ବିଏଲ୍‌ଏସ୍‌-ଇ ସର୍ଭିସ୍‌ ସହ ରେନୋର ସହଭାଗିତା

ନୂଆଦିଲ୍ଲୀ,୨୧।୨: ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ରେନୋଲ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ବା ରେନୋ ଇଣ୍ଡିଆ ଏବଂ ବିଏଲ୍‌ଏସ୍‌ ଇ-ସର୍ଭିସ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ରେନୋର ଅଲ ନ୍ୟୁ କ୍ୱିଡ୍‌, ଟ୍ରାଇବର ଏବଂ କାଇଗର-୨୦୨୪ ରେଞ୍ଜର ଉପଲବ୍ଧତାକୁ ସୂଦୂରପ୍ରସାରୀ କରାଇବା ସହ ଗ୍ରାମଞ୍ଚଳ ବଜାରରେ ପହଞ୍ଚାଇବା ଲାଘି ଉଭୟ ସଂସ୍ଥା ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଏ ସମ୍ପର୍କରେ ରେନୋ ଇଣ୍ଡିଆର ଉପସଭାପତି (ସେଲ୍‌ସ ଆଣ୍ଡ ମାକେଟିଂ) ସୁଧୀର ମାଲହୋତ୍ରା କହିଛନ୍ତି, ଗ୍ରାମାଞ୍ଚଳ ବଜାରରେ ବ୍ରାଣ୍ଡ୍‌ର ନୂତନ ମଡେଲଗୁଡିକୁ ଆଶାୟୀ ଗ୍ରାହକଙ୍କ ନିକଟତର କରାଇବା ଲାଗି ବିଏଲ୍‌ଏସ୍‌ ଇ ସର୍ଭିସ୍‌ ସହ ବୁଝାମଣା ହୋଇଛି। ଉଭୟ କମ୍ପାନୀ ମିଳିତ ଭାବେ କାରବାର ବୃଦ୍ଧି ସହିତ ଗ୍ରାହକ କୈନ୍ଦ୍ରିକତା ଗୁରୁତ୍ୱ ଦିଆଯିବ। ସେହିଭଳି ବିଏଲ୍‌ଏସ୍‌ ଇ-ସର୍ଭିସ୍‌ର ଅଧ୍ୟକ୍ଷ ଶିଖର ଅଗ୍ରଓ୍ବାଲ କହିଥିଲେ, ରେନୋ ଇଣ୍ଡିଆ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri