ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଜିଓ ୱାର୍ଲଡ୍‌ ସେଣ୍ଟର ଉଦ୍‌ଘାଟିତ

ମୁମ୍ବାଇ,୬।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ଦେଶର ସର୍ବବୃହତ୍‌ ଏବଂ ସମ୍ମାନଜନକ ବହୁମୁଖୀ ଗନ୍ତବ୍ୟସ୍ଥଳ ଜିଓ ୱାର୍ଲଡ୍‌ ସେଣ୍ଟରର ଉଦ୍‌ଘାଟନ ନିକଟରେ ହୋଇଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶିକା ଏବଂ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଚେୟାରପର୍ସନ ନୀତା ଅମ୍ବାନୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଦୃଷ୍ଟିକୋଣ ବଳରେ ସ୍ଥାପନ କରାଯାଇଥିବା ଏହି ସେଣ୍ଟର ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ୧୮.୫ ଏକର ପରିମିତ ଜମି ଉପରେ ସ୍ଥାପିତ ଏବଂ ଏହା ଏକ ପ୍ରତିଷ୍ଠିତ ବ୍ୟବସାୟ, ବାଣିଜ୍ୟ ଏବଂ ସାଂସ୍କୃତିକ ଗନ୍ତବ୍ୟସ୍ଥଳ ହେବାକୁ ଯାଉଛି। ଏହା ଭାରତ ଏବଂ ଏହାର ନାଗରିକମାନଙ୍କ ପାଇଁ ଏକ ବିଶ୍ୱଶ୍ରେଣୀୟ ଯୁଗାନ୍ତକାରୀ ସ୍ଥଳ ହେବ। ପ୍ରାରମ୍ଭିକ ଭାବେ ଧୀରୁଭାଇ ଅମ୍ବାନୀ ସ୍କୋୟାରର ଲୋକାର୍ପଣ ଏବଂ ମୁମ୍ବାଇ ମହାନଗର ପାଇଁ ମ୍ୟୁଜିକାଲ ଫାଉଣ୍ଟେନ୍‌ ଅଫ୍‌ ଜଏର ଉତ୍ସର୍ଗ ସହିତ ଭାରତର ସର୍ବବୃହତ୍‌ ଏବଂ ସୁନ୍ଦରତମ ‘ଜିଓ ୱାର୍ଲଡ୍‌ କନ୍‌ଭେନ୍‌ସନ ସେଣ୍ଟର’ର ଅନାବରଣ ଦ୍ୱାରା ଜିଓ ୱାର୍ଲଡ୍‌ ସେଣ୍ଟର ପର୍ଯ୍ୟାୟକ୍ରମେ ଉଦ୍‌ଘାଟନ ହେବା କାର୍ଯ୍ୟକ୍ରମ ରହିଛି। ଏଠାରେ ରହିଛି ଏକ ସାଂସ୍କୃତିକ କେନ୍ଦ୍ର, ଏକ ମ୍ୟୁଜିକାଲ ଫାଉଣ୍ଟେନ, ଏକ ଉଚ୍ଚତର ରିଟେଲ ଅନୁଭୂତି, ବଛା ବଛା କାଫେଗୁଡିକର ସମ୍ଭାର ଏବଂ ଅତ୍ୟନ୍ତ ଆକର୍ଷଣୀୟ ରେସ୍ତୋରାଁ ସହିତ ସମସ୍ତ ସୁବିଧା ସୁଯୋଗ ଥିବା ଆପାର୍ଟମେଣ୍ଟ ଏବଂ କାର୍ଯ୍ୟାଳୟ ଓ ଅତ୍ୟାଧୁନିକ ସମ୍ମିଳନୀ ସ୍ଥଳ ଇତ୍ୟାଦି। ଏ ସମ୍ପର୍କରେ ନୀତା ଅମ୍ବାନୀ କହିଛନ୍ତି, ଜିଓ ୱାର୍ଲଡ୍‌ ସେଣ୍ଟର ହେଉଛି ରାଷ୍ଟ୍ର ପ୍ରତି ଏକ ସମ୍ମାନର ନିଦର୍ଶନ ଏବଂ ନୂତନ ଭାରତର ଆଶା ଆକାଂକ୍ଷାର ପ୍ରତିଫଳନ। ସର୍ବବୃହତ୍‌ ସମ୍ମିଳନୀ ସ୍ଥଳ ଠାରୁ ନେଇ ସାଂସ୍କୃତିକ ଅନୁଭୂତି ଏବଂ ଯୁଗାନ୍ତକାରୀ ରିଟେଲ ଏବଂ ଭୋଜନାଳୟ ଆଦି ସୁବିଧା ସହିତ ଜିଓ ୱାର୍ଲଡ୍‌ ସେଣ୍ଟରକୁ ମୁମ୍ବାଇର ଏକ ନୂଆ ପ୍ରତିଷ୍ଠିତ କେନ୍ଦ୍ରସ୍ଥଳ ଭାବରେ ପରିକଳ୍ପନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଟ୍‌ଫର୍ମ ଟିକେଟ ହେବ ମହଙ୍ଗା

ମୁମ୍ବାଇ: ପ୍ଲାଟ୍‌ଫର୍ମ ଟିକେଟ ମୂଲ୍ୟ ବୃଦ୍ଧି ଦ୍ୱାରା ରାଜସ୍ବ ବଢ଼ାଇବା ଲାଗି ରେଲଓ୍ବେ ଯୋଜନା ରଖିଛି। ଦେଶର ବଛା ବଛା ଷ୍ଟେଶନରେ ପ୍ଲାଟ୍‌ଫର୍ମ ଟିକେଟ ମୂଲ୍ୟ...

