ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭାରତର ସର୍ବଶ୍ରେଷ୍ଠ କମ୍ପାନୀ

ମୁମ୍ବାଇ,୨।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ (ଆରଆଇଏଲ) କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ବା ସ୍ବୀକୃତି ମିଳିଛି। ଏପରିକି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭାରତର ସର୍ବଶ୍ରେଷ୍ଠ କମ୍ପାନୀ ଭାବେ ୱିଜିକିର ଭିଜିବିଲିଟି ଇଣ୍ଡେକ୍ସରେ ସ୍ଥାନ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ରେ ୱିଜିକିର ଭିଜିବିଲିଟି ଇଣ୍ଡେକ୍ସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭାରତର ଏକ ନମ୍ବର କମ୍ପାନୀ ଭାବେ ସ୍ଥାନ ପାଇଛି। ଏପରିକି କମ୍ପାନୀର ରାଜସ୍ବ, ଲାଭ, ବଜାର ମୂଲ୍ୟ ଏବଂ ସାମାଜିକ ପ୍ରଭାବ ଦୃଷ୍ଟିରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଆଗରେ ରହିଛି।
ୱିଜିକି ହେଉଛି, ଏକ ମିଡିଆ ଇଣ୍ଟେଲିଜେନ୍ସ କମ୍ପାନୀ। ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତ୍ତା/ଏଆଇ) ଅନୁଯାୟୀ ଗଣମାଧ୍ୟମ ଖବର ଉପରେ ନଜର ରଖିବା ସହିତ କେଉଁ କମ୍ପାନୀଗୁଡିକ ଅଧିକ ସ୍ଥାନ ପାଇଥାନ୍ତି, ସେ ତାହାକୁ ନିରୂପଣ କରିଥାଏ। ୱିଜିକିର ଭିଜିବିଲିଟି ଇଣ୍ଡେକ୍ସ ଅନୁଯାୟୀ ରିଲାଏନ୍ସ କ୍ରମାଗତ ଭାବେ ହେଡଲାଇନ (ଖବରର ଶୀର୍ଷ)ରେ ରହିଆସିଛି। ଏପରିକି ଅନେକ ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସ ଏବଂ ଉପଭୋକ୍ତା ସାମଗ୍ରୀ କମ୍ପାନୀକୁ ଉକ୍ତ ପ୍ରସଙ୍ଗରେ କମ୍ପାନୀ ପଛରେ ପକାଇଦେଇଛି। ୨୦୨୪ରେ ରିଲାଏନ୍ସର ନ୍ୟୁଜ୍‌ ସ୍କୋର ୧୦୦ରୁ ୯୭.୪୩ ରହିଥିବା ୱିଜିକି ପ୍ରକାଶ କରିଛି। ୨୦୨୩ରେ କମ୍ପାନୀର ସ୍କୋର ୯୬.୪୬ ଥିଲାବେଳେ ୨୦୨୨ରେ ୯୨.୫୬ ଏବଂ ୨୦୨୧ରେ ୮୪.୯ ଥିଲା। ଏପରିକି ଏହି ବିଗତ ବର୍ଷଗୁଡିକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ କ୍ରମାଗତ ଭାବେ ଭାରତର ଏକ ନମ୍ବର କମ୍ପାନୀ ହୋଇ ରହିଛି, ଯଦି ଅନ୍ୟ କମ୍ପାନୀଗୁଡିକ ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ତୁଳନା କରାଯାଏ, ତାହାହେଲେ ରିଲାଏନ୍ସ ଦେଶର ଅନେକ ବଡ଼ କମ୍ପାନୀମାନଙ୍କଠାରୁ ବହୁତ ଆଗରେ ରହିଛି। ସେହିଭଳି ରିଲାଏନ୍ସର ନ୍ୟୁଜ୍‌ ସ୍କୋର ୯୭.୪୩ ଥିବାବେଳେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସ୍କୋର ୮୯.୩, ଏଚଡିଏଫସି ବ୍ୟାଙ୍କର ୮୬.୨୪, ପେଟିଏମ୍‌ର ମୂଳ କମ୍ପାନୀ ୱାନ୍‌୯୭ କମ୍ୟୁନିକେଶନ୍ସ ୮୪.୬୩, ଆଇସିଆଇସିଆଇ ବ୍ୟାଙ୍କର ୮୪.୩୩ ଏବଂ ଜୋମାଟୋର ନ୍ୟୁଜ୍‌ ସ୍କୋର ୮୨.୯୪ ରହିଥିଲା। ସେହିପରି ୱିକି ନ୍ୟୁଜ୍‌ ସ୍କୋର ଅନୁସାରେ ଭାରତୀ ଏୟାରଟେଲ ୭ମ ସ୍ଥାନରେ ଥିଲାବେଳେ ଇନଫୋସିସ୍‌, ଟାଟା ମୋଟର୍ସ, ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍‌ (ଟିସିଏସ) ଏବଂ ଆଦାନୀ ଗ୍ରୁପ୍‌ ୪୦ ତମ ସ୍ଥାନରେ ରହିଛି। ୱିଜିକି ନ୍ୟୁଜ୍‌ ସ୍କୋର ନିର୍ଣ୍ଣୟ କରିବାବେଳେ ଖବରର ଶିରୋନାମାରେ କମ୍ପାନୀ କେତେ ସମୟ ରହିଛି, କେତେ ସ୍ଥାନରେ ପ୍ରକାଶିତ ହୋଇଛି ଏବଂ ପ୍ରକାଶିତ ବିଷୟବସ୍ତୁ କେତେ ଲୋକଙ୍କ ପାଖରେ ପହଞ୍ଚତ୍ଛି, ତାହାକୁ ବିସ୍ତୃତ ଭାବେ ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri