ମଣିଷ ଉପରେ ମହାକାଶ ଯାତ୍ରାର ପ୍ରଭାବ ଗବେଷଣା ସମୃଦ୍ଧ ହେବ

ଓ୍ବାଶିଂଟନ, ୧୬।୯: ଆମେରିକୀୟ ମହାକାଶଯାନ ନିର୍ମାତା କମ୍ପାନୀ ‘ସ୍ପେସ୍‌ଏକ୍ସ’ର ‘ପୋଲାରିସ୍‌ ଡନ୍‌’ ମିଶନ ସଫଳତାର ସହ ସମାପ୍ତ ହୋଇଛି। ଫ୍ଲୋରିଡାର ଡ୍ରାଏ ଟର୍ଟୁଗାସ ଦ୍ୱୀପ ଉପକୂଳରେ ୪ ମହାକାଶଚାରୀଙ୍କ ସହ ଡ୍ରାଗନ୍‌ କ୍ୟାପ୍‌ସୁଲ ସଫଳତାର ସହ ଅବତରଣ କରିଛି। ମହାକାଶରୁ ଫେରିବା ବେଳେ ଘଣ୍ଟା ପ୍ରତି ୨୭ ହଜାର କି.ମି. ବେଗ ସହ ଡ୍ରାଗନ୍‌ କ୍ୟାପସୁଲ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା।
ତେବେ ଅବତରଣ କରିବା ସମୟରେ ଏହି ମହାକାଶଯାନର ଗତି ମନ୍ଥର ହୋଇଯାଇଥିଲା। ଏହାର ବେଗକୁ ଆହୁରି ମନ୍ଥର କରିବା ପାଇଁ ପାରାଚ୍ୟୁଟ ଖୋଲାଯାଇଥିଲା ଏବଂ ଏହା ସମୁଦ୍ର ଜଳରେ ଅବତରଣ କରିଥିଲା।
ମିଶନ ଅନେକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ୫ ଦିନିଆ ମିଶନରେ ଥିବା ୪ ଜଣ ନନ୍‌ପ୍ରଫେସନାଲ ଆଷ୍ଟ୍ରୋନଟ୍‌ ପୃଥିବୀଠାରୁ ୧୪୦୦ କିଲୋମିଟର ଉଚ୍ଚତାରେ ପହଞ୍ଚିଥିଲେ। ଏହାସହ ୧୯୭୨ ମସିହା ପରଠାରୁ ପ୍ରଥମ ଥର ପାଇଁ କୌଣସି ମହାକାଶ ଯାନ କ୍ରିଉ ସଦସ୍ୟଙ୍କ ସହ ମହାକାଶର ସର୍ବାଧିକ ଉଚ୍ଚତାରେ ପହଞ୍ଚିବାକୁ ସଫଳ ହୋଇଥିଲା। ସେହିପରି ଏହି ମିଶନରେ ପ୍ରଥମ ପ୍ରାଇଭେଟ ସ୍ପେସ୍‌ ଓ୍ବାକ୍‌ ଅନୁଷ୍ଠିତ ହୋଇଥିଲା। ୨ ନନ୍‌ ପ୍ରଫେସ୍‌ନାଲ ଆଷ୍ଟ୍ରୋନଟ୍‌
ତଥା ଆମେରିକୀୟ ଉଦ୍ୟୋଗୀ ଜରେଡ୍‌ ଇସାକ୍‌ମ୍ୟାନ ଏବଂ ସ୍ପେସ୍‌ ଏକ୍ସର ଅପରେଶନ ଇଞ୍ଜିନିୟର ସାରାହ ଗିଲିସ୍‌ ପୃଥିବୀଠାରୁ ୭୦୦ କି.ମି ଉଚ୍ଚରେ ସ୍ପେସ୍‌ ଓ୍ବାକ୍‌ କରିଥିଲେ। ସେହିପରି ‘ପୋଲାରିସ୍‌ ଡନ୍‌’ ମିଶନରେ ମାନବ ସ୍ବାସ୍ଥ୍ୟ ଏବଂ ମହାକାଶ ନିରାପତ୍ତା ସହ ଜଡ଼ିତ ୪୦ଟି ବୈଜ୍ଞାନିକ ପରୀକ୍ଷଣ ମଧ୍ୟ କରାଯାଇଥିବା ନେଇ ସ୍ପେସ୍‌ଏକ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ବିଲୟନେୟାର ମସ୍କଙ୍କ ସ୍ପେସ୍‌ଏକ୍ସ ପକ୍ଷରୁ ଗତ ୧୦ରେ ଫାଲ୍କନ୍‌ -୯ ରକେଟ ଦ୍ୱାରା ‘ପୋଲାରିସ୍‌ ଡନ୍‌’ ମିଶନକୁ ଲଞ୍ଚ୍‌ କରାଯାଇଥିଲା। ଏହି ମିଶନର ଉଦ୍ଦେଶ୍ୟ ମହାକାଶରେ ପ୍ରଥମ ପ୍ରାଇଭେଟ ସ୍ପେସ୍‌ ଓ୍ବାକ୍‌ କରିବା ସହ ମାନବ ସ୍ବାସ୍ଥ୍ୟ ଏବଂ ମହାକାଶ ନିରାପତ୍ତା ସହ ଜଡ଼ିତ ବିଭିନ୍ନ ତଥ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସ୍ପେସ୍‌ ଏକ୍ସ କହିଛି। ଉକ୍ତ ମିଶନରୁ ସଂଗୃହିତ ତଥ୍ୟ ମାନବ ଶରୀର ଉପରେ ମହାକାଶ ଭ୍ରମଣର ପ୍ରଭାବ ବିଷୟରେ ରିସର୍ଚ୍ଚ କରିବାକୁ ଯଥେଷ୍ଟ ସହାୟକ ହେବ। ସେହିପରି ମଙ୍ଗଳ ଗ୍ରହକୁ ସମ୍ଭାବ୍ୟ ଯାତ୍ରା ସମେତ ଭବିଷ୍ୟତର ମହାକାଶ ସମ୍ବନ୍ଧୀୟ ବିଭିନ୍ନ ମିଶନ ପାଇଁ ଏହି ତଥ୍ୟ ବାଟ ଖୋଲିବ ବୋଲି ସ୍ପେସ୍‌ଏକ୍ସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri