ବେଆଇନ ବାଲି ଡିପୋ ବନ୍ଦ କଲେ ବସ୍ତିବାସିନ୍ଦା

କାଳିଆପାଣି,୨୪ା୧(ଡି.ଏନ.ଏ.): କାଳିଆପାଣି ଖଣି ଅଞ୍ଚଳରେ ଭୂତଳ ଖଣି ପାଇଁ ବ୍ୟାପକ ବାଲି ଦରକାର ହେଉଛି। ତେଣୁ ବାଲି ସପ୍ଲାୟର ଜଙ୍ଗଲ ଜମି, ଖେଳପଡ଼ିଆ ଓ ରାସ୍ତାକଡ଼ରେ ବେଆଇନ ଭାବେ ବାଲି ଡିପୋ କରୁଛନ୍ତି। ସେହିପରି ମାଙ୍କେଡ଼ିଆ ବସ୍ତି ନିକଟରେ ଥିବା ଏକ ଖେଳ ପଡ଼ିଆକୁ ଜବରଦଖଲ କରି ବାଲି ଆଣି ଡିପୋ କରାଯାଇଛି। ଫଳରେ ଏହାକୁ ନେଇ ମାଙ୍କେଡ଼ିଆ ବସ୍ତି ଲୋକେ ଥାନା ଓ ରାଜସ୍ବ ବିଭାଗ ଦ୍ବାରସ୍ଥ ହୋଇଥିଲେ। ହେଲେ କେହି ଏହାକୁ କର୍ଣ୍ଣପାତ କରି ନ ଥିଲା। ତେଣୁ ରବିବାର ମାଙ୍କେଡ଼ିଆ ବସ୍ତିର ଶତାଧିକ ମହିଳାପୁରୁଷ ହାଇୱାରେ ଆସିଥିବା ବାଲିକୁ ପଡ଼ିଆରେ ଖାଲି କରିବାକୁ ଦେଇ ନ ଥିଲେ। ଫଳରେ ଏହାକୁ ନେଇ ସେଠାରେ କିଛି ସମୟ ଲାଗି ଉତ୍ତେଜନା ଦେଖା ଦେଇଥିଲା। ବାଲି ଆଣିଥିବା ଗାଡ଼ିଗୁଡିକ ସେଠାରୁ ଫେରିଯିବା ପରେ ଉତ୍ତେଜନା ଶାନ୍ତ ପଡ଼ିଥିଲା।
ସୂଚନା ଥାଉକି, ବିଭିନ୍ନ ଖଣି କାର୍ଯ୍ୟ ପାଇଁ ଦୈନିକ ଶତାଧିକ ଟ୍ରକ୍‌ ବାଲି, ମେଟାଲ ଓ ଚିପ୍ସ ଖଣି ଅଞ୍ଚଳକୁ ବିନା କାଗଜପତ୍ରରେ ଅଣାଯାଉଛି। ହେଲେ ଏହାକୁ ସ୍ଥାନୀୟ ପ୍ରଶାସନ ନୀରବ ଭାବେ ସମର୍ଥନ କରୁଥିବା ଅଭିଯୋଗ ହେଉଛି। ହାଇୱାରେ ବାଲି, ମେଟାଲ, ଚିପ୍ସ ବୋଝେଇ ହୋଇ ଆସୁଥିବାରୁ ଗାଁ ରାସ୍ତା ଓ ଟମକା ମଙ୍ଗଳପୁର ମୁଖ୍ୟ ରାସ୍ତା ନଷ୍ଟ ହେବାରେ ଲାଗିଛି। ସ୍ଥାନୀୟ ପ୍ରଶାସନକୁ ଏହି ମାଫିଆମାନେ ହାତରେ ରଖିଥିବା କହି ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି କରୁଥିବା ଶୁଣିବାକୁ ମିଳୁଛି। ଢେଙ୍କାନାଳ ଜିଲା ଭୁବନ ବ୍ରାହ୍ମଣୀ ନଦୀରୁ ଦିନକୁ ୩ ଟ୍ରିପ୍‌ ବାଲି ହାଇୱାରେ ଆସୁଥିବା ବେଳେ ଗୋଟିଏ ଟ୍ରିପ୍‌ର ରୟାଲଟି କାଟି ଦୁଇ ଟ୍ରିପ୍‌ ରୟାଲଟି ଅର୍ଥକୁ ଫାଙ୍କି ଦେଉଥିବା ଶୁଣିବାକୁ ମିଳୁଛି। ଟ୍ରକ୍‌ ମୁଖ୍ୟରାସ୍ତା ଭୁବନଠାରୁ ଭାୟା ମଙ୍ଗଳପୁର ଖଣି ଅଞ୍ଚଳକୁ ଆସିବା ନିୟମ ଥିବାବେଳେ ଓଭର ଲୋଡ୍‌ଟ୍ରକ ଗ୍ରାମାଞ୍ଚଳ ରାସ୍ତାରେ ଯାତାୟାତ କରୁଛି। ଏଥିଯୋଗୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ଧରି ଏହି କାର୍ଯ୍ୟ ଚାଲୁ ରହିଥିବା ବେଳେ ଆରଟିଓ କିମ୍ବା ସୁକିନ୍ଦା ତହସିଲଦାର ଏହାକୁ ରୋକିବାରେ ଅସମର୍ଥ ହେଉଥିବାରୁ ଅସନ୍ତୋଷ ଦେଖାଦେଉଛି।
ଏନେଇ ତହସିଲଦାର କାବେରି ମୁଦୁଲି କହିଛନ୍ତି, ବେଆଇନ ବାଲି ଡିପୋ ନେଇ ତାଙ୍କ ନିକଟରେ ଖବର ରହିଛି। ସେ ଘଟଣାସ୍ଥଳକୁ ଯାଇ ବାଲି ଡିପୋ ନ କରିବାକୁ ଚେତାବନୀ ଦେଇଥିଲେ। ଯଦି ସପ୍ଲାୟର ଅମାନିଆ ହୋଇ ଡିପୋ କରିଛନ୍ତି ତେବେ ସେ ତାହାକୁ ଜବତ କରିବେ ବୋଲି ପ୍ରକାଶ କରିଛନ୍ତି। କଙ୍କଡ଼ପାଳ ଆର୍‌ଆଇ ଦିଲୀପ ଚାତାର କୁହନ୍ତି, ସମ୍ପୃକ୍ତ ସପ୍ଲାୟରଙ୍କୁ ନୋଟିସ କରିଛୁ। ଯଦି ସେ ଆଉ ବାଲି ଡିପୋ କରନ୍ତି ତାହାକୁ ଜବତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri