ବେଆଇନ ବାଲି ଡିପୋ ବନ୍ଦ କଲେ ବସ୍ତିବାସିନ୍ଦା

କାଳିଆପାଣି,୨୪ା୧(ଡି.ଏନ.ଏ.): କାଳିଆପାଣି ଖଣି ଅଞ୍ଚଳରେ ଭୂତଳ ଖଣି ପାଇଁ ବ୍ୟାପକ ବାଲି ଦରକାର ହେଉଛି। ତେଣୁ ବାଲି ସପ୍ଲାୟର ଜଙ୍ଗଲ ଜମି, ଖେଳପଡ଼ିଆ ଓ ରାସ୍ତାକଡ଼ରେ ବେଆଇନ ଭାବେ ବାଲି ଡିପୋ କରୁଛନ୍ତି। ସେହିପରି ମାଙ୍କେଡ଼ିଆ ବସ୍ତି ନିକଟରେ ଥିବା ଏକ ଖେଳ ପଡ଼ିଆକୁ ଜବରଦଖଲ କରି ବାଲି ଆଣି ଡିପୋ କରାଯାଇଛି। ଫଳରେ ଏହାକୁ ନେଇ ମାଙ୍କେଡ଼ିଆ ବସ୍ତି ଲୋକେ ଥାନା ଓ ରାଜସ୍ବ ବିଭାଗ ଦ୍ବାରସ୍ଥ ହୋଇଥିଲେ। ହେଲେ କେହି ଏହାକୁ କର୍ଣ୍ଣପାତ କରି ନ ଥିଲା। ତେଣୁ ରବିବାର ମାଙ୍କେଡ଼ିଆ ବସ୍ତିର ଶତାଧିକ ମହିଳାପୁରୁଷ ହାଇୱାରେ ଆସିଥିବା ବାଲିକୁ ପଡ଼ିଆରେ ଖାଲି କରିବାକୁ ଦେଇ ନ ଥିଲେ। ଫଳରେ ଏହାକୁ ନେଇ ସେଠାରେ କିଛି ସମୟ ଲାଗି ଉତ୍ତେଜନା ଦେଖା ଦେଇଥିଲା। ବାଲି ଆଣିଥିବା ଗାଡ଼ିଗୁଡିକ ସେଠାରୁ ଫେରିଯିବା ପରେ ଉତ୍ତେଜନା ଶାନ୍ତ ପଡ଼ିଥିଲା।
ସୂଚନା ଥାଉକି, ବିଭିନ୍ନ ଖଣି କାର୍ଯ୍ୟ ପାଇଁ ଦୈନିକ ଶତାଧିକ ଟ୍ରକ୍‌ ବାଲି, ମେଟାଲ ଓ ଚିପ୍ସ ଖଣି ଅଞ୍ଚଳକୁ ବିନା କାଗଜପତ୍ରରେ ଅଣାଯାଉଛି। ହେଲେ ଏହାକୁ ସ୍ଥାନୀୟ ପ୍ରଶାସନ ନୀରବ ଭାବେ ସମର୍ଥନ କରୁଥିବା ଅଭିଯୋଗ ହେଉଛି। ହାଇୱାରେ ବାଲି, ମେଟାଲ, ଚିପ୍ସ ବୋଝେଇ ହୋଇ ଆସୁଥିବାରୁ ଗାଁ ରାସ୍ତା ଓ ଟମକା ମଙ୍ଗଳପୁର ମୁଖ୍ୟ ରାସ୍ତା ନଷ୍ଟ ହେବାରେ ଲାଗିଛି। ସ୍ଥାନୀୟ ପ୍ରଶାସନକୁ ଏହି ମାଫିଆମାନେ ହାତରେ ରଖିଥିବା କହି ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି କରୁଥିବା ଶୁଣିବାକୁ ମିଳୁଛି। ଢେଙ୍କାନାଳ ଜିଲା ଭୁବନ ବ୍ରାହ୍ମଣୀ ନଦୀରୁ ଦିନକୁ ୩ ଟ୍ରିପ୍‌ ବାଲି ହାଇୱାରେ ଆସୁଥିବା ବେଳେ ଗୋଟିଏ ଟ୍ରିପ୍‌ର ରୟାଲଟି କାଟି ଦୁଇ ଟ୍ରିପ୍‌ ରୟାଲଟି ଅର୍ଥକୁ ଫାଙ୍କି ଦେଉଥିବା ଶୁଣିବାକୁ ମିଳୁଛି। ଟ୍ରକ୍‌ ମୁଖ୍ୟରାସ୍ତା ଭୁବନଠାରୁ ଭାୟା ମଙ୍ଗଳପୁର ଖଣି ଅଞ୍ଚଳକୁ ଆସିବା ନିୟମ ଥିବାବେଳେ ଓଭର ଲୋଡ୍‌ଟ୍ରକ ଗ୍ରାମାଞ୍ଚଳ ରାସ୍ତାରେ ଯାତାୟାତ କରୁଛି। ଏଥିଯୋଗୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ଧରି ଏହି କାର୍ଯ୍ୟ ଚାଲୁ ରହିଥିବା ବେଳେ ଆରଟିଓ କିମ୍ବା ସୁକିନ୍ଦା ତହସିଲଦାର ଏହାକୁ ରୋକିବାରେ ଅସମର୍ଥ ହେଉଥିବାରୁ ଅସନ୍ତୋଷ ଦେଖାଦେଉଛି।
ଏନେଇ ତହସିଲଦାର କାବେରି ମୁଦୁଲି କହିଛନ୍ତି, ବେଆଇନ ବାଲି ଡିପୋ ନେଇ ତାଙ୍କ ନିକଟରେ ଖବର ରହିଛି। ସେ ଘଟଣାସ୍ଥଳକୁ ଯାଇ ବାଲି ଡିପୋ ନ କରିବାକୁ ଚେତାବନୀ ଦେଇଥିଲେ। ଯଦି ସପ୍ଲାୟର ଅମାନିଆ ହୋଇ ଡିପୋ କରିଛନ୍ତି ତେବେ ସେ ତାହାକୁ ଜବତ କରିବେ ବୋଲି ପ୍ରକାଶ କରିଛନ୍ତି। କଙ୍କଡ଼ପାଳ ଆର୍‌ଆଇ ଦିଲୀପ ଚାତାର କୁହନ୍ତି, ସମ୍ପୃକ୍ତ ସପ୍ଲାୟରଙ୍କୁ ନୋଟିସ କରିଛୁ। ଯଦି ସେ ଆଉ ବାଲି ଡିପୋ କରନ୍ତି ତାହାକୁ ଜବତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri