ଅଗଷ୍ଟ ସୁଦ୍ଧା ଶିକ୍ଷକଙ୍କ ପର୍‌ଫର୍ମାନ୍ସ ରିପୋର୍ଟ ଦିଅ

ଭୁବନେଶ୍ୱର, ୪।୫(ବ୍ୟୁରୋ): ରାଜ୍ୟର ସବୁ ସ୍କୁଲର ଶିକ୍ଷକଙ୍କ ପ୍ରଦର୍ଶନ ବା ପର୍‌ଫର୍ମାନ୍ସ ରିପୋର୍ଟ ଅଗଷ୍ଟ ଶେଷ ସୁଦ୍ଧା ଦେବା ପାଇଁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତବର୍ଷ ଶିକ୍ଷକଙ୍କ ଶିକ୍ଷାଦାନ ବ୍ୟବସ୍ଥା, ସ୍କୁଲ ପରିଚାଳନା ଆଦି ବିଭିନ୍ନ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ କରାଯାଇଛି ତାହାର ରିପୋର୍ଟ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ପକ୍ଷରୁ ସବୁ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର କରୋନା ଲାଗି ସ୍କୁଲ ବନ୍ଦ ହୋଇଯାଇଥିବାରୁ ପ୍ରକ୍ରିୟା ବନ୍ଦ ରହିଥିଲା। ସ୍କୁଲ ଖୋଲିବା ପରେ ଖୁବଶୀଘ୍ର ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ବ୍ୟବସ୍ଥା ଆରମ୍ଭ ହୋଇଛି।
ପ୍ରତ୍ୟେକ ଶିକ୍ଷକଙ୍କ ପରଫର୍ମାନ୍ସ ରିପୋର୍ଟ ଏକବର୍ଷରେ ୪ଥର ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଥିବା ବେଳେ କରୋନା ଲାଗି ବ୍ୟବସ୍ଥାରେ ବିଳମ୍ବ ହୋଇଛି। ତେବେ ମାର୍ଚ୍ଚ ମାସ ମଧ୍ୟରେ ଯେଉଁ ରିପୋର୍ଟ ମିଳିବାର ଥିଲା ସେ କ୍ଷେତ୍ରରେ କେତେକ ଜିଲାରେ ପ୍ରଧାନ ଶିକ୍ଷକମାନେ ଏହି ନିର୍ଦ୍ଦେଶକୁ ଅଣଦେଖା କରୁଥିବାବେଳେ ଆଉ କେତେକ ଜିଲାରେ ବ୍ଲକ ଶିକ୍ଷାଧିକାରୀମାନେ ନିର୍ଦ୍ଦେଶକୁ ଅବମାନନା କରୁଥିବା ଜଣାପଡ଼ିଛି। ଏବେ ଅଗଷ୍ଟ ୩୧ ସୁଦ୍ଧା ଶିକ୍ଷକଙ୍କ ପରଫର୍ମାନ୍ସ ରିପୋର୍ଟ ଦେବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି। ଯଦି ଏହି ସମୟ ସୀମା ମଧ୍ୟରେ ବିଭାଗ ପାଖରେ ରିପୋର୍ଟ ନ ପହଞ୍ଚେ ତେବେ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକର ଉଭୟ ପ୍ରଧାନ ଶିକ୍ଷକ ଏବଂ ଯେଉଁ ଶିକ୍ଷକଙ୍କ ରିପୋର୍ଟ ପ୍ରଦାନ କରାଯାଇ ନ ଥିବ ଉଭୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ସେପଟେ ରାଜ୍ୟର କିଛି ଜିଲାରେ ନକଲି ଶିକ୍ଷକ ଧରାପଡ଼ିବା ପରେ ଶ୍ରେଣୀରେ ଶିକ୍ଷାଦାନ ଗୁଣାବତ୍ତାକୁ ନେଇ ପ୍ରଶ୍ନ ଉଠିଥିଲା। ଜିଲା ଶିକ୍ଷାଧିକାରୀମାନେ ସମସ୍ତ ଶିକ୍ଷକଙ୍କ ତାଲିକା ସହ ବିଷୟଭିତ୍ତିକ ପରଫର୍ମାନ୍ସ ରିପୋର୍ଟ ପ୍ରସ୍ତୁତ କରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଛି। ବିଭାଗ ପକ୍ଷରୁ ଦିଆଯାଇଥିବା ନୋଟିସରେ ୧୧ଟି ପଏଣ୍ଟ ରହିଥିବା ବେଳେ ଆବଶ୍ୟକସ୍ଥଳେ ସ୍କୁଲ କମିଟି ମଧ୍ୟ ଅଧିକ ତଥ୍ୟ ସୁପାରିସ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri