କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର: ଆକ୍ସନ ମୋଡରେ ନବୀନ

ଭୁବନେଶ୍ୱର,୨୧।୧: କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା। ସେ କହିଛନ୍ତି, ଉତ୍ତର ସନ୍ତୋଷଜନକ ନୁହେଁ। ବିଧାୟକଙ୍କ ଉତ୍ତରକୁ ତର୍ଜମା କରି ସାରାଂଶ ମୁଖ୍ୟଙ୍କ ପାଖକୁ ପଠାଯାଇଛି। ନୀତି ନିୟମ ଓ ସମ୍ବିଧାନ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନିଆଯିବ ବୋଲି ସେ କହିଛନ୍ତି। ବିଜୁ ଜନତା ଦଳ ଶୃଙ୍ଖଳାକୁ ଅଧିକ ଗୁରୁତ୍ୱଦିଏ। କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ।

ଅନ୍ୟପକ୍ଷେ ସେ କହିଛନ୍ତି, ଦଳର ସଭାପତି ନବୀନ ବାବୁ ଆକ୍ସନ ନେବା ମୋଡରେ ଅଛନ୍ତି। ଅନ୍ୟ ଯେଉଁମାନେ ବିଶୃଙ୍ଖଳିତ ହେଉଛନ୍ତି, ସେମାନଙ୍କ ଉପରେ ନଜର ରହିଛି। କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ଚେତାବନୀ ସଦୃଶ ଆକ୍ସନ ହେବ ବୋଲି ସାରଦା କହିଛନ୍ତି।

Dharitri – Odisha’s No.1 Odia Daily

Share