ସଙ୍କଟରେ ରିଲାଏନ୍ସ ହୋମ୍‌ ଫାଇନାନ୍ସ

ନୂଆଦିଲ୍ଲୀ: ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ହୋମ୍‌ ଫାଇନାନ୍ସ ବର୍ତ୍ତମାନ ସମୟରେ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। କମ୍ପାନୀ ଡିସେମ୍ବର ୨୦୨୦ରେ ୧୦୦କୋଟି ଟଙ୍କାର ଋଣ ପରିଶୋଧରେ ଖିଲାପ କରିଥିବା ଜଣାପଡିଛି। ଦେଶର ପ୍ରମୁଖ ବ୍ୟାଙ୍କ ଯଥା ବ୍ୟାଙ୍କ ଅଫ୍‌ ବରୋଦା, ପିଏନ୍‌ବି, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ଇଣ୍ଡିଆନ୍‌ ବ୍ୟାଙ୍କର ଋଣ ପରିଶୋଧ କରିବାରେ ରିଲାଏନ୍ସ ହୋମ୍‌ ଫାଇନାନ୍ସ ବିଫଳ ହୋଇଛି। ରିଲାଏନ୍ସ ହୋମ୍‌ ଫାଇନାନ୍ସ ଉପରେ ବର୍ତ୍ତମାନ ୪୨୮୦ କୋଟି ଟଙ୍କାର ଋଣ ପରିଶୋଧ କରିବାର ବୋଝ ରହିଛି। ସେହିଭଳି ରିଲାଏନ୍ସ ହୋମ୍‌ ଫାଇନାନ୍ସର ମାମଲା ସମାଧାନ ଲାଗି ୭ଜୁନ୍‌ ୨୦୧୯ରେ ଏହି ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଇଣ୍ଟର କ୍ରେଡିଟର ଏଗ୍ରିମେଣ୍ଟରେ ସ୍ବାକ୍ଷର କରିଥିଲେ। ରିଲାଏନ୍ସ ହୋମ୍‌ ଫାଇନାନ୍ସ ନିକଟରେ ନଗଦ ୧୦୦୦ କୋଟି ଟଙ୍କା ଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri