ରିଲାଏନ୍ସ ଜିଓର ବାର୍ଷିକ ଫଳାଫଳ

ନୂଆଦିଲ୍ଲୀ,୨୨।୪: ଦେଶର ସର୍ବବୃହତ୍‌ ଟେଲିକମ୍‌ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ ପକ୍ଷରୁ ଶୁକ୍ରବାର ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ମଧ୍ୟ ପ୍ରକାଶ କରାଯାଇଛି। ବିଶେଷକରି ୨୦୨୨-୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନେଟ୍‌ ଲାଭ ୨୦୨୧- ୨୨ ଆର୍ଥିକ ବର୍ଷ ତୁଳନାରେ ୨୩% ବୃଦ୍ଧି ଘଟି ୧୮,୨୦୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଅପରପକ୍ଷରେ ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀର ନେଟ୍‌ ଲାଭ ୧୪,୮୧୭ କୋଟି ଟଙ୍କା ରହିଥିଲା। ସେହିଭଳି କମ୍ପାନୀର ବାର୍ଷିକ ମୋଟ ପରିଚାଳନାଗତ ରାଜସ୍ବ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୧୮% ବୃଦ୍ଧି ଘଟି ୯୦,୭୮୬ କୋଟି ଟଙ୍କାରେ ପହଞ୍ଚତ୍ଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି, ଯାହା ୨୦୨୧-୨୨ ଆର୍ଥିକ ବର୍ଷରେ ୭୬,୯୭୭ କୋଟି ଟଙ୍କା ରହିଥିଲା। ସେହିପରି ୨୦୨୩ ଜାନୁୟାରୀରୁ ମାର୍ଚ୍ଚ ଶେଷ ସୁଦ୍ଧା ବା ୪ର୍ଥ ତ୍ରୈମାସିକରେ କମ୍ପାନୀର ନେଟ୍‌ ଲାଭ ୪୧୭୩ କୋଟି ଟଙ୍କା ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି, ଯାହା ୨୦୨୧- ୨୨ ଆର୍ଥିକ ବର୍ଷ ସମାନ ତ୍ରୈମାସିକ ତୁଳନାରେ ୧୩% ଅଧିକ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ୪ର୍ଥ ତ୍ରୈମାସିକରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୨୩,୩୯୪ କୋଟି ଟଙ୍କା ରହିଛି, ଯାହା ୨୦୨୧- ୨୨ ଆର୍ଥିକ ବର୍ଷ ସମାନ ତ୍ରୈମାସିକରେ ୨୦,୯୦୧ ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

ବଡ଼ଧରଣର ବ୍ରାଉନ ସୁଗାର ନେଟ୍‌ୱର୍କ ଠାବ: ବେପାରୀଙ୍କ ଟାର୍ଗେଟରେ ଥିଲେ ଛାତ୍ରୀଛାତ୍ର

ରାଉରକେଲା,୨୪।୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ଅନ୍ତର୍ଗତ ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ମୀନାପଡ଼ା ଅଞ୍ଚଳରେ  ଚଢାଉ କରି ଏକ ବଡ଼ଧରଣର ବ୍ରାଉନସୁଗାର ନେଟୱର୍କ ଠାବ କରାଯାଇଛି। ଏହି…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri