ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭାରତର ସର୍ବଶ୍ରେଷ୍ଠ କମ୍ପାନୀ

ମୁମ୍ବାଇ,୨।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ (ଆରଆଇଏଲ) କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ବା ସ୍ବୀକୃତି ମିଳିଛି। ଏପରିକି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭାରତର ସର୍ବଶ୍ରେଷ୍ଠ କମ୍ପାନୀ ଭାବେ ୱିଜିକିର ଭିଜିବିଲିଟି ଇଣ୍ଡେକ୍ସରେ ସ୍ଥାନ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ରେ ୱିଜିକିର ଭିଜିବିଲିଟି ଇଣ୍ଡେକ୍ସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭାରତର ଏକ ନମ୍ବର କମ୍ପାନୀ ଭାବେ ସ୍ଥାନ ପାଇଛି। ଏପରିକି କମ୍ପାନୀର ରାଜସ୍ବ, ଲାଭ, ବଜାର ମୂଲ୍ୟ ଏବଂ ସାମାଜିକ ପ୍ରଭାବ ଦୃଷ୍ଟିରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଆଗରେ ରହିଛି।
ୱିଜିକି ହେଉଛି, ଏକ ମିଡିଆ ଇଣ୍ଟେଲିଜେନ୍ସ କମ୍ପାନୀ। ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତ୍ତା/ଏଆଇ) ଅନୁଯାୟୀ ଗଣମାଧ୍ୟମ ଖବର ଉପରେ ନଜର ରଖିବା ସହିତ କେଉଁ କମ୍ପାନୀଗୁଡିକ ଅଧିକ ସ୍ଥାନ ପାଇଥାନ୍ତି, ସେ ତାହାକୁ ନିରୂପଣ କରିଥାଏ। ୱିଜିକିର ଭିଜିବିଲିଟି ଇଣ୍ଡେକ୍ସ ଅନୁଯାୟୀ ରିଲାଏନ୍ସ କ୍ରମାଗତ ଭାବେ ହେଡଲାଇନ (ଖବରର ଶୀର୍ଷ)ରେ ରହିଆସିଛି। ଏପରିକି ଅନେକ ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସ ଏବଂ ଉପଭୋକ୍ତା ସାମଗ୍ରୀ କମ୍ପାନୀକୁ ଉକ୍ତ ପ୍ରସଙ୍ଗରେ କମ୍ପାନୀ ପଛରେ ପକାଇଦେଇଛି। ୨୦୨୪ରେ ରିଲାଏନ୍ସର ନ୍ୟୁଜ୍‌ ସ୍କୋର ୧୦୦ରୁ ୯୭.୪୩ ରହିଥିବା ୱିଜିକି ପ୍ରକାଶ କରିଛି। ୨୦୨୩ରେ କମ୍ପାନୀର ସ୍କୋର ୯୬.୪୬ ଥିଲାବେଳେ ୨୦୨୨ରେ ୯୨.୫୬ ଏବଂ ୨୦୨୧ରେ ୮୪.୯ ଥିଲା। ଏପରିକି ଏହି ବିଗତ ବର୍ଷଗୁଡିକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ କ୍ରମାଗତ ଭାବେ ଭାରତର ଏକ ନମ୍ବର କମ୍ପାନୀ ହୋଇ ରହିଛି, ଯଦି ଅନ୍ୟ କମ୍ପାନୀଗୁଡିକ ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ତୁଳନା କରାଯାଏ, ତାହାହେଲେ ରିଲାଏନ୍ସ ଦେଶର ଅନେକ ବଡ଼ କମ୍ପାନୀମାନଙ୍କଠାରୁ ବହୁତ ଆଗରେ ରହିଛି। ସେହିଭଳି ରିଲାଏନ୍ସର ନ୍ୟୁଜ୍‌ ସ୍କୋର ୯୭.୪୩ ଥିବାବେଳେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସ୍କୋର ୮୯.୩, ଏଚଡିଏଫସି ବ୍ୟାଙ୍କର ୮୬.୨୪, ପେଟିଏମ୍‌ର ମୂଳ କମ୍ପାନୀ ୱାନ୍‌୯୭ କମ୍ୟୁନିକେଶନ୍ସ ୮୪.୬୩, ଆଇସିଆଇସିଆଇ ବ୍ୟାଙ୍କର ୮୪.୩୩ ଏବଂ ଜୋମାଟୋର ନ୍ୟୁଜ୍‌ ସ୍କୋର ୮୨.୯୪ ରହିଥିଲା। ସେହିପରି ୱିକି ନ୍ୟୁଜ୍‌ ସ୍କୋର ଅନୁସାରେ ଭାରତୀ ଏୟାରଟେଲ ୭ମ ସ୍ଥାନରେ ଥିଲାବେଳେ ଇନଫୋସିସ୍‌, ଟାଟା ମୋଟର୍ସ, ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍‌ (ଟିସିଏସ) ଏବଂ ଆଦାନୀ ଗ୍ରୁପ୍‌ ୪୦ ତମ ସ୍ଥାନରେ ରହିଛି। ୱିଜିକି ନ୍ୟୁଜ୍‌ ସ୍କୋର ନିର୍ଣ୍ଣୟ କରିବାବେଳେ ଖବରର ଶିରୋନାମାରେ କମ୍ପାନୀ କେତେ ସମୟ ରହିଛି, କେତେ ସ୍ଥାନରେ ପ୍ରକାଶିତ ହୋଇଛି ଏବଂ ପ୍ରକାଶିତ ବିଷୟବସ୍ତୁ କେତେ ଲୋକଙ୍କ ପାଖରେ ପହଞ୍ଚତ୍ଛି, ତାହାକୁ ବିସ୍ତୃତ ଭାବେ ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri