fire-extinguisher on flame background
ସମ୍ବଲପୁର, ୨୦।୧୧ (ବ୍ୟୁରୋ)- ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ଠେଲକୋଲି ଥାନା ଅନ୍ତର୍ଗତ ରାଜୀବ କିଶାନ ବୋଲି ଜଣେ ଯୁବକ କିରାସିନି ଢ଼ାଲି ନିଆଁ ଲଗାଇ ଦେଇଥିଲେ। ଏଥିରେ ଟେବୁଲ, ଚୌକି, କାଗଜପତ୍ର ପୋଡିଯାଇଛି। ଜମିବାଡି ସମସ୍ୟାକୁ ନେଇ ଏଭଳି କାଣ୍ଡ ଘଟାଇଥିବା ସେ ସ୍ବିକାର କରିଛନ୍ତି। ରେଙ୍ଗାଲି ଥାନା ପୋଲିସ ରାଜୀବଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ରେଙ୍ଗାଲି ଅଗ୍ନିଶମ ବିଭାଗ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡରେ ପ୍ରାୟ ୩୦ରୁ ୪୦ ପ୍ରତିଶତ କାଗଜପତ୍ର ଓ ତହସିଲ ଅଫିସର ବିଭିନ୍ନ ସାମଗ୍ରୀ ପୋଡି ଯାଇଥିବା ଜଣାପଡିଛି ।