ଏହି ସବୁ ରୋଗରେ ପୀଡିତ ଥିଲେ ହ୍ୟୁମାନ, ଶେଷରେ ହସ୍ପିଟାଲରେ ଆଖି ବୁଜିଲେ…

ଭୁବନେଶ୍ୱର,୧୭।୧୧: ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ହ୍ୟୁମାନଙ୍କର ‘ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମ’ (MODS) ସହ ଏନସେଫାଲୋପାଥି (ମସ୍ତିଷ୍କ ସମସ୍ୟା), ଶ୍ୱାସକ୍ରିୟାରେ ବିଫଳତା, ତୀବ୍ର ବୃକକ ଆଘାତ, ଯକୃତ ରୋଗ, ଦ୍ୱିପାକ୍ଷିକ ନିମୋନିଆ ଏବଂ ହୃଦ୍‌ଘାତ ଭଳି ସମସ୍ୟା ଥିଲା।

ଓଲିଉଡରେ ଜଣାଶୁଣା କଣ୍ଠଶିଳ୍ପୀ ଥିଲେ ହ୍ୟୁମାନ ସାଗର। ଅନେକ ଆଲବମ ଓ ଫିଲ୍ମରେ ଗୀତ ଗାଇଥିଲେ ହ୍ୟୁମାନ। ତାଙ୍କ ମୃତ୍ୟୁ ଖବରରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।

ଗତ କିଛି ସପ୍ତାହ ହେଲା ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା ଥିଲା ଏବଂ ଏଥିପାଇଁ ତାଙ୍କ ମାଆ ଓ ସ୍ତ୍ରୀ ରାଜ୍ୟ ସରକାରଙ୍କୁ ସହାୟତା କରିବା ପାଇଁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଡାକ୍ତରଙ୍କ ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିଥିଲେ।

 

Dharitri – The Largest & Most Trusted Odia Daily

Share