ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଛି: ପ୍ରିୟଦର୍ଶନ

ପୁରୀ,୧୮ା୩ (ଅଜିତ୍‌ କୁମାର ମହାନ୍ତି): ପୁରୀ ଶ୍ରୀମନ୍ଦିରରେ ଅଭିନେତ୍ରୀ ହେମାମାଳିନୀଙ୍କ ପ୍ରବେଶକୁ ନେଇ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ହେମାମାଳିନୀ ମୁସ୍‌ଲିମ୍‌ ଧର୍ମକୁ ଧର୍ମାନ୍ତରୀକରଣ ହୋଇଥିବାବେଳେ ବେଆଇନ ଭାବେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି। ତାଙ୍କୁ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରାଇବାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ।

ଏପରି କି ପୁରୀ ଏମ୍‌ପି ସମ୍ବିତ ପାତ୍ରଙ୍କ ଗାଡ଼ିରେ ହେମାମାଳିନୀ ଶ୍ରୀମନ୍ଦିର ନିକଟକୁ ଆସିଥିଲେ। ତାଙ୍କୁ ଦୋଳବେଦୀ ପାଖରେ ଛାଡ଼ି ସମ୍ପିତ୍‌ ଚାଲିଯାଇଥିଲେ। ଏହି ଘଟଣା ଜାଣିଶୁଣି କରାଯିବା ଏବଂ କୋଟି କୋଟି ସନାତନୀ ହିନ୍ଦୁଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ବିଏନ୍‌ଏସ୍‌ର ଦଫା ୨୯୮, ୨୯୯, ୩୦୦, ୩୦୧, ୩୦୨ରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ ବୋଲି ପଟ୍ଟନାୟକ କହିଛନ୍ତି।