ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ ଖେଳପଡିଆ ନିକଟରୁ ଏକ ଉଦ୍ଧାର କରାଯାଇଥିଲା । ଛୁଆଟି କାନ୍ଦିବା ପରେ ଲୋକେ ଦେଖି ପ୍ରଶାସନକୁ ଖବର ଦେଇଥିଲେ ।

ସୂଚନା ଅନୁସାରେ, ସ୍ଥାନୀୟ ଲୋକେ ପ୍ରଥମେ ଶିଶୁପୁତ୍ରର କାନ୍ଦ ଶୁଣିଥିଲେ । ଶିଶୁ ପୁତ୍ରଟି ଖେଳ ପଡିଆ ନିକଟ ଏକ ବୁଦାମୂଳରେ ପଡ଼ିଥିବା ଦେଖି ନବଜାତଟିକୁ ଉଦ୍ଧାର କରିବା ସହ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ପରେ ପାଲଲହଡା ସିଡିପିଓ, ପୋଲିସ ଏବଂ ଏକ ଟିମ ଗ୍ରାମରେ ପହଂଚି ଆମ୍ବୁଲାନ୍ସ ଯୋଗେ ଶିଶୁ ପୁତ୍ରଟିକୁ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ନବଜାତକୁ ଏବେ (NBSU) ରେ ରଖା ଯାଇଛି ଏବଂ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଠିକ ରହିଥିବାର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି । ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି ।

 

Dharitri – Odisha’s No.1 Odia Daily

Share