ତାଲିକାରେ ରହିଲେ, ଆସିବେନି ବହୁ ନେତା

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତା ୩୧ରେ ଭୋଟ ଗ୍ରହଣ ହେବ। ତେବେ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରି ବିଜୟ ମୁକୁଟ ପିନ୍ଧିବା ସକାଶେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ଜୋର୍‌ଦାର ପରିଶ୍ରମ କରୁଛନ୍ତି। ତେବେ ରାଜ୍ୟରେ ଯେଉଁସବୁ ସ୍ଥାନରେ ଉପନିର୍ବାଚନ ହୁଏ ତାହା ସବୁବେଳେ ବିଜେଡି ସପକ୍ଷରେ ଯିବାର ଏକାଧିକ ଉଦାହରଣ ସୃଷ୍ଟି ହୋଇସାରିଲାଣି। ୨୦୧୪ରେ ବ୍ରଜରାଜନଗର ଆସନରୁ ଭାଜପା ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ରାଧାରାଣୀ ପଣ୍ଡା ୨୦୧୯ରେ କିନ୍ତୁ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କଠାରୁ ପରାଜିତ ହୋଇଥିଲେ। କିଶୋରଙ୍କ ମୃତ୍ୟୁ ହେବା ଏବଂ ଏହି ଆସନରେ ପୁଣି ଥରେ ୫ ବର୍ଷ ଭିତରେ ଉପନିର୍ବାଚନ ହେବା ରାଧାରାଣୀଙ୍କ ପାଇଁ ଏକ ସୁଯୋଗ କହିଲେ ଅତ୍ୟୁକ୍ତି ହେବନାହିଁ। ହେଲେ ଭାଜପା ଏହି ଆସନରେ ବିଜୟୀ ହେବା ଲାଗି ବାସ୍ତବରେ କେତେ ଆଗ୍ରହୀ ତାକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ଜୋର୍‌ ଧରିଛି। ଏହାର ମୁଖ୍ୟ କାରଣ ଭାଜପାର ଷ୍ଟାର କ୍ୟାମ୍ପେନର ତାଲିକା। ଭାଜପା ଭଳି କଂଗ୍ରେସର ମଧ୍ୟ ସମଦଶା।
ତେବେ ଭାଜପା ଜାରି କରିଥିବା ଷ୍ଟାର କ୍ୟାମ୍ପେନର ତାଲିକାରେ ବହୁ କେନ୍ଦ୍ର ନେତାଙ୍କୁ ସାମିଲ କରିଥିଲା। ଫଳରେ ତାଲିକାରେ ସୁଯୋଗ ପାଇ ନ ଥିବା ବହୁ ରାଜ୍ୟ ନେତୃବୃନ୍ଦ ମୁହଁ ଖୋଲି ନ ଥିଲେ ମଧ୍ୟ ଭିତରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏବେ ଯେତେବେଳେ ଷ୍ଟାର୍‌ କ୍ୟାମ୍ପେନର ତାଲିକାରେ ସାମିଲ ଥିବା କେନ୍ଦ୍ର ନେତାଙ୍କ ଦେଖାମିଳୁନି ଧୀରେ ଧୀରେ ଅସନ୍ତୋଷ କୁହୁଳିବା ଆରମ୍ଭ ହୋଇଯାଇଛି। ତାଲିକାରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ପ୍ରହଲ୍ଲାଦ ଜୋଷୀ, ଅଶ୍ୱିନୀ ବୈଷ୍ଣବ, ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଏର ଖାରବେଳ ସ୍ବାଇଁ, ପୂର୍ବତନ ଛତିଶଗଡ଼ ମନ୍ତ୍ରୀ ବ୍ରିଜମୋହନ ଅଗ୍ରଓ୍ବାଲ, ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଏପର୍ଯ୍ୟନ୍ତ ପ୍ରଚାର ମଇଦାନରେ ଦେଖା ମିଳୁନାହାନ୍ତି। ଆସନ୍ତା ୨୯ ତାରିଖ ସା ୫ଟାରେ ପ୍ରଚାର ସମୟ ଶେଷ ହେବ। ତେଣୁ ପ୍ରଚାରର ଶେଷଦିନ ଏହିସବୁ ନେତାଙ୍କ ମଧ୍ୟରୁ କେଉଁମାନେ ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଦିନ ପ୍ରଚାର କରି ଫେରିଯାଇଛନ୍ତି। ଏହାପରେ କିମ୍ବା ପୂର୍ବରୁ ଧର୍ମେନ୍ଦ୍ର ପ୍ରଚାର ମଇଦାନକୁ ଆସିନାହାନ୍ତି। ଅନ୍ୟପକ୍ଷରେ ଗତ ପିପିଲି ଉପନିର୍ବାଚନ ସମୟରେ ମଧ୍ୟ ଭାଜପା ଷ୍ଟାର କ୍ୟାମ୍ପେନର ତାଲିକାରେ ସ୍ଥାନ ପାଇଥିବା ନେତାଙ୍କ ମଧ୍ୟରୁ ଅନେକଙ୍କୁ ଦେଖିବାକୁ ମିଳି ନ ଥିଲା। ଓଡ଼ିଶାରୁ ରାଜ୍ୟ ସଭା