‘ରୁଚି ମସଲା’ ପ୍ରତିଷ୍ଠାତା ଡକ୍ଟର ଶରତ କୁମାର ସାହୁଙ୍କ ପରଲୋକ

ଭୁବନେଶ୍ୱର,୨।୧୧: ପ୍ରସିଦ୍ଧ ଶିଳ୍ପପତି ତଥା ରୁଚି ମସଲା ପ୍ରତିଷ୍ଠାତା ଏବଂ MD ଡକ୍ଟର ଶରତ କୁମାର ସାହୁଙ୍କର ରବିବାର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ମୁମ୍ବାଇ ଲୀଳାବତି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ଅପରାହ୍ନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ଶରତ କୁମାର ଓଡ଼ିଶାର ଏକ ପ୍ରମୁଖ ମସଲା ବ୍ରାଣ୍ଡ ରୁଚି ପ୍ରତିଷ୍ଠା କରି ଘରେ ଘରେ ପରିଚିତ ହୋଇଥିଲେ। ଏବେ ତାଙ୍କର ପରଲୋକ MSME କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଉଛି।

Dharitri – Odisha’s No.1 Odia Daily