ଡାଇ-ଇଚି ଲାଇଫ୍‌ ସହ ରିନ୍ୟୁବାଇର ସହଭାଗିତା

ଭୁବନେଶ୍ୱର,୨୩।୮: ଦେଶର ପ୍ରମୁଖ ବୀମା କମ୍ପାନୀ ରିନ୍ୟୁବାଇ ଏବଂ ଡାଇ-ଇଚି ଲାଇଫ୍‌ ହୋଲ୍ଡିଂସ ଇଙ୍କ୍‌ ମଧ୍ୟରେ ଏକ ବାଣିଜି୍ୟକ ସହଭାଗିତା ନିକଟରେ ହୋଇଯାଇଛି। ଉଭୟ ସଂସ୍ଥାର ମିଳିତ ସହଯୋଗରେ ପାଣ୍ଠି ସଂଗ୍ରହ ସହ କାରବାର ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ଉଭୟ କମ୍ପାନୀ ଡି ଶୃଙ୍ଖଳା ପାଣ୍ଠି ରାଉଣ୍ଡରେ ୪୦ ମିଲିୟନ ଆମେରିକୀୟ ଡଲାର ପାଣ୍ଠି ସଂଗ୍ରହ ମଧ୍ୟ ପୂରା କରିଛି। ସେହିଭଳି ଅନେକ ମାର୍କୀ ନିବେଶକଙ୍କ ଆଗ୍ରହକୁ ଆକର୍ଷିତ କରୁଥିବା ଏବଂ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଆଶା କରାଯାଉଥିବା ଏହି ରାଉଣ୍ଡ ଉଭୟ କମ୍ପାନୀ ଜରିଆରେ ଚାଲୁଥିବା ଡି ଶୃଙ୍ଖଳା ପାଣ୍ଠି ସଂଗ୍ରହର ଏକ ଅଂଶ ବୋଲି କୁହାଯାଉଛି। ସେହିପରି ଏକ ସୁଗମ ଡିଜିଟାଲ ଅଭିଜ୍ଞତା ପ୍ରଦାନ କରିବାକୁ କମ୍ପାନୀ ୪୦ରୁ ଅଧିକ ବୀମା କମ୍ପାନୀଙ୍କ ସହ କାର୍ଯ୍ୟ କରିଥାଏ ଏବଂ ବର୍ତ୍ତମାନ କମ୍ପାନୀରେ ୫ମିଲିୟନରୁ ଅଧିକ ଗ୍ରାହକ ଅଛନ୍ତି। ଏପରିକି ୧୫୦୦ସହରରେ କମ୍ପାନୀର ବ୍ୟାପକ-ବିସ୍ତାରିତ ଫ୍ରାଞ୍ଚାଇଜ ରହିଛି। ଏ ସମ୍ପର୍କରେ ରିନ୍ୟୁବାଇର ସିଇଓ ବାଲାଚନ୍ଦର ଶେଖର କହିଥିଲେ, ବିଗତ ୭ ବର୍ଷ ମଧ୍ୟରେ କମ୍ପାନୀ ତା’ର ବୀମା ପ୍ରଦାନ କରିବାକୁ ପରାମର୍ଶଦାତାମାନଙ୍କୁ ଡିଜିଟାଲ କ୍ଷମତା ସହିତ ଅଭିଜ୍ଞ କରାଇଛି। ଏପରିକି କମ୍ପାନୀର ୭୦% ବ୍ୟବସାୟ ୩୦ରୁ ଅଧିକ ସହରରୁ ଆସୁଛି, ଅଧିକାଂଶ ବୀମା କମ୍ପାନୀ କେବଳ ଦେଶର ଶ୍ରେଷ୍ଠ ୩୦ଟି ସହର ଉପରେ ଧ୍ୟାନଦେବା ଜାରି ରଖିଛନ୍ତି। ସେହିଭଳି ଡାଇ-ଇଚି ଲାଇ ହୋଲ୍ଡିଂସ ଇଙ୍କ୍‌ର ପ୍ରତିନିଧି ନିର୍ଦ୍ଦେଶକ, ପରିଚାଳନା କାର୍ଯ୍ୟନିର୍ବାହୀ ଅଫିସର ହିତୋସି ୟାମାଗୁଚି କହିଥିଲେ, କମ୍ପାନୀର ନିରନ୍ତର ଉନ୍ନତି କରିବା ଏବଂ ଆମର ଗ୍ରାହକଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବାର ନୂତନ ଉପାୟ ଖୋଜିବା ପାଇଁ ଆମେ ଆମର ଇଚ୍ଛାକୁ ରିନ୍ୟୁବାଇ ଜରିଆରେ ବିନିଯୋଗ କରି ଦର୍ଶାଉଛୁ। ଏପରିକି ଏକଦା ଅପହଞ୍ଚ ବୋଲି ଚିନ୍ତା କରାଯାଉଥିବା ସେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?