ଲୋଟସ୍‌ ଚକୋଲେଟ୍‌ର ୫୧% ଅଂଶଧନ କିଣିବ ରିଲାଏନ୍ସ ଗ୍ରୁପ୍‌

ମୁମ୍ବାଇ,୧।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ସହଯୋଗୀ କମ୍ପାନୀ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍‌ ଲିମିଟେଡ୍‌ (ଆର୍‌ସିପିଏଲ୍‌) ନିକଟରେ ଲୋଟସ୍‌ ଚକୋଲେଟ୍‌ କମ୍ପାନୀ ଲିମିଟେଡ୍‌ (ଏ୍‌ଲସିସିଏଲ୍‌)ର ୫୧% ଅଂଶଧନ ଅଧିଗ୍ରହଣ କରିଥିବା ଜଣାପଡ଼ିଛି। ବିଶେଷ କରି ଆର୍‌ଆଇଏଲ୍‌ର ଏଫ୍‌ଏମ୍‌ସିଜି ୟୁନିଟ୍‌ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌)ର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଆର୍‌ସିପିଏଲ୍‌ ପକ୍ଷରୁ ଏଲ୍‌ସିସିଏଲ୍‌ର ୫୧% ଅଂଶଧନକୁ ଅଧିଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉଭୟ ପକ୍ଷର ବରିଷ୍ଠ ଅଧିକାରୀଙ୍କ ସମେତ ଏଲ୍‌ସିସିଏଲ୍‌ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ପି.ପାଇ, ଅନନ୍ତ ପି. ପାଇଙ୍କ ଉପସ୍ଥିତିରେ ଉଭୟ କମ୍ପାନୀଙ୍କ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଯାଇଛି।

ସମ୍ପର୍କରେ ଆର୍‌ଆର୍‌ଭିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଈଶା ଅମ୍ବାନୀ କହିଛନ୍ତି, ଚମତ୍କାର ବ୍ୟବସାୟ ବୁଦ୍ଧିମତ୍ତା ଏବଂ ନିଷ୍ଠା ଜରିଆରେ ଏକ ଦୃଢ଼ କୋକୋଆ ଏବଂ ଚକୋଲେଟ୍‌ ଡେରିଭେଟିଭ୍‌ସ ସୃଷ୍ଟି କରିଥିବା ଲୋଟସ୍‌ ସହ ଏହି ସହଯୋଗିତା ସ୍ଥାପନ କରି ରିଲାଏନ୍ସ ଗ୍ରୁପ୍‌ ବେଶ୍‌ ଉତ୍ସାହିତ ରହିଛି। ଏପରିକି ଲୋଟସ୍‌ରେ ଆମ ନିବେଶ ହେଉଛି ସ୍ବଦେଶୀ ଭାବେ ବିକାଶ ହେଉଥିବା ଉଚ୍ଚମାନର ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ଉପତ୍ାଦକୁ ଆହୁରି ସୁଦୃଢ଼ କରି ସୁଲଭ ମୂଲ୍ୟରେ ଏକ ବୃହତ୍‌ ଗ୍ରାହକ ବର୍ଗ ପାଖରେ ତାହାକୁ ପହଞ୍ଚାଇବା। ଆମେ ବ୍ୟବସାୟକୁ ଆଗକୁ ବଢ଼ାଇବା ଏବଂ ପରବର୍ତ୍ତୀ ପର୍ଯ୍ୟାୟର ଅଭିବୃଦ୍ଧିକୁ ବଢ଼ାଇବାକୁ ଯାଉଥିବା ବେଳେ ଲୋଟସ୍‌ର ଉଚ୍ଚ ଅଭିଜ୍ଞ ପରିଚାଳନା ଟିମ୍‌ ସହ କାର୍ଯ୍ୟ କରିବାକୁ ଚାହିଁରହିଛୁ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଲୋଟସ୍‌ର ପ୍ରତିଷ୍ଠାତା ତଥା ପ୍ରମୋଟର ଅଭିଜିତ ପାଇ କହିଛନ୍ତି,ରିଲାଏନ୍ସ ସହ ଏହି ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ ଅଛୁ। ବିଶେଷ କରି ଶ୍ରେଷ୍ଠ ମାନର ମାନୁଫାକ୍ଚରିଂ ଦକ୍ଷତା ଏବଂ ପ୍ରତିଭା ଜରିଆରେ ସବୁ ପ୍ରକାର ଗ୍ରାହକ ବର୍ଗଙ୍କ ପାଇଁ ବିଶ୍ୱସ୍ତରୀୟ କନ୍‌ଫେକ୍ସନାରି (ଚକୋଲେଟ୍‌) ଉପତ୍ାଦ ଗଠନ କରିବା ଲାଗି ଆମର ଲକ୍ଷ୍ୟ ରହିଛି। ସେହିପରି ରିଲାଏନ୍ସ ସହିତ ଆମର ସହଯୋଗିତା ଉକ୍ତ ଲକ୍ଷ୍ୟ ହାସଲ କରିବା ଏବଂ ଲୋଟସ୍‌ର ରୂପାନ୍ତରଣକୁ ତ୍ୱରାନ୍ବିତକରି ଆମକୁ ଆହୁରି ସକ୍ଷମ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?