ଫ୍ଲିପ୍‌କାର୍ଟକୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବିରୋଧରେ ବେଆଇନ ଉପାୟରେ ବଜାର ଅକ୍ତିଆର କରିବା ଅଭିଯୋଗ ଆସିଥିଲା। ଏହି ଅଭିଯୋଗର ତଦନ୍ତ କରିବା ଲାଗି ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି) କମ୍ପିଟିଶନ କମିଶନ ଇଣ୍ଡିଆ(ସିସିଆଇ)କୁ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ସିଏଲ୍‌ଏଟିଙ୍କ ଏହି ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଏସ୍‌.ଏ. ବୋବଡେ, ଜଷ୍ଟିସ ଏ.ଏସ୍‌.ବୋପାନ୍ନା ଏବଂ ଜଷ୍ଟିସ ଭି.ରାମସୁବ୍ରମଣ୍ୟନ ଏହି ମାମଲାର ଶୁଣାଣି କରି ରହିତାଦେଶ ଜାରି କରିଛନ୍ତି। ଏହି ପ୍ରସଙ୍ଗକୁ ପୁଣି ଥରେ ତର୍ଜମା ଲାଗି ଏନ୍‌ସିଏଲ୍‌ଏଟି ପଠାଇ ଦିଆଯାଇଛି। ସୁପ୍ରିମକୋର୍ଟ ଅଲ୍‌ ଇଣ୍ଡିଆ ଅନଲାଇନ ଭେଣ୍ଡର୍ସ ଆସୋସିଏଶନ ଏବଂ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆକୁ ନୋଟିସ ଜାରି କରିଥିବା ଜଣାପଡିଛି। ଏହି ମାମଲାରେ ବର୍ତ୍ତମାନ ଫ୍ଲିପକାର୍ଟକୁ କିଛିଟା ଆଶ୍ୱସ୍ତି ମିଳିଛି। ଫ୍ଲିପକାର୍ଟ ପକ୍ଷରୁ ବରିଷ୍ଟ ଆଇନଜୀବୀ ହରିଷ ସାଲଭେ ମାମଲା ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇରେ ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ,୨-୮: ଜିଏସ୍‌ଟି ଆଦାୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଖୁସି ଆଣିଦେଇଛି। ଜୁଲାଇରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଯାଇଛି। ଏହି ସମୟରେ ୧.୦୨...

ରକ୍ତସଞ୍ଚାଳନ ଠିକ୍‌ କରାଇବ ଡାଇବେଟିକ ଜୋତା

ଭୁବନେଶ୍ୱର, ୧୭ା୧୨: ଅନିୟମିତ ଜୀବନଶୈଳୀ ଯୋଗୁ ବିଶ୍ୱରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଯାହାକି ଚିନ୍ତାର କାରଣ ପାଲଟିଛି। ଆମେରିକାରେ ଏବେ ୧୬ନିୟୁତ...

ଏସ୍‌ବିଆଇ ଓଟିପି ଭିତ୍ତିକ ଉଠାଣ ୨୪ ଘଣ୍ଟିଆ ହେଲା

ଭୁବନେଶ୍ୱର, ୧୬।୯ : ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏହାର ଓଟିପି ଭିତ୍ତିକ ଏଟିଏମ୍‌ ଉଠାଣ ବ୍ୟବସ୍ଥାକୁ ଚବିଶ ଘଣ୍ଟିଆ କରାଯାଇଛି। ଚଳିତ...

ରେନ୍ୟୁ ପାୱାର ସହ ଜେଏସ୍‌ଏଲ୍‌ର ଚୁକ୍ତିନାମା

ନୂଆଦିଲ୍ଲୀ,୬।୧୨: ଦେଶର ପ୍ରମୁଖ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌) ସହ ନବୀକରଣଯୋଗ୍ୟ ଶକ୍ତି କମ୍ପାନୀ ରେନ୍ୟୁ ପାୱାରର ନିକଟରେ ଏକ...

ସୁଯୋଗର ସଦୁପଯୋଗ କରି ସଫଳ

ଗ୍ରାହକ ସେବାରେ ଢେଙ୍କାନାଳ ଜିଲାର ହିରୋ ବାଇକ୍‌ ଓ ସ୍କୁଟର ଶୋ’ରୁମ୍‌ ‘ସୋମ୍‌ ଅଟୋ’ ନିଜର ସ୍ବତନ୍ତ୍ରତା ବଜାୟ ରଖିଛି। ଏହାର ଅଧିକୃତ ବିକ୍ରେତା ତଥା...

ଆଜିଠୁ ଜୀ-ସାର୍ଥକରେ ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’

ଭୁବନେଶ୍ୱର,୨।୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଓଡ଼ିଆ ଘରୋଇ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂଆବର୍ଷରୁ ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’ ସମ୍ପର୍କରେ ଘୋଷଣା କରାଯାଇଛି।...

ତିଆରି ହେଲା ୧୮୦କିମି/ଘଣ୍ଟା ସ୍ପିଡ୍‌ର ରେଳ ଇଞ୍ଜିନ

ନୂଆଦିଲ୍ଲୀ,୧୪-୮: ଭାରତୀୟ ରେଲଓ୍ବେ ହାଇସ୍ପିଡ ଟ୍ରେନ ଇଞ୍ଜିନ ନିର୍ମାଣ କ୍ଷେତ୍ରରେ ବହୁ ଉନ୍ନତି କରିଛି। ପଶ୍ଚିମବଙ୍ଗର ଚିତ୍ତରଞ୍ଜନ ଲୋକୋମୋଟିଭ ଓ୍ବର୍କ୍ସରେ ଏକ ହାଇସ୍ପିଡ ଇଞ୍ଜିନ ନିର୍ମାଣ...

ଜିଆଇଏମ୍‌ରେ ମହା ନିଯୁକ୍ତି ମେଳା

କଟକ,୨୩।୫: ଗ୍ଲୋବାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ (ଜିଆଇଏମ୍‌)ରେ ଏକ ମହା ନିଯୁକ୍ତି ମେଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏମ୍‌ବିଏ ପାଠ୍ୟକ୍ରମର ଶେଷ ବର୍ଷରେ ପଢୁଥିବା ଛାତ୍ରୀଛାତ୍ରମାନଙ୍କ...

Advertisement
Archives

Model This Week