ଏଟିଏମ୍‌ରୁ ବାହାରୁଛି ଅଧିକ ୫୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ, ୨୭-୨: ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ଗୁଡିକରୁ ଏବେ ୨୦୦୦ ଟଙ୍କିଆ ନୋଟ ତୁଳନାରେ ଅଧିକ ୫୦୦ ଟଙ୍କିଆ ନୋଟ ବାହାରୁ ଥିବା ନଜରକୁ ଆସୁଛି। ୨୦୦୦...

ତଳମୁହାଁ ଅର୍ଥନୀତି: ମାନ୍ଦାବସ୍ଥା ଜଳଜଳ

ନୂଆଦିଲ୍ଲୀ,୧୨।୧୦: କୋଭିଡ୍‌-୧୯ ମହାମାରୀ ବିଶ୍ୱ ଅର୍ଥନୀତିକୁ ବହୁ ତଳକୁ ଟାଣିନେବା ପରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଓ ଅନ୍ୟ ରପ୍ତାନିକାରୀ ରାଷ୍ଟ୍ରଗୁଡ଼ିକରେ ଲାଗିରହିଥିବା ସଂଘର୍ଷ...

ସ୍ପାମ୍‌ କଲ୍‌ରେ ଭାରତର ସ୍ଥାନ ନବମ

ଭୁବନେଶ୍ୱର,୨୦।୧୨: ଚଳିତ ବର୍ଷ ବିଶ୍ୱବ୍ୟାପୀ ରାଷ୍ଟ୍ରଗୁଡିକ ସ୍ପାମ୍‌ କଲ୍‌ ଦ୍ୱାରା ବେଶ୍‌ ପ୍ରଭାବିତ ହୋଇଥିବା ଜଣାପଡିଛି। ଏହି ବିଷୟରେ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ୨୦ଟି ପ୍ରମୁଖ...

ଏସଟିପିଆଇରେ ୫ ଲକ୍ଷ କୋଟି କାରବାର ଲକ୍ଷ୍ୟ

ନୂଆଦିଲ୍ଲୀ,୧୦।୧: ଓମିକ୍ରନ୍‌ ଭାରିଆଣ୍ଟ କାରବାର ବୃଦ୍ଧିର ପ୍ରତିବନ୍ଧକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ହେଲେ ସଫ୍ଟୱେର୍‌ ଟେକ୍ନୋଲୋଜି ପାର୍କ ଅଫ ଇଣ୍ଡିଆ (ଏସ୍‌ଟିପିଆଇ)ର ଜଣେ ଉଚ୍ଚ...

ଆମେରିକା ସହ ଟ୍ରେଡ୍‌ ଓ୍ବାର୍‌; ଭାରତର ହାତ ଧରିବାକୁ ଚାଇନା ରାଜି

ନୂଆଦିଲ୍ଲୀ,୨୧-୭: ଆତଙ୍କବାଦ୍‌ ଓ ସୀମା ବିବାଦ ସମେତ ବହୁ ପ୍ରସଙ୍ଗରେ ଭାରତ ବିରୋଧୀ ମନୋଭାବ ପୋଷଣ କରୁଥିବା ଚାଇନା ଏବେ ଆମେରିକା ବିରୋଧରେ ଟ୍ରେଡ୍‌ ଓ୍ବାର୍‌ରେ...

ସୁନା ଚୋରାକାରବାର ବଢ଼ିବ

ନୂଆଦିଲ୍ଲୀ,୭-୭: ବଜେଟରେ ସୁନା ଆମଦାନୀ ଉପରେ ସୀମାଶୁଳ୍କକୁ ୧୦ରୁ ୧୨.୫%କୁ ବୃଦ୍ଧି କରାଯାଇଥିବାରୁ ଏହି ଦାମୀ ଧାତୁର ଚୋରାକାରବାର ବ୍ୟାପକ ହେବ ବୋଲି ଜେମ୍ସ ଆଣ୍ଡ...

୨୦୨୩ ଶେଷ ସୁଦ୍ଧା ୮୦,୦୦୦ଅଙ୍କ ଛୁଇଁବ ସେନ୍‌ସେକ୍ସ

ନୂଆଦିଲ୍ଲୀ,୨୯।୧୧:ଭାରତୀୟ ଶେୟାର ବଜାରର କାରବାର ଓ ନିବେଶ ଆସନ୍ତା ବର୍ଷ ପ୍ରାୟ ୩୦% ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ଏପରିକି ଚଳିତ ବର୍ଷ ଠାରୁ...

Advertisement
Archives

Model This Week