୬.୫ ବିଲିୟନ ଡଲାରରୁ ଅଧିକ ବଢ଼ିଲା ରିଜର୍ଭ

ନୂଆଦିଲ୍ଲୀ,୬।୧୧: ଚଳିତ ବର୍ଷ ଅକ୍ଟୋବର ଶେଷ ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାରର କାରବାରରେ ଏକ ବଡ଼ ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ବର୍ଷକରୁ ଅଧିକ ସମୟ ପରେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି। ଦୀର୍ଘ ସମୟ ପରେ ଫୋରେକ୍ସ ରିଜର୍ଭ ଲଗାତର ହ୍ରାସର ଚାପରୁ ମୁକୁଳିଥିବା ବେଳେ ଭଣ୍ଡାରରେ ମଧ୍ୟ ଅଭିବୃଦ୍ଧି ଘଟିଛି। ସେହିଭଳି ୨୦୨୨ ଅକ୍ଟୋବର ୨୮ ରେ ଶେଷ ହୋଇଥିବା ସପ୍ତାହର କାବାରର ଫଳାଫଳ ପରେ ବୈଦେଶିକ ମୁଦ୍ରାଭଣ୍ଡାରର ଅଭିବୃଦ୍ଧି ଦେଖିବାକୁ ମିଳିଥିବା ଜଣାପଡ଼ିଛି। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସୂଚନା ଅନୁସାରେ ଚଳିତ ବର୍ଷ ଅକ୍ଟୋବର ୨୮ରେ ଶେଷ ହୋଇଥିବା ସପ୍ତାହର କାରବାରର ଫଳାଫଳ ପରେ ବିଦେଶୀ ମୁଦ୍ରାଭଣ୍ଡାରରେ ୬.୫୬ ବିଲିୟନ ଡଲାର ବୃଦ୍ଧି ହୋଇ ୫୬୧.୦୮ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତ ବର୍ଷ ସେପ୍ଟେମ୍ବର ପରେ ଏହା ବୈଦେଶିକ ମୁଦ୍ରାଭଣ୍ଡାରରେ ପ୍ରଥମ ଥର ପାଇଁ ବଡ଼ ଅଭିବୃଦ୍ଧି ବୋଲି କୁହାଯାଉଛି। ଏହି ଅଭିବୃଦ୍ଧି ସହ ଲଗାତର ୨ ସପ୍ତାହ ପାଇଁ ଜାରି ହ୍ରାସ ପରିମାଣ ମଧ୍ୟ ଶେଷ ହୋଇଯାଇଛି। ଅପରପକ୍ଷରେ ଆର୍‌ବିଆଇ ପକ୍ଷରୁ ଜାରି ତଥ୍ୟ ଅନୁସାରେ ନିକଟରେ ଶେଷ ହୋଇଥିବା ସାପ୍ତାହିକ କାରବାରର ଫଳାଫଳରେ ମୁଦ୍ରାଭଣ୍ଡାରର ଅଭିବୃଦ୍ଧି ଫରେନ କରେନ୍ସି ଆସେଟ୍‌ (ଏଫ୍‌ସିଏ) ରେ ହୋଇଥିବା ରିକୋଭରି ଯୋଗୁ ସମ୍ଭବ ହୋଇପାରିଛି। ବ୍ୟାଙ୍କର ତଥ୍ୟ ଅନୁସାରେ ୨୮ ଅକ୍ଟୋବରରେ ସମାପ୍ତ ସପ୍ତାହରେ ମୁଦ୍ରାଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଘଟକ ମନେ କରାଯାଉଥିବା ଏଫ୍‌ସିଏ ୫.୭୭ ବିଲିୟନ ବୃଦ୍ଧି ହୋଇ ୪୭୦.୮୪ ବିଲିୟନ ଡଲାର ହୋଇଯାଇଛି। ଏଫ୍‌ସିଏକୁ ଡଲାରରେ ଦର୍ଶାଯାଏ ଓ ରିଜର୍ଭରେ ରଖାଯାଇଥିବା ୟୁରୋ, ପାଉଣ୍ଡ ଓ ୟେନ୍‌ ଭଳି ଅଣ ଡଲାର କରେନ୍ସି ମୂଲ୍ୟରେ ହୋଇଥିବା ହ୍ରାସ ବୃଦ୍ଧିର ପ୍ରଭାବକୁ ମଧ୍ୟ ସାମିଲ କରାଯାଇଛି। ଅର୍ଥାତ୍‌ ବୈଦେଶିକ ମୁଦ୍ରା ତୁଳନାରେ ଟଙ୍କାର ଉତ୍ତମ ପ୍ରଦର୍ଶନର ଲାଭ ବୈଦେଶିକ ମୁଦ୍ରାଭଣ୍ଡାରକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

ବିୟର ବୋତଲ ପର୍ଯ୍ୟନ୍ତ ପହଞ୍ଚିଲାଣି ଯୁଦ୍ଧର ନିଆଁ, ଦେବାକୁ ପଡ଼ିପାରେ ଅଧିକ ଦେୟ

ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି। ସାଧାରଣତଃ ଗରମ ଋତୁରେ ବିୟରର ବ୍ୟବହାର ବୃଦ୍ଧି ପାଏ। ତଥାପି, ଏଥର, ଭାରତୀୟ ବିୟର ପ୍ରେମୀମାନଙ୍କୁ ଏହି ଋତୁରେ ସେମାନଙ୍କର ତୃଷା…

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri