ନୂଆପଡ଼ାରେ ବାଜିମାରିବେ କି ଘାସିରାମ, ଭରିଲେ ନାମାଙ୍କ

ନୂଆପଡ଼ା,୧୮।୧୦(ମକାରୁ ବେମାଲ): ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ଜୟ ଢୋଲକିଆ। ନୂଆପଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀପତ୍ର ଦାଖଲ କରିଛନ୍ତି। ପାର୍ଥୀପତ୍ର ଦାଖଲ ବେଳେ ଦଳର ହେଭିଓ୍ବେଟ୍‌ ଉପସ୍ଥିତ ଥିଲେ। ଜୟଙ୍କ ସହ ଘାସିରାମ ମଧ୍ୟ ପାର୍ଥୀପତ୍ର ଦାଖଲ କରିଛନ୍ତି।

ଅନ୍ୟପକ୍ଷେ, ନୂଆପଡ଼ା ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି। ବିଜେଡି  ତାର ଷ୍ଟାର୍‌ ପ୍ରଚାରକ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ଷ୍ଟାର୍‌ ପ୍ରଚାରକ ତାଲିକା ଘୋଷଣା କରିଛି। ଏହି ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକାରେ ଅଜୟ ଲଲ୍ଲୁ, ଭକ୍ତ ଦାସ, ରାମଚନ୍ଦ୍ର କାଡ଼ାମ ଅଛନ୍ତି।

ଅନ୍ୟପକ୍ଷେ ଭୁପେଶ ବଘେଲ, ସଚିନ ପାଇଲଟ, ରେବନ୍ତ ରେଡ୍ଡୀ ପ୍ରଚାର କରିବେ। ଏହାସହ କହ୍ନେୟା କୁମାର, ଅଲକା ଲାମ୍ବା, ନିରଞ୍ଜନ ପଟ୍ଟନାୟକ ପ୍ରଚାର କରିବେ। ଅନ୍ୟପକ୍ଷେ ନରସିଂହ ମିଶ୍ର, ତାରା ବାହିନୀପତି, ମନୋଜ ମିଶ୍ରଙ୍କୁ ବି ପ୍ରଚାର ଦାୟିତ୍ୱ ଦିଆଯାଇଛି।

Dharitri – Odisha’s No.1, Most Trusted Odia Daily

 

Dharitri – The Largest & Most Trusted Odia Daily

Share