ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ

ମୁମ୍ବାଇ,୯ା୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗୁରୁବାର କ୍ରମାଗତ ଦ୍ୱିତୀୟ ଥର ପାଇଁ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ଆଣିନାହିଁ। ଗତ ୬ ତାରିଖରୁ ଚାଲିଥିବା ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ୬ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ରିପର୍ଚେଜ୍‌ ରେଟ୍‌ (ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଦେଉଥିବା ଋଣ ଉପରେ ସୁଧ)କୁ ୬.୫୦%ରେ ସୀମିତ ରଖିବା ସପକ୍ଷରେ ଭୋଟ ଦେଇଥିଲେ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।
ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଏକ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନକରି ଶକ୍ତିକାନ୍ତ କହିଛନ୍ତି, ୨୦୨୩ ମାର୍ଚ୍ଚ-ଏପ୍ରିଲରେ ଉପଭୋକ୍ତା ମୂଲ୍ୟ ମୁଦ୍ରାସ୍ଫୀତି (ସିପିଆଇ) ହ୍ରାସ ପାଇଥିଲେ ହେଁ ଧାର୍ଯ୍ୟ ଲକ୍ଷ୍ୟ ୪% ଉପରେ ରହିଛି। ଚଳିତ ଆର୍ଥିକବର୍ଷର ଅବଶିଷ୍ଟ ସମୟରେ ଏଥିରେ ବିଶେଷ ପରିବର୍ତ୍ତନ ଆସି ନ ପାରେ। ମୌସୁମୀଜନିତ ବୃଷ୍ଟିପାତ ଅନୁମାନ ଏବଂ ଏଲ୍‌ ନିନୋର ପ୍ରଭାବ ଅପରିବର୍ତ୍ତିତ ରହିଥିବାରୁ ମୁଦ୍ରାସ୍ଫୀତି ଉପରେ କଡ଼ା ନଜର ରହିବ ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥିକବର୍ଷ (୨୦୨୩ ଏପ୍ରିଲରୁ ୨୦୨୪ ମାର୍ଚ୍ଚ)ରେ ମୋଟ ଘରୋଇ ଉତ୍ସାଦ (ଜିଡିପି) ଅଭିବୃଦ୍ଧି ୬.୫% ରହିବା ଆକଳନ କରିଛି। ତେବେ ଖୁଚୁରା ମୁଦ୍ରାସ୍ଫୀତି ୫.୨%ରୁ ୫.୧%କୁ ଖସିବା ଅନୁମାନ କରିଛି। ଗତ ଆର୍ଥିକବର୍ଷରେ ବିଶ୍ୱର ଅନ୍ୟତମ ଦ୍ରୁତତମ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାରତର ଅଭିବୃଦ୍ଧି ୭.୨% ରହିଥିଲା। କମୋଡିଟିଜ୍‌ ମୂଲ୍ୟ ହ୍ରାସ ପାଇବାରେ ଲାଗିଥିବାରୁ ବିଶ୍ୱର ଅଧିକାଂଶ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବୃଦ୍ଧି ବନ୍ଦ କରିଥିବା ଅଷ୍ଟ୍ରେଲିଆ ଓ କାନାଡା ସୁଧହାର ବଢ଼ାଇଚାଲିଛନ୍ତି, ଯାହାକୁ ନେଇ ଆର୍ଥିକ ବଜାର ଚକିତ ହୋଇଯାଇଛି। ଆର୍‌ବିଆଇ ୨୦୨୨ ମେ’ରୁ ଅଦ୍ୟାବଧି ରେପୋ ରେଟ୍‌ରେ ୨୫୦ ବେସିସ୍‌ ପଏଣ୍ଟ୍ସ (ବିପିଏସ୍‌) ବୃଦ୍ଧି କରିସାରିଥିବାରୁ ଆଉ ନ ବଢ଼ାଇବାକୁ ନିଷ୍ପତ୍ତି ନେଇଥିବା ଗର୍ଭନର ଶକ୍ତିକାନ୍ତ କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ପରବର୍ତ୍ତୀ ଏମ୍‌ପିସି ବୈଠକ ଅଗଷ୍ଟ ୮ରୁ ୧୦ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri