ଇସ୍ପାତ ଉପରୁ ହଟିଲା ରପ୍ତାନି ଶୁଳ୍କ

ନୂଆଦିଲ୍ଲୀ,୨୦।୧୧: ଗତ ୬ମାସ ତଳେ କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଲୁହା ପଥରର ପରିମାଣ (ଲୌହ ମାତ୍ରା) ଉପରେ ରପ୍ତାନୀ ଶୁକ୍ଳ ଲାଗୁ କରିବାକୁ ଏକ ବିସ୍ତୃତ ଯୋଜନା କରିଥିଲେ। ହେଲେ ଏହି କ୍ଷେତ୍ରରେ କାର୍ଯ୍ୟକରୁଥିବା ଉଭୟ ସରକାରୀ ଓ ଘରୋଇ ସଂସ୍ଥା ଏବଂ ବିଶେଷଜ୍ଞ ମାନେ ଏହାକୁ ବିରୋଧ କରିବା ସହ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। ଶିଳ୍ପ ସଂସ୍ଥାର ଅନୁରୋଧ କ୍ରମେ କେନ୍ଦ୍ର ସରକାର ଇସ୍ପାତ ଉପରୁ ରପ୍ତାନୀ ଶୁଳ୍କର ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରି ନେଇଛନ୍ତି। ଏପରିକି ଚଳିତ ବର୍ଷ ମେ ୨୨ ପୂର୍ବରୁ ପ୍ରଚଳିତ ସ୍ଥିତାବସ୍ଥାର ପୁନଃ ଲାଗୁ କରିଛନ୍ତି। ଏପରିକି ୫୮%ରୁ କମ୍‌ ଲୌହ ମାତ୍ରା ଥିବା ଲୁହା ପଥର ଲମ୍ପ୍ସ ଓ ଫାଇନ୍ସ, ଲୁହା ପଥର ପେଲେଟ ଏବଂ ପିଗ୍‌ ଆଇରନ୍‌ ସମେତ ନିଦ୍ଦିଷ୍ଟ ଇସ୍ପାତ ଉପତ୍ାଦରେ ଲାଗୁଥିବା ଶୁଳ୍କକୁ ପ୍ରତ୍ୟାହାର କରି ନେଇଛନ୍ତି। ସେହିପରି ଆନ୍ଥ୍ରାସାଇଟ୍‌, ପିସିଆଇ, କୋଇଲା, କୋକିଂ କୋଇଲା, କୋକ୍‌ ଏବଂ ସେମି କୋକ୍‌ ଏବଂ ଫେରୋ ନିକେଲ୍‌ ଉପରୁ ଆମଦାନୀ ଶୁଳ୍କ ରିହାତି ମଧ୍ୟ ପ୍ରତ୍ୟାହାର କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଆଜିଠାରୁ (୨୦୨୨ ନଭେମ୍ବର ୧୯) ୫୮%ରୁ କମ୍‌ ଏଫ୍‌ଇ ଥିବା ଲୁହା ପଥର ଲମ୍ପ୍ସ ଓ ଫାଇନ୍ସ ଉପରେ କୌଣସି ରପ୍ତାନି ଶୁଳ୍କ ଲାଗୁ ହେବ ନାହିଁ ଏବଂ ୫୮%ରୁ ଅଧିକ ଏଫଇ ଥିବା ଲୁହା ପଥର ଲମ୍ପ୍ସ ଓ ଫାଇନ୍ସ ଉପରେ ୩୦%ରୁ କମ୍‌ ରପ୍ତାନି ଶୁକ୍କ ଲାଗୁ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ଲୁହାପଥରର ପେଲେଟ୍‌ ରପ୍ତାନି ଉପରେ କୌଣସି ରପ୍ତାନି ଶୁକ୍କ ଲାଗୁ ହେବ ନାହିଁ ଓ ଆନ୍ଥ୍ରାସାଇଟ୍‌, ପିସିଆଇ, କୋକିଂ କୋଇଲା ଏବଂ ଫେରୋ ନିକେଲ୍‌ ଉପରେ ୨.୫% ଆମଦାନୀ ଶୁଳ୍କ ଲାଗୁ ହେବ। ଅପରପକ୍ଷରେ କୋକ୍‌ ଏବଂ ସେମି କୋକ୍‌ ଉପରେ ୫% ଆମଦାନୀ ଶୁଳ୍କ ଲାଗୁ ହେବ। ତେବେ ୨୦୨୨ ମେରେ ଇସ୍ପାତ ମୂଲ୍ୟରେ ଉଚ୍ଚ ଓ କ୍ରମାଗତ ବୃଦ୍ଧି ଘଟିଥିଲା। ଏହା ପରେ ଇସ୍ପାତ ଉପତ୍ାଦନ ପାଇଁ ଆବଶ୍ୟକ କଞ୍ଚାମାଲ କିମ୍ବା ମଧ୍ୟବର୍ତ୍ତୀ ସାମଗ୍ରୀର ଉପଲବ୍ଧତା ବୃଦ୍ଧି କରିବା ପାଇଁ ସରକାର ଚଳିତ ବର୍ଷ ପ୍ରାରମ୍ଭରେ ଅନେକ ଶୁଳ୍କ ସମ୍ବନ୍ଧିତ ପଦକ୍ଷେପ ନେଇଥିଲେ। ଏପରିକି ୫୮%ରୁ ଅଧିକ ଏଫ୍‌ଇ ଥିବା ଲୁହା ପଥର ଉପରେ ରପ୍ତାନି ଶୁଳ୍କ ୩୦%ରୁ ୫୦% ବିଜ୍ଞାପନ ଭାଲୋରେମକୁ ବୃଦ୍ଧି କରାଯାଇଥିଲା ଏବଂ ଏହା ୨୨ ମେ ୨୦୨୨ରୁ ଲାଗୁ ହୋଇଥିଲା। ଲୁହା ପଥର ଉପରେ ୫୮%ର ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା ଏବଂ ଲୁହା ପଥର ପେଲେଟ ଉପରେ ୪୫% ରପ୍ତାନି ଶୁଳ୍କ ଲାଗୁ ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?