପରେ ବ୍ରିଜ ନିର୍ମାଣ କରାଯିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri