ଏନ୍‌ଏସ୍‌ଡିସି ସହ ରିଲାଏନ୍ସ ଫାଉଣ୍ଡେଶନର ସହଭାଗିତା

ଭୁବନେଶ୍ୱର,୧୯।୨ (ଅଭୟ ଦାଶ): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସାମାଜିକ ସଂସ୍ଥା ରିଲାଏନ୍ସ ଫାଉଣ୍ଡେଶନ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପିତ ହୋଇଛି। ବିଶେଷକରି ୫ଲକ୍ଷ ଭାରତୀୟ ଯୁବତୀଯୁବକଙ୍କ ପାଇଁ ଭବିଷ୍ୟତରେ ଆବଶ୍ୟକ ହେବାକୁ ଥିବା ଦକ୍ଷତା ବିକାଶ ଉପରେ ଆଧାରିତ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ। ଉକ୍ତ ପାଠ୍ୟକ୍ରମ ବିକାଶ ଏବଂ ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ସହିତ ଏଡ୍‌ଟେକ, ସାଇବର ସୁରକ୍ଷା, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ, ପରିବେଶ ସ୍ଥାୟିତ୍ୱ, ନୀତି ବିଶ୍ଳେଷଣ ଭଳି ବିଭିନ୍ନ କ୍ଷେତ୍ର ଉପରେ କାର୍ଯ୍ୟ କରିବ ବୋଲି ଉକ୍ତ ସହଭାଗିତାରେ ଗୁରୁତ୍ୱ ପ୍ରଦାନ କରାଯିବ।

ଏପରିକି ରିଲାଏନ୍ସ ଫାଉଣ୍ଡେଶନର ଡିଜିଟାଲ ଫରୱାର୍ଡ ଆପ୍ରୋଚ୍‌ ଭବିଷ୍ୟତର ନୂଆ କ୍ୟାରିୟର ପାଇଁ ଆଗ୍ରହୀ ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦକ୍ଷତା, ପୁନଃଦକ୍ଷତା (ରି-ସ୍କିଲିଂ) ଓ କୌଶଳ ଉନ୍ନତିର ମନ୍ତ୍ର ଆପଣାଇ ଭାରତ ବର୍ତ୍ତମାନ ଆଦୌ ଅଟକିବ ନାହିଁ, ପୁନଃଦକ୍ଷତା ବିକାଶ ପରିବ୍ୟବସ୍ଥାରେ ବିଭିନ୍ନ ଡିଜିଟାଲ୍‌ ସେବାକୁ ବ୍ୟବହାର କରି ପ୍ରତ୍ୟେକ ଯୁବତୀଯୁବକଙ୍କ ପାଇଁ ଯେକୌଣସି ସମୟ ଓ ସ୍ଥାନରେ ନିଜର ଦକ୍ଷତା ବିକାଶ ପାଇଁ ସୁବିଧା ଉପଲବ୍ଧ କରାଇବାକୁ ସୁନିଶ୍ଚିତ କରାଯାଉଛି। ସେହିଭଳି ରିଲାଏନ୍ସ ଫାଉଣ୍ଡେଶନର ସିଇଓ ଜଗନ୍ନାଥ କୁମାର କହିଛନ୍ତି, ବିଶ୍ୱର ସବୁଠାରୁ ଅଧିକ ଯୁବ ଜନସଂଖ୍ୟା ଭାରତରେ ରହିଛି ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତା ପ୍ରଦାନ କରିବାକୁ ଆମେ ପ୍ରୟାସ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର Pi Coinରୁ କରିପାରିବେ ଶପିଂ! ଆମାଜନ୍‌, Ebay ଏବଂ Apple Pay ଉପରେ କରିପାରିବେ ଖର୍ଚ୍ଚ

ନୂଆଦିଲ୍ଲୀ,୨୦।୩: ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି Pi Networkର Pi Coin। ଏହି କଏନ ସମ୍ପର୍କରେ ନୂତନ ଅପଡେଟ୍‌ ସାମ୍ନାକୁ ଆସୁଛି। ଏହି...

ଟ୍ରେନ୍‌ ଛାଡ଼ିବାର ୧୦ ମିନିଟ୍‌ ପୂର୍ବରୁ ମିଳିଯିବ କନ୍‌ଫର୍ମ ଟିକେଟ, ସେ ବି Tatkalରୁ କମ୍‌ ଦାମ୍‌ରେ; ଜାଣନ୍ତୁ ଉପାୟ…

ନୂଆଦିଲ୍ଲୀ,୨୦।୩: ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ପର୍ବପର୍ବାଣୀ ସମୟରେ ଏହି ସଂଖ୍ୟା କୋଟି କୋଟି ଟଙ୍କା ପର୍ଯ୍ୟନ୍ତ ଯାଏ। ଏପରି...

ଭାରତରେ ଲଞ୍ଚ ହେଲା  Google Pixel 9a, ଦମ୍‌ଦାର କ୍ୟାମେରା-ବ୍ୟାଟେରୀ ସହ Iphone 16eକୁ ଦେବ ଟକ୍କର

ନୂଆଦିଲ୍ଲୀ,୨୦।୩: ଗୁଗୁଲ ଭାରତରେ ଏହାର ନୂତନ ପିକ୍ସେଲ ଫୋନ୍‌ Google Pixel ୯a ଲଞ୍ଚ କରିଛି। ଏହି ଫୋନ୍‌ଟି ସୁଲଭ ଫୋନ ବର୍ଗରେ ପ୍ରଚଳନ କରାଯାଇଛି।...

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ଏପ୍ରିଲ ପହିଲାରୁ ବଦଳିଯିବ ଏସବୁ ନିୟମ, ମିଳିବ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୦।୩: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିଲେ। ଏହି ସମୟ ମଧ୍ୟରେ, ସେ...

ପୁରୀ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରିବେ ଓଡ଼ିଶା ସରକାର: ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୦।୩: ଓଡ଼ିଶାକୁ ଏକ ବୈଷୟିକ ଡିଜିଟାଲ ହବ୍ ରେ ପରିଣତ କରିବା ପାଇଁ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପୁରୀ ଠାରେ...

ନିଜ ଉପରେ ବିଶ୍ୱାସ ହିଁ ସଫଳତାର ଚାବିକାଠି

ପୁରୀ ଜିଲା ନିମାପଡ଼ା ବ୍ଲକ୍‌ ଗଡ଼ ଅମରପ୍ରସାଦ ଭଳି ଏକ ଛୋଟ ଗାଁରେ ଡିଅନ୍‌ ଗ୍ରୁପର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଇଂ ମନୋଜ କୁମାର ସାହୁଙ୍କ...

ADR ରିପୋର୍ଟରେ ବଡ଼ ଖୁଲାସା, ଚର୍ଚ୍ଚାରେ ଓଡ଼ିଶାର ଏହି ବିଧାୟକ

ନୂଆଦିଲ୍ଲୀ,୧୯।୩: ନିର୍ବାଚନର ସ୍ବଚ୍ଛତା ଉପରେ କାମ କରୁଥିବା ସଂଗଠନ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ ଦେଶର ପ୍ରାୟ 4,092 ବିଧାୟକଙ୍କ ସମ୍ପତ୍ତି ଏବଂ ଅପରାଧିକ ରେକର୍ଡ...

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷରୁ ଅଧିକ ହେବ କି? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୧୯।୩: କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବୁଧବାର କହିଛନ୍ତି ଯେ ସରକାର କର୍ମଚାରୀଙ୍କ ଅବସର ବୟସ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ଉପରେ ବିଚାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri