ଭୁବନେଶ୍ୱର,୧୧।୧: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ ରହିଛି। ଅଧିକାଂଶ ସ୍ଥାନରେ ୫ ରୁ ୭ ଡିଗ୍ରୀ ଯାଏଁ ତାପମାତ୍ରା ବଢ଼ିଛି। ରାଜଧାନୀରେ ୬.୮ ଡିଗ୍ରୀ ତାପମାତ୍ରା ବଢ଼ିଛି। ରବିବାର ଭୁବନେଶ୍ୱରର ତାପମାତ୍ରା ୧୭ ଡିଗ୍ରୀ ରେକଡ କରାଯାଇଛି। ମେଘାଚ୍ଛନ୍ନ ଆକାଶ ପ୍ରଭାବରେ ବଢ଼ିଲା ରାତି ତାପମାତ୍ରା। ଝାରସୁଗୁଡା ୧୧.୬, ବାଲେଶ୍ୱର ୧୭, କେନ୍ଦୁଝରରେ ୧୫ ଡିଗ୍ରୀ ରେକର୍ଡ କରାଯାଇଛି।