ଯାଇ କେନ୍ଦ୍ରମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶନିବାର ଓଡ଼ିଶା ଆସୁଥିଲେ ସୁଦ୍ଧା ବ୍ରଜରାଜନଗରରେ ପ୍ରଚାର କରିବାକୁ ଯିବା ନେଇ ତାଙ୍କର କୌଣସି ଯୋଜନା ନ ଥିବା ଜଣାପଡିଛି। ଏନେଇ ଏମ୍‌ପି ସୁରେଶ ପୂଜାରୀଙ୍କୁ ପଚାରିବାକୁ ସେ କହିଛନ୍ତି, ଏ ବିଷୟରେ ଦଳର ସଭାପତି ଏବଂ ସଙ୍ଗଠନ ସମ୍ପାଦକଙ୍କୁ ପଚାର। ଦଳର ସଭାପତି ସମୀର ମହାନ୍ତିଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଟେଲିଫୋନ ଉଠାଇନାହାନ୍ତି। ଅନ୍ୟପଟେ ଦଳର ସଙ୍ଗଠନ ସମ୍ପାଦକଙ୍କ ସହ ଯୋଗାଯୋଗ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ନମ୍ବର ଦେବା ଲାଗି ବାରଣ ଥିବା ଦଳର କେତେଜଣ କାର୍ଯ୍ୟକର୍ତ୍ତା କହିଛନ୍ତି।
ପଞ୍ଚାୟତ ଓ ପୌର ଭୋଟରେ କଂଗ୍ରେସ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ପରେ ବ୍ରଜରାଜନଗର ଉପନିର୍ବାଚନ ଏକତ୍ରିତ ହୋଇ ସମସ୍ତେ ଲଢ଼ିବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ସେହି ଅନୁସାରେ ଦେଖିଲେ ରାଜ୍ୟର ଏକାଧିକ ଟାଣୁଆ ନେତା ଅନେକ ବିଧାୟକ ବ୍ରଜରାଜନଗର ପ୍ରଚାର ମଇଦାନରେ ଅଛନ୍ତି। ହେଲେ ଷ୍ଟାର କ୍ୟାମ୍ପେନର ତାଲିକାରେ ସ୍ଥାନ ପାଇଥିବା କେନ୍ଦ୍ର ନେତାଙ୍କ ଦେଖା ମିଳୁନାହିଁ। ପ୍ରଭାରୀ ଏ. ଚେଲ୍ଲାକୁମାର, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ସ୍ବାସ୍ଥ୍ୟମନ୍ତ୍ରୀ ଟି. ଏସ୍‌. ସିଂଦେଓ, କହ୍ନେୟା କୁମାର, ଅମରଜିତ ଭଗତ, ଜିଗ୍ନେଶ ମଭାନିଙ୍କ ସମେତ ରାଜ୍ୟ ନେତା ଭକ୍ତ ଦାସ ଓ ଆହୁରି ଅନେକ ନେତା ଯେଉଁମାନେ ତାଲିକାରେ ଅଛନ୍ତି ଏ ପର୍ଯ୍ୟନ୍ତ ପ୍ରଚାର ମଇଦାନରେ ସେମାନଙ୍କ ଦେଖା ମିଳିଲା ନାହିଁ। ବ୍ରଜରାଜନଗର ସୀମାକୁ ଲାଗିଥିବା ଛତିଶଗଡ଼ରେ କଂଗ୍ରେସ ସରକାର ଥିବା ସତ୍ତ୍ୱେ ଉପନିର୍ବାଚନରେ ମନ୍ତ୍ରିମଣ୍ଡଳର କୌଣସି ନେତା ନ ଆସିବା ଦଳର ଉପନିର୍ବାଚନ ଲଢ଼ିବା ଆଗ୍ରହ ସ୍ପଷ୍ଟ କରୁଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏନେଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବହୁ ଜଣଙ୍କୁ ଡକାଯାଇଥିଲା ସେମାନେ ଯଦି ଆସିବେ ଆସନ୍ତୁ, ନ ହେଲେ ନାହିଁ। ଯେଉଁମାନେ ଆସି ନାହାନ୍ତି ସେମାନଙ୍କ କିଛି କାମ ଯୋଗୁ ଆସି ନ ଥାଇପାରନ୍ତି। ଏହି ତାଲିକା ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ପକ୍ଷରୁ ପ୍ରକାଶ କରାଯାଏ ବୋଲି ସେ କହିଛନ୍ତି।
ସେହିପରି ବିଜେଡି ମୁଖ୍ୟ ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଯାଇ ନ ଥିବାବେଳେ ତାଙ୍କ ଯିବାର କୌଣସି କାର୍ଯ୍ୟକ୍ରମ ନ ଥିବା ଶୁଣିବାକୁ ମିଳୁଛି। ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ଦଳରୁ ଦାୟିତ୍ୱ ମିଳିଥିବା ବହୁ ନେତା ସେଠାରେ ନିଜର କାର୍ଯ୍ୟକ୍ରମ